ଓଡିଶା

odisha

ETV Bharat / entertainment

KGF Chapter 2 ରଚିଲା ଇତିହାସ, ଏଣିକି ଗ୍ରୀସରେ ହେବ ରିଲିଜ୍‌

ଇଟାଲୀରେ ଭାରତୀୟ ଚଳଚ୍ଚିତ୍ରର ବିତରକମାନଙ୍କ ଅନୁଯାୟୀ, କେଜିଏଫ୍-୨ ସାଉଥ୍ ସିନେମାର ପ୍ରଥମ ଚଳଚ୍ଚିତ୍ର, ଯାହା ଗ୍ରୀସରେ ମୁକ୍ତିଲାଭ କରିବ । ମାର୍ଚ୍ଚ 27ରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା, ଯାହା ଦେଶ ତଥା ବିଶ୍ବରେ ହଇଚଇ ସୃଷ୍ଟି କରିଥିଲା । ଅଧିକ ପଢନ୍ତୁ

KGF Chapter 2 ରଚିଲା ଇତିହାସ, ଏଣିକି ଗ୍ରୀସରେ ହେବ ରିଲିଜ୍‌
KGF Chapter 2 ରଚିଲା ଇତିହାସ, ଏଣିକି ଗ୍ରୀସରେ ହେବ ରିଲିଜ୍‌

By

Published : Apr 5, 2022, 3:23 PM IST

ହାଇଦ୍ରାବାଦ: ଭାରତୀୟ ସିନେମାରେ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଦବଦବା ବଢୁଛି। 'ପୁଷ୍ପା' ଏବଂ 'ଆରଆରଆର'ର ଅପାର ସଫଳତା ପରେ ଏବେ ଦର୍ଶକମାନେ ସାଉଥ ସିନେମାର ରକିଂ ଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର' KGF ଅଧ୍ୟାୟ-୨'କୁ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ର ଆଜିଠୁ ଦଶମ ଦିନ ଅର୍ଥାତ୍ ଏପ୍ରିଲ୍ 14 ରେ ମୁକ୍ତିଲାଭ କରିବାକୁ ଯାଉଛି । ଏବେ ଫିଲ୍ମ ବିଷୟରେ ବଡ ଖବର ଆସିଛି । ସାଉଥ ସିନେମାର ପ୍ରଥମ ଚଳଚ୍ଚିତ୍ର 'କେଜିଏଫ୍-୨', ଯାହା ଗ୍ରୀସରେ ମଧ୍ୟ ମୁକ୍ତିଲାଭ କରିବ।

ମିଡିଆ ରିପୋର୍ଟ ଅନୁଯାୟୀ, 'କେଜିଏଫ୍-୨' ବର୍ତ୍ତମାନ ସାରା ବିଶ୍ୱରେ ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ ଅଛି। ସୋସିଆଲ ମିଡିଆରେ ଫିଲ୍ମର କ୍ରେଜ୍ ଦ୍ରୁତ ଗତିରେ ଦେଖାଯାଉଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ବହୁତ ଲୋକପ୍ରିୟ ହୋଇଯାଇଛି । ଖବର ଅନୁଯାୟୀ, 12 ଘଣ୍ଟା ମଧ୍ୟରେ ବ୍ରିଟେନରେ 5 ହଜାର ଟିକେଟ୍ ଆଡଭାନ୍ସ ବୁକ୍ ହୋଇସାରିଛି ।

ଇଟାଲୀରେ ଭାରତୀୟ ଚଳଚ୍ଚିତ୍ରର ବିତରକଙ୍କ ଅନୁଯାୟୀ, କେଜିଏଫ୍-୨ ହେଉଛି ଦକ୍ଷିଣ ସିନେମାର ପ୍ରଥମ ଚଳଚ୍ଚିତ୍ର ଯାହା ଗ୍ରୀସରେ ମୁକ୍ତିଲାଭ କରିବ। ଅନେକ ଭାରତୀୟ ବିତରକ ଏବଂ କିଛି ମିଡିଆ ଜେନେରାଲ୍ ଏହି ଖବର ସେମାନଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହି ଟୁଇଟ୍ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫିଲ୍ମର ଟ୍ରେଲର ମାର୍ଚ୍ଚ 27 ରେ ମୁକ୍ତିଲାଭ କରିଥିଲା, ଯାହା ଦେଶ ତଥା ବିଶ୍ବରେ ହଇଚଇ ସୃଷ୍ଟି କରିଥିଲା ​​। ବର୍ତ୍ତମାନ ଦର୍ଶକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ। ସଞ୍ଜୟ ଦତ୍ତ ଏବଂ ରେଭେନା ଟଣ୍ଡନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ।

କନ୍ନଡ ଚଳଚ୍ଚିତ୍ର KGF-2 ମଧ୍ୟ ହିନ୍ଦୀ, ମାଲାୟାଲମ୍, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ । ଏଥି ସହିତ ସାଉଥ ସୁପରଷ୍ଟାର ତାମିଲ ଅଭିନେତା ବିଜୟଙ୍କ ଫିଲ୍ମ 'ବିଷ୍ଟ' ଏପ୍ରିଲ 13 ରେ ସାରା ଦେଶରେ ମୁକ୍ତିଲାଭ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ବକ୍ସ ଅଫିସରେ ଏହି ଦୁଇଟି ଚଳଚ୍ଚିତ୍ର ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ । ଏଥିସହିତ ବଲିଉଡରୁ ସାହିଦ କପୁରଙ୍କ ଫିଲ୍ମ 'ଜର୍ସି' ଏପ୍ରିଲ 14 ରେ ମୁକ୍ତିଲାଭ କରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details