ମୁମ୍ବାଇ: ବଲିଉଡର 'ବାର୍ବୀ ଡଲ୍' କ୍ୟାଟ୍ରିନା କୈଫ ଏବଂ ଲୋକପ୍ରିୟ ଅଭିନେତା ବିକି କୌଶଲଙ୍କ ଯୋଡିକୁ ଲକ୍ଷଲକ୍ଷ ଲୋକ ପସନ୍ଦ କରନ୍ତି । ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ଫ୍ୟାନ୍ସଙ୍କ ଲୋକପ୍ରିୟ ହୋଇପାରିଛନ୍ତି ଏହି ସୁନ୍ଦର ଯୋଡି । ବୃତ୍ତିଗତ ଜୀବନ ସମେତ ବ୍ୟକ୍ତିଗତ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବିକି-କ୍ୟାଟ। ଏହାରି ମଧ୍ୟରେ ଦମ୍ପତିଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ବଡ ଖବର ଆସିଛି। ବିକି-କ୍ୟାଟଙ୍କ ଘରକୁ ଆସିବ ନୂଆ ଅତିଥି । ବେବି ପ୍ଲାନ୍ କରୁଛନ୍ତି ଏହି ବଲିଉଡ୍ ଦମ୍ପତି। ନିକଟରେ ଏକ ସାକ୍ଷାତକାରରେ ବେବି ପ୍ଲାନ ନେଇ ଖୁଲାସା କରିଛନ୍ତି କ୍ୟାଟ୍ । ଅଭିନେତ୍ରୀ ନିଜ ଆଗାମୀ ଫିଲ୍ମ ପରେ ବେବି ପ୍ଲାନ୍ କରିବେ । ଏହି ଖବର ପ୍ରସାରିତ ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ଏକ ସାକ୍ଷାତକାରରେ କ୍ୟାଟ୍ରିନା କୈଫ ତାଙ୍କ ବନ୍ଧୁମାନଙ୍କ ସହ ଆଲୋଚନା କରି କହିଛନ୍ତି ଯେ, ସେ ଫରହାନ ଅଖତର ଏବଂ ଜୋୟା ଅଖତରଙ୍କ ଫିଲ୍ମ 'ଜୀ ଲେ ଜରା' ରେ ନଜର ଆସିବେ । ଫିଲ୍ମକୁ ନେଇ ପ୍ରସ୍ତୁତି ଚାଲିଛି। ତେବେ ଏହି ଫିଲ୍ମ କରିବା ପରେ ବେବି ପ୍ଲାନ୍ କରିବୁ। ଏହାପରେ ଖୁବଶୀଘ୍ର ଭିକି କୌଶଲ ଓ କ୍ୟାଟ୍ରିକା କୈଫ୍ ବାପାମାଆ ହେବାକୁ ଯାଉଥିବା ଫ୍ୟାନ୍ସମାନେ ଆକଳନ କରିଛନ୍ତି । ତେବେ ଏହି ଖବର ଭାଇରାଲ ହେବା ମାତ୍ରେ ଫ୍ୟାନ୍ସ ବେଶ ଖିସି ହେବା ସହ ଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି ।