ହାଇଦ୍ରାବାଦ: କନ୍ନଡ ସୁପରଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କେଜିଏଫ୍ ଚାପ୍ଟର 2' ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ପ୍ରଥମ ଦିନ ପ୍ରଥମ ସୋ' ଦେଖିବା ପରେ ପ୍ରଶଂସକମାନେ ଟ୍ୱିଟରରେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି । ୟଶଙ୍କ 'କେଜିଏଫ୍ ୨' ରେ ଏଥର ବଲିଉଡ ଷ୍ଟାର ସଞ୍ଜୟ ଦତ୍ତ ଏବଂ ରବୀନା ଟଣ୍ଡନ୍ ଅଛନ୍ତି, ଯାହାକୁ ପ୍ରଶଂସକମାନେ ଦେଖିବାକୁ ଆଗ୍ରହୀ ଅଟନ୍ତି।
'KGF ଚାପ୍ଟର 2' ହ୍ୟାସଟ୍ୟାଗ୍ (KGF chapter 2 Twitter Review) ମଧ୍ୟ ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି । ପୂର୍ବ ଫିଲ୍ମ ଅପେକ୍ଷା KGF ଚାପ୍ଟର 2 ଅଧିକ ଭଲ ହୋଇଛି ବୋଲି ପ୍ରଶଂସକମାନେ କହିଛନ୍ତି । ଏଥି ସହିତ, ସମାଲୋଚକ ଏହାକୁ ବ୍ଲକବଷ୍ଟରର ଆଖ୍ୟା ଦେଇଛନ୍ତି ।
କିଛି ପ୍ରଶଂସକ ସୋସିଆଲ ମିଡିଆରେ ମଧ୍ୟ କହିଛନ୍ତି ଯେ, ସେମାନଙ୍କୁ ଟିକେଟ ମିଳୁନାହିଁ ଏବଂ ଫିଲ୍ମର ସୋ ହାଉସଫୁଲ ହେବାକୁ ଯାଉଛି। ଏଥିସହିତ ୟଶଙ୍କ ସହ 'ଅଧୀରା' ସଞ୍ଜୟ ଦତ୍ତଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ପ୍ରଶଂସକମାନେ କିପରି 'KGF ଚାପ୍ଟର 2' ପସନ୍ଦ କରିଛନ୍ତି ଏବଂ ଟ୍ୱିଟରରେ ଲୋକମାନେ 'KGF ଚାପ୍ଟର 2' ବିଷୟରେ କ’ଣ କହୁଛନ୍ତି, ତାହା ପୋଷ୍ଟ ମାଧ୍ୟମରେ ଦର୍ଶାଯାଇଛି ।
-ସଂଳାପ, ଆକ୍ସନ ସବୁକିଛି ବଢିଆ ।
-kgf ଚାପ୍ଟର 2 ଧମାକାଦାର ହୋଇଛି ।
-ଏହି ପ୍ରଶଂସକଙ୍କୁ KGF ଚାପ୍ଟର 2 ପସନ୍ଦ ଆସିଲାନି ।