ଓଡିଶା

odisha

ETV Bharat / entertainment

ଆସିଲା 'କ୍ରିଲର ସୁପ୍' ଟ୍ରେଲର, କ୍ରାଇମ ସିରିଜ ସହ ମନୋଜ-କୋଙ୍କଣା ଲଗାଇବେ ତଡକା

Killer Soup Trailer Release: ନୂଆ ବର୍ଷ ଆରମ୍ଭରେ ମନୋଜ ବାଜପେୟୀ ତାଙ୍କ ନୂଆ ୱେବସିରିଜ ସହ ଧମାକା କରିବାକୁ ଯାଉଛନ୍ତି । ଖୁବଶୀଘ୍ର ରିଲିଜ ହେବ ତାଙ୍କ ଆଗାମୀ ୱେବସିରିଜ 'କ୍ରିଲର ସୁପ୍' । ଆଜି ନିର୍ମାତା ଏହି ସିରିଜର ଟ୍ରେଲର ରିଲିଜ କରିଛନ୍ତି । ଅଧିକ ପଢନ୍ତୁ,

ଆସିଲା 'କ୍ରିଲର ସୁପ୍' ଟ୍ରେଲର, କ୍ରାଇମ ସିରିଜ ସହ ମନୋଜ-କୋଙ୍କଣା ଲଗାଇବେ ତଡକା
ଆସିଲା 'କ୍ରିଲର ସୁପ୍' ଟ୍ରେଲର, କ୍ରାଇମ ସିରିଜ ସହ ମନୋଜ-କୋଙ୍କଣା ଲଗାଇବେ ତଡକା

By ETV Bharat Odisha Team

Published : Jan 3, 2024, 5:14 PM IST

ହାଇଦ୍ରାବାଦ:'ଦ ଫ୍ୟାମିଲି ମ୍ୟାନ' ପରେ ବଲିଉଡ ଅଭିନେତା ମନୋଜ ବାଜପେୟୀ ବର୍ତ୍ତମାନ ତାଙ୍କ ଆଗାମୀ ୱେବସିରିଜ 'କ୍ରିଲର ସୁପ୍' ସହ ଫେରୁଛନ୍ତି । ଆଜି ନିର୍ମାତା ଏହି ସିରିଜର ଟ୍ରେଲର ରିଲିଜ କରିଛନ୍ତି । ଏହି ସିରିଜରେ ମନୋଜ ବାଜପେୟୀ ଡବଲ ଧମାକା କରୁଥିବା ଦେଖିବାକୁ ମିଳିବ । ତେବେ ଟ୍ରେଲରଟି ଦମଦାର ରହିଥିବା ବେଳେ ଏହା ଫ୍ୟାନ୍ସଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି । ଚଳିତ ବର୍ଷ ୧୧ ଜାନୁଆରୀରେ ଏହି ସିରିଜ ନେଚଫ୍ଲିକ୍ସରେ ରିଲିଜ ହେବ ।

୨ ମିନିଟ ୨୨ ସେକେଣ୍ଡର 'କ୍ରିଲର ସୁପ୍' ର ଟ୍ରେଲର ରିଲିଜ ହୋଇଛି । ଏଥିରେ ସମସ୍ତ ଚରିତ୍ରର ଝଲକ ଦେଖିବାକୁ ମିଳିଛି । ଏହି ସିରିଜରେ ମନୋଜ ବାଜପେୟୀ, କୋଙ୍କଣା ସେନ, ନାସିର, ସୟାଜି ସିନ୍ଧେ ଏବଂ ଅନୁଲା ନେବଲେକର ସମେତ ଅନେକ ତାରକା ଅଭିନୟ କରିଛନ୍ତି । ଏହି ସିରିଜ ସହ ମନୋଜ ଏବଂ କୋଙ୍କଣା ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରିବାକୁ ଥିବା ବେଳେ ମନୋଜ ମଧ୍ୟ ଏଥିରେ ଡବଲ ରୋଲରେ ନଜର ଆସିବେ । ଟ୍ରେଲର ସହ ନିର୍ମାତା ରିଲିଜ ତାରିଖ ପ୍ରକାଶ କରିଛନ୍ତି । ଏହି ସିରିଜ ୧୧ ଜାନୁଆରୀରେ ଏହି ସିରିଜ ନେଚଫ୍ଲିକ୍ସରେ ରିଲିଜ ହେବ ।

ସୂଚନା ଥାଉ କି, ମନୋଜଙ୍କ ପୂର୍ବ ଧାରାବାହିକ 'ଦ ଫ୍ୟାମିଲି ମ୍ୟାନ୍'ରେ ମୃତ୍ୟୁ ରହସ୍ୟର ସମାଧାନ କରିଥିବା ମନୋଜ ବାଜପେୟୀ ନିଜେ 'କିଲର ସୁପ'ରେ ନିଜେ ହତ୍ୟା ଅଭିଯୋଗରେ ଫସି ରହିଥିବାର ନଜର ଆସିବେ । ଏହି ସିରିଜରେ ହତ୍ୟା କରୁଥିବା ବ୍ୟକ୍ତି ହେଉଛନ୍ତି ତାଙ୍କର ନକଲ କିମ୍ବା ତାଙ୍କ ପତ୍ନୀ, ଯିଏ ଏହି ୱେବ୍ ସିରିଜରେ ସ୍ବାତୀ ଶେଟ୍ଟୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ମର୍ଡର ମିଷ୍ଟ୍ରିରେ ଭରିରହିଥିବା ଏହି କ୍ରାଇମ ସିରିଜକୁ ଦେଖିବାକୁ ଫ୍ୟାନ୍ସ ବେଶ ଅପେକ୍ଷା କରିରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:କବିତା ଶୁଣାଇ ଶ୍ରୋତାଙ୍କ ହୃଦୟ ଜିଣିଲେ ମନୋଜ ବାଜପେୟୀ, ଭିଡିଓ ଭାଇରାଲ

କହିରଖୁଛୁ କି, ପୂର୍ବରୁ ବିଦ୍ୟା ବାଲାନ ଏବଂ ନାସିରୁଦ୍ଦିନ ଶାହାଙ୍କ 'ଇଶ୍କିୟାଁ ଏବଂ ଢେଡ ଇଶ୍କିୟାଁ'ର ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ଅଭିଷେକ ଚୋବ 'କିଲର ସୁପର' ନିର୍ଦ୍ଦେଶନା ଦେଇଛନ୍ତି। ଏହି ସିରିଜ ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ ଏବଂ କନ୍ନଡ ଭାଷାରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଚଳିତ ବର୍ଷର ମନୋଜ ବାଜପେୟୀଙ୍କର ଏହା ହେବ ପ୍ରଥମ ୱେବ୍ ସିରିଜ୍ ।

ଏହା ମଧ୍ୟ ପଢନ୍ତୁ:ଚିରସ୍ମରଣୀୟ ହୋଇ ରହିବ ମାନବିକତା: ମନୋଜ ବାଜେପୟୀ

ABOUT THE AUTHOR

...view details