ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ତାଙ୍କର ହିଟ୍ କୁଇଜ୍ ଶୋ' କୌନ ବନେଗା କରୋଡପତି ସିଜନ୍ ୧୫ ନେଇ ଶିରୋନାମାରେ ରହିଛନ୍ତି । ବିଗ୍ ବି ଙ୍କ ଏହି ଶୋ' କେବଳ ମଜାଦାର ନୁହେଁ କାରଣ ନୂତନ ପ୍ରତିଯୋଗୀମାନେ ଟଙ୍କା ଜିତିବା ସହ ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ପ୍ରକାଶ କରିଥାନ୍ତି । ବରଂ ବିଗ୍ ବି ନିଜେ ମଧ୍ୟ ନିଜ ଜବନୀ ବିଷୟରେ ଅନେକ ଖୁଲାସା କରିଥାନ୍ତି । ବର୍ତ୍ତମାନ ସିଜନ ୧୫ର ୬୮ତମ ଏପିସୋଡରେ ଅମିତାଭ ବଚ୍ଚନ ପ୍ରଶଂସକଙ୍କ ସହ ନିଜ ସହ ଜଡିତ ଏକ ମଜାଳିଆ କାହାଣୀ ସେୟାର କରିଛନ୍ତି । ବିଗ୍ ବି କହିଛନ୍ତି ଯେ ଆଜି ବି ସେ ତାଙ୍କ ଘରେ ବାସନକୁ ଧୋଇ ରୋଷେଇ ଘର ସଫା କରନ୍ତି ।
୧୪ ଅଗଷ୍ଟରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ପ୍ରସାରିତ ହେଉଥିବା କେବିସି 15 ର ଶୋ’ରେ ଗୁଜୁରାଟର ଭବନଗରରୁ ହର୍ଷ ଶାହାଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ଅମିତାଭ ହର୍ଷଙ୍କୁ ତାଙ୍କ ବ୍ୟବସାୟ ବିଷୟରେ ପଚାରିଥିଲେ । ଏହା ଉପରେ ହର୍ଷ କହିଛନ୍ତି ଯେ ସେ ପ୍ଲାଷ୍ଟିକ୍ ମୋନୋଫିଲାମେଣ୍ଟ ସୂତାର ଏକ ୟୁନିଟ୍ ପରିଚାଳନା କରନ୍ତି । ଏହି ସୂତାରୁ ସଫା କରିବା ସ୍କ୍ରବ୍ ତିଆରି କରାଯାଏ । ଏହା ପରେ ହର୍ଷ ଅମିତାଭଙ୍କୁ ପଚାରିଛନ୍ତି କି ସେ କେବେ ବାସନ ଧୋଇଛନ୍ତି କି ? ଏଥିପାଇଁ ଅମିତାଭ ଉତ୍ତର ଦେଇଛନ୍ତି, 'ହଁ ହଁ, ମୁଁ ବାସନକୁସନକୁ ଅନେକ ଥର ସଫା କରିସାରିଛି, ରୋଷେଇ ଘରର ବାସନକୁ ଧୋଇଛି ଏବଂ ରୋଷେଇ ଘର ସଫା କରିଛି । ତୁମେ କାହିଁକି ଭାବୁଛ ମୁଁ କେବେ ଏସବୁ କରି ନାହିଁ ?' ଏହି ମଜାଳିଆ ପ୍ରତିକ୍ରିୟା ପରେ ଦର୍ଶକମାନେ ଶୋ’ରେ ଜୋରରେ ହସିଥିଲେ ।
ଏହି ସମୟରେ ହର୍ଷ ଶୋ' କାହିଁକି ଯୋଗ ଦେଇଛନ୍ତି ସେନେଇ ଖୁଲାସା କରିଥିଲେ । ହର୍ଷ କହିଛନ୍ତି ଯେ ତାଙ୍କ ମା' ଚାହୁଁଛନ୍ତି ଯେ ସେ ଶୋ'ରେ ସାମିଲ ହୁଅନ୍ତୁ । ଶେଷରେ ସେ ତାଙ୍କ ମା'ଙ୍କ ସ୍ୱପ୍ନକୁ ପୂରଣ କରିଛି। ହର୍ଷ କହିଛନ୍ତି, ମୋ ବାପାଙ୍କ ବ୍ୟବସାୟକୁ ନେବାକୁ ମୋର ରାଜ୍ୟ ସିଭିଲ ସର୍ଭିସେସ୍ ପାଠପଢାକୁ ଛାଡ଼ିବାକୁ ପଡ଼ିଲା, କାରଣ ମୋ ବାପା ହୃଦଘାତ ପରେ ଅସ୍ତ୍ରୋପଚାର କରିଥିଲେ, ମୁଁ ମୋର ସ୍ୱପ୍ନକୁ ଚାପି ଦେଇ ମୋ ବାପାଙ୍କ କାମ ସମ୍ଭାଳିଥିଲି ।