ଓଡିଶା

odisha

ETV Bharat / entertainment

​ ଆଜି କିଶୋର କୁମାରଙ୍କ 94ତମ ଜନ୍ମବାର୍ଷିକୀ, 5000ରୁ ଅଧିକ ଫ୍ୟାନ୍ସ ଗୀତ ଗାଇ ଦେଲେ ଶ୍ରଦ୍ଧାଞ୍ଜଳି - ସାଇରା ବାନୁ

ଦିବଙ୍ଗତ ଅଭିନେତା କିଶୋର କୁମାରଙ୍କ ଆଜି 94ତମ ଜନ୍ମବାର୍ଷିକୀ । ଏହି ଅବସରରେ ଅଭିନେତ୍ରୀ ସାଇରା ବାନୁ ତାଙ୍କୁ ମନେ ପକାଇ ଏକ ଅନ୍‌ସିନ୍‌ ଫଟୋ ସେୟାର କରିଛନ୍ତି । ସେପଟେ କିଶୋର କୁମାରଙ୍କ ଜନ୍ମଦିନ ଅବସରରେ ଆସାମରେ 5000ରୁ ଅଧିକ ଫ୍ୟାନ୍ସ ତାଙ୍କ ଗୀତ ଗାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ,

​ ଆଜି କିଶୋର କୁମାରଙ୍କ 94ତମ ଜନ୍ମବାର୍ଷିକୀ, ଆସାମରେ 5000ରୁ ଅଧିକ ଫ୍ୟାନ୍ସ ଗୀତ ଗାଇ ଦେଲେ ଶ୍ରଦ୍ଧାଞ୍ଜଳୀ
​ ଆଜି କିଶୋର କୁମାରଙ୍କ 94ତମ ଜନ୍ମବାର୍ଷିକୀ, ଆସାମରେ 5000ରୁ ଅଧିକ ଫ୍ୟାନ୍ସ ଗୀତ ଗାଇ ଦେଲେ ଶ୍ରଦ୍ଧାଞ୍ଜଳୀ

By

Published : Aug 4, 2023, 8:41 PM IST

​ ଆଜି କିଶୋର କୁମାରଙ୍କ 94ତମ ଜନ୍ମବାର୍ଷିକୀ, ଆସାମରେ 5000ରୁ ଅଧିକ ଫ୍ୟାନ୍ସ ଗୀତ ଗାଇ ଦେଲେ ଶ୍ରଦ୍ଧାଞ୍ଜଳୀ

ହାଇଦ୍ରାବାଦ: ହିନ୍ଦୀ ସିନେମାର ଭେଟେରାନ୍ ତାରକା କିଶୋର କୁମାର, ଯିଏ ସ୍ୱରର ଯାଦୁକର ଏବଂ ଜଣେ ଅଲରାଉଣ୍ଡର ଅଭିନେତା। ଅଗଷ୍ଟ 4, 1929 ରେ ମଧ୍ୟପ୍ରଦେଶର ଖଣ୍ଡୱାଠାରେ ଜନ୍ମଗ୍ରହଣ କରିଥିଲେ କିଶୋର। ସେ ଆଜି ଏ ଦୁନିଆରେ ନାହାନ୍ତି ସତ ହେଲେ ତାଙ୍କ ଅଭିନୟର ସ୍ବତନ୍ତ୍ର ଛାପ ଆଜି ବି ସମସ୍ତଙ୍କ ହୃଦୟରେ ରହିଛି। ତାଙ୍କ ଜନ୍ମଦିନ ଅବସରରେ ହିନ୍ଦୀ ସିନେମାର ଅନ୍ୟ ଜଣେ ଭେଟେରାନ ଅଭିନେତା ତଥା ଟ୍ରାଜେଡି କିଙ୍ଗ୍‌ ଦିଲ୍ଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ କିଶୋର କୁମାରଙ୍କୁ ସ୍ମରଣ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେପଟେ କିଶୋରଙ୍କୁ ମନେ ପକାଇ ଆସାମରେ 'ହଜାର କଣ୍ଠେ କିଶୋର' ଥିମ୍‌ ରେ 5000ରୁ ଅଧିକ ଫ୍ଯାନ୍ସ ତାଙ୍କ ଗୀତ ଗାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଭେଟେରାନ ଅଭିନେତ୍ରୀ ସାଇରା ବାନୁ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିଛନ୍ତି । ଏହି ଫଟୋରେ ଅଭିନେତ୍ରୀଙ୍କ ସ୍ୱର୍ଗତଃ ତାରକା ତଥା ସ୍ୱାମୀ ଦିଲ୍ଲୀପ କୁମାର ମଧ୍ୟ କିଶୋର କୁମାରଙ୍କ ସହ ନଜର ଆସିଛନ୍ତି । କିଶୋର କୁମାର ଏବଂ ଦିଲ୍ଲୀପ କୁମାରଙ୍କ ଏହି ସ୍ମରଣୀୟ ଫଟୋ ସେୟାର କରି ସାଇରା ବାନୁ କ୍ୟାପସନରେ ଲେଖିଛନ୍ତି ଯେ, 'କିଶୋର କୁମାରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରି ସେ ମୋର ଏବଂ ସାହେବଙ୍କ ଯୋଡି ପାଇଁ ଚଳଚ୍ଚିତ୍ରରେ ଦମଦାର ଗୀତ ଗାଇଥିଲେ, ସେ ଏପର୍ଯ୍ୟନ୍ତ ଆମ ମନରେ ରହିଛନ୍ତି । ତାଙ୍କ ସହ ଦିଲ୍ ମେ ଛପେ ହୁଏ ହେ, ସଗିନା ଏବଂ ପଡୋସନରେ ମଧ୍ୟ କାମ କରିଥିଲେ, ଯାହା ମୋ କ୍ୟାରିୟର ଏବଂ ଜୀବନର ଏକ ସବୁଠାରୁ ସୁନ୍ଦର ମୁହୂର୍ତ୍ତ ଥିଲା ।'

ଏହା ମଧ୍ୟ ପଢନ୍ତୁ: ନିତିନ ଦେଶାଇ ମୃତ୍ୟୁ ପୂର୍ବରୁ କରିଥିଲେ ଅଡିଓ ରେକର୍ଡ, ଋଣଦାତାଙ୍କ ତଦନ୍ତ କରାଯିବ କହିଲେ ମହାରାଷ୍ଟ୍ର ସରକାର

ସେପଟେ ଆସାମରେ କିଶୋର କୁମାରଙ୍କ ଜନ୍ମଦିନ ଖୁବ ଧୁମଧାମରେ ପାଳନ କରାଯାଇଛି । ଆସାମର ବାରକ ଉପତ୍ୟକାର ସ୍ବିଲସର ସହରରେ କିଶୋର କୁମାରଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ସ୍ମରଣ କରାଯାଇଛି । ଏହି ଅବସରରେ କିଶୋର କୁମାରଙ୍କ ଫ୍ୟାନ୍ସ କ୍ଲବ ଦ୍ୱାରା “ହଜାର କଣ୍ଠେ କିଶୋର” ନାମକ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ 5000ରୁ ଅଧିକ ଫ୍ୟାନ୍ସ କିଶୋର କୁମାରଙ୍କ କ୍ଲାସିକ୍ ଗୀତ ଗାଇଥିଲେ ।

କିଶୋର କୁମାରଙ୍କ ଦୁଇଟି ଗୀତ ସ୍ବିଲସର ଜିଲ୍ଲା କ୍ରୀଡ଼ା ସଙ୍ଗଠନ ପଡ଼ିଆରେ ପ୍ରାୟ 5000 ଫ୍ୟାନ୍ସଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସଂଗଠନ ଏବଂ ସାଂସ୍କୃତିକ କର୍ମୀ ଯୋଗ ଦେଇଥିଲେ । ଭାରତ ଇତିହାସରେ ଏହା ବୋଧହୁଏ ପ୍ରଥମ ଥର ପାଇଁ 5000ରୁ ଅଧିକ କଳାକାର ତାଙ୍କ ଜନ୍ମଦିନରେ କିଶୋର କୁମାରଙ୍କ ଗୀତ ଏକାଠି କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେବଳ ସ୍ବିଲସର କିମ୍ବା ବାରକ ଉପତ୍ୟକାର ଫ୍ୟାନ୍ସ ନୁହଁ ବରଂ ଏହି କାର୍ଯ୍ୟକ୍ରମରେ ବାଂଲାଦେଶ, କୋଲକାତା, ତ୍ରିପୁରା, ହାଫ୍‌ଲଙ୍ଗ୍‌ ଇତ୍ୟାଦିରୁ ଅନେକ କଳାକାର ଅଂଶଗ୍ରହଣ କରିଛନ୍ତି ।

ABOUT THE AUTHOR

...view details