ମୁମ୍ବାଇ: ସଲମାନ ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ଥାନ୍ତି । ନିକଟରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ' (Kisi Ka Bhai Kisi Ki Jaan)ର ପ୍ରଥମ ଲୁକ୍ ସେୟାର କରିଥିଲେ । ଫଟୋରେ ଅଭିନେତାଙ୍କ ଲୁକ୍ ସାମ୍ନାକୁ ଆସିଥିଲା । ବର୍ତ୍ତମାନ ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ'ର ଟିଜର ରିଲିଜ ହୋଇଛି । ଏଥିରେ ସଲମାନ ଖାନଙ୍କ ଅନ୍ଦାଜକୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି । ଆପଣ ସଲମାନ (Salman Khan)ଙ୍କ ଏପରି ଅବତାର ପୂର୍ବରୁ କେବେ ଦେଖି ନଥିବେ।
ଅଭିନେତା ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର 34 ବର୍ଷ ପୂରା ହେବା ଖୁସିରେ ଫିଲ୍ମ 'କିସି କା ଭାଇ କିସି କି ଜାନ' ଘୋଷଣା କରିଥିଲେ । ତା’ପରେ ସେ ନିଜର ଛୋଟ ଝଲକ ଦେଖାଇଲେ । ଏହାର ଠିକ 10 ଦିନ ପରେ ସଲମାନ ଅଫିସିଆଲ ଆକାଉଣ୍ଟରୁ ଫିଲ୍ମର ସର୍ଟ ଟିଜର ଭିଡିଓ ରିଲିଜ କରିଛନ୍ତି । ଏହି ଭିଡିଓରେ ସଲମାନ ଲଦାଖରେ ବୁଲୁଥିବାର ନଜର ଆସିଛନ୍ତି । ଭିଡିଓରେ ଆପଣ ଦେଖିପାରିବେ ଯେ ସେ ନିଜ କେଶ ଲମ୍ବା ରଖିଛନ୍ତି ଏବଂ ଚଷମା ପିନ୍ଧିଛନ୍ତି ।