ହାଇଦ୍ରାବାଦ: ଭିକି କୌଶଲ ଏବଂ କ୍ୟାଟ୍ରିନାଙ୍କ ବିବାହକୁ ଆଜି ଗୋଟିଏ ବର୍ଷ ପୂରଣ ହୋଇଛି । ଏହି ଦମ୍ପତି 9 ଡିସେମ୍ବର 2021 ରେ ରାଜସ୍ଥାନର ସାୱାଇ ମୋଧୋପୁରର ସିକ୍ସ ସେନ୍ସସ ଫୋର୍ଟ ବରବାରାରେ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଥିଲେ । ଭିକି ଏବଂ କ୍ୟାଟ୍ରିନା ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ବିବାହର ଏକ ବର୍ଷ ପୂରଣ ଖୁସିରେ ଭିକି କୌଶଲ ଭାଙ୍ଗଡା ମଧ୍ୟ କରିଥିଲେ । ପତ୍ନୀ କ୍ୟାଟ୍ରିନା ମଧ୍ୟ ତାଙ୍କ ଇନଷ୍ଟାରେ ସ୍ୱାମୀ ଭିକିଙ୍କ ଭାଙ୍ଗଡା କରୁଥିବା ଭିଡିଓ ସେୟାର କରିଛନ୍ତି ।
କ୍ୟାଟ୍ରିନା ସେୟାର କରିଛନ୍ତି ଭିଡିଓ ଏବଂ ଫଟୋ
କ୍ୟାଟ୍ରିନା ଇନଷ୍ଟାରେ ଅନେକ ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋ ସେମାନଙ୍କ ବିବାହର । ଯେଉଁଥିରେ ଦୁହେଁ ବେକରେ ଫୁଲମାଳ ପକାଇ ବସିଛନ୍ତି ବହୁତ ଏବଂ ବହୁତ ଖୁସି ନଜର ଆସୁଛନ୍ତି । ଦ୍ୱିତୀୟ ଫଟୋରେ କ୍ୟାଟ୍ରିନା ତାଙ୍କ ସ୍ୱାମୀ ଭିକିଙ୍କ ଆଖିରେ ହଜିଯାଇଥିବାର ନଜର ଆସିଛନ୍ତି । ଏଥି ସହିତ, ଭିଡିଓରେ ଭିକି କୌଶଲ ବିନା ମ୍ୟୁଜିକର୍ ଭାଙ୍ଗଡା କରୁଥିବା ନଜର ଆସିଛନ୍ତି । ବିଶେଷ କଥା ହେଉଛି ଭିକି ସଙ୍ଗୀତ ବିନା ଭାଙ୍ଗଡା କରୁଛନ୍ତି ଏବଂ କ୍ୟାଟ୍ରିନା ତାଙ୍କ ଷ୍ଟେପ୍କୁ ଦେଖି ହସୁଛନ୍ତି ।