ଓଡିଶା

odisha

Yodha Postponed: ପୁଣି ଘୁଞ୍ଚିଲା ଯୋଦ୍ଧା ରିଲିଜ ଡେଟ୍, ନୂଆ ପୋଷ୍ଟର ରିଲିଜ କରି ତାରିଖ ଘୋଷଣା

By ETV Bharat Odisha Team

Published : Nov 7, 2023, 10:37 PM IST

ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ଯୋଦ୍ଧାର ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି ନିର୍ମାତା । ଆସନ୍ତାବର୍ଷ ହଲରେ ରିଲିଜ ହେବ ଫିଲ୍ମ । ଅଧିକ ପଢନ୍ତୁ,

ପୁଣି ଘୁଞ୍ଚିଲା ଯୋଦ୍ଧା ରିଲିଜ ଡେଟ୍, ନୂଆ ପୋଷ୍ଟର ରିଲିଜ କରି ତାରିଖ ଘୋଷଣା
ପୁଣି ଘୁଞ୍ଚିଲା ଯୋଦ୍ଧା ରିଲିଜ ଡେଟ୍, ନୂଆ ପୋଷ୍ଟର ରିଲିଜ କରି ତାରିଖ ଘୋଷଣା

ହାଇଦ୍ରାବାଦ: ଶେରଶାହା ପରେ ବର୍ତ୍ତମାନ ସିଦ୍ଧାର୍ଥ ମଲହୋତ୍ରା ବଡ ପରଦାରେ ଯୋଦ୍ଧା ଭାବେ କମବ୍ୟାକ କରିବାକୁ ଯାଉଛନ୍ତି । ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି ନିର୍ମାତା । ଫିଲ୍ମର ନୂଆ ପୋଷ୍ଟର ଆଉଟ କରି ରିଲିଜ ତାରିଖ ଘୋଷଣା କରାଯାଇଛି । ଏହି ଫିଲ୍ମ ୨୦୨୪ ରେ ରିଲିଜ ହେବ ।

ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ଯୋଦ୍ଧା ପୂର୍ବରୁ ୮ ଡିସେମ୍ବରରେ ରିଲିଜ ହେବାର ଥିଲା । ଯାହା ସେହି ଦିନ ରିଲିଜ ହେଉଥିବା କ୍ୟାଟ୍ରିନା କୈଫଙ୍କ ଫିଲ୍ମ ମେରୀ ଖ୍ରୀଷ୍ଟମାସକୁ ଟକ୍କର ଦେଇଥାନ୍ତା । କିନ୍ତୁ ବର୍ତ୍ତମାନ ନିର୍ମାତା ଏହାର ରିଲିଜ ତାରିଖ ଘୁଞ୍ଚାଇଦେଇଛନ୍ତି । କରଣ ଜୋହର ଫିଲ୍ମର ୨ଟି ନୂଆ ପୋଷ୍ଟର ରିଲିଜ କରି ଫିଲ୍ମର ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି । ପୋଷ୍ଟର ସେୟାର କରି ସେ ଲେଖିଛନ୍ତି, ଆମେ ପୁରା ପ୍ରସ୍ତୁତ ଅଛୁ । ଶକ୍ତିର ସହ ଆକାଶରେ ଉଡାଣ ଭରିବାକୁ ପ୍ରସ୍ତୁତ ଅଛୁ । ୧୫ ମାର୍ଚ୍ଚ ୨୦୨୪ରେ ସିନେମା ହଲରେ ରିଲିଜ ହେବ ଯୋଦ୍ଧା ।

ତେବେ ଏହି ପୋଷ୍ଟ ସେୟାର ହେବା ମାତ୍ରେ ସିଦ୍ଧାର୍ଥଙ୍କ ପତ୍ନୀ ତଥା ଅଭିନେତ୍ରୀ କିଆରା ଆଡଭାନୀ ସମେତ ଫ୍ୟାନ୍ସ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । କିଆରା ଲେଖିଛନ୍ତି, ଫାୟାର ଇମୋଜି ସହ ‘Ufff’। ସେହିପରି ଜଣେ ଫ୍ୟାନ୍ ଲେଖିଛନ୍ତି, ଆମେମାନେ ମାର୍ଚ୍ଚ ୧୫ ପାଇଁ ପ୍ରସ୍ତୁତ ଅଛୁ । ଆଉ ଜଣେ ଲେଖିଛନ୍ତି, ବେଶ ଉତ୍ସାହିତ । ସେହିପରି ଅନେକ ଫ୍ୟାନ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଫାୟାର ଇମୋଜି ଦେଇଛନ୍ତି ।

ଯୋଦ୍ଧା ପୋଷ୍ଟର ଉପରେ ପ୍ରତିକ୍ରିୟା ଦେଲେ କିଆରା ଆଡଭାନୀ

ଏହା ମଧ୍ୟ ପଢନ୍ତୁ:ଟାୱାଲରେ ଆକ୍ସନ ସିନ କରିବା କ୍ୟାଟ୍ରିନାଙ୍କ ପାଇଁ ଥିଲା ଚ୍ୟାଲେଞ୍ଜିଂ, ଭିଡିଓ ସେୟାର କରି ବଖାଣିଲେ ଅନୁଭୂତି

ସୂଚନା ଥାଉ କି, ପୁଷ୍କର ଓଝା ଏବଂ ସାଗର ଆମ୍ବରେ ମିଳିତ ଉଦ୍ୟମରେ ଏହି ଫିଲ୍ମକୁ ପ୍ରସ୍ତୁତ କରୁଥିବା ବେଳେ କରଣ ଜୋହର ଏହାର ନିର୍ମାତା ଅଟନ୍ତି । ତେବେ ଏହି ଚଳଚ୍ଚିତ୍ରରେ ଦିଶା ପାଟାନି ଏବଂ ରାଶି ଖାନ୍ନା ପ୍ରଥମ ଥର ପାଇଁ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ । ଏଥିସହ ଫିଲ୍ମରେ ସୁନୀଲ ସେଚ୍ଚୀଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମ ବ୍ୟତୀତ ସିଦ୍ଧାର୍ଥ ମଲହୋତ୍ରା ରୋହିତ ଶେଟ୍ଟୀଙ୍କ OTT ଶୋ ଇଣ୍ଡିଆନ୍ ପୋଲିସ୍ ଫୋର୍ସରେ ମଧ୍ୟ ନଜର ଆସିବେ । ଏଥିରେ ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରୋଏ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଶୋ' ଜାନୁଆରୀ 19 ରେ ଆମାଜନ ପ୍ରାଇମରେ ରିଲିଜ ହେବ।

ABOUT THE AUTHOR

...view details