ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କର ଅଭିନୟ ଏବଂ ଡ୍ୟାନ୍ସରେ ଦର୍ଶକଙ୍କୁ ଦିୱାନା କରିଥାନ୍ତି। କ୍ୟାଟ୍ରିନା ଚଳିତ ବର୍ଷ ଶେଷରେ ସଲମାନ ଖାନଙ୍କ ବିପକ୍ଷରେ ନଜର ଆସିବେ। ଏହାପୂର୍ବରୁ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ପୋଷ୍ଟରେ କ୍ୟାଟ୍ରିନା ଜଣେ ବ୍ୟକ୍ତିଙ୍କ ବିଷୟରେ ଖୁଲାସା କରି କହିଛନ୍ତି ଯିଏ ଗତ 20ବର୍ଷ ଧରି ତାଙ୍କ ସହ ଅଛନ୍ତି । ତେବେ 20 ବର୍ଷ ଧରି କ୍ୟାଟ୍ରିନାଙ୍କ ଜୀବନ ସହିତ ଜଡ଼ିତ ଏହି ବ୍ୟକ୍ତି ଜଣକ କିଏ ? ଏବଂ କ୍ୟାଟ୍ରିନା ଏହି ବ୍ୟକ୍ତିଙ୍କୁ କାହିଁକି ପ୍ରଶଂସା କରିଛନ୍ତି ? ଜାଣନ୍ତୁ
ନିଜ ଇନ୍ଷ୍ଟାଗ୍ରାମରେ କ୍ୟାଟ୍ରିନା ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପର୍ସନାଲ ଆସିସାଣ୍ଟ(PA) ଅଶୋକ ଶର୍ମାଙ୍କ ସହ ନଜର ଆସିଛନ୍ତି । କ୍ୟାଟ୍ରିନା ଏବଂ ସେ 20 ବର୍ଷ ଧରି ଏକାଠି କାମ କରିଛନ୍ତି । କ୍ୟାଟ୍ରିନା ଏହି ଫଟୋ ସେୟାର କରି ତାଙ୍କ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, ଆଜି ଅଶୋକ ଶର୍ମା 20 ବର୍ଷ ପୂରଣ କରିଛନ୍ତି । ଏହି ବ୍ୟକ୍ତି ଗତ 20 ବର୍ଷ ମଧ୍ୟରେ ମୋ ସହିତ ଅଧିକ ସମୟ ଅତିବାହିତ କରିଛନ୍ତି । ହସିବାଠାରୁ ଆରମ୍ଭ କରି ଝଗଡା, ମୋର ଯତ୍ନ ନେବା, ମୋତେ ପ୍ରେରିତ କରିବା ଭଳି ସବୁକିଛିରେ ମୋ ସହ ରହିଛନ୍ତି । ଏପରିକି ଯଦି କେହି ମୋତେ ସେଟ୍ରେ ହଇରାଣ କରନ୍ତି ତେବେ ଅଶୋକ କାନ୍ଦି ପକାନ୍ତି । ମୋ ଉପରେ ସବୁବେଳେ ନଜର ରଖିଥାନ୍ତି, ମୁଁ କଣ ଚାହେଁ ସେ ଆଗରୁ ଜାଣିପାରିଥାନ୍ତି । ମୋ ଜୀବନର ସମସ୍ତ କାର୍ଯ୍ୟରେ ମୋତେ ସହଯୋଗ କରିଛନ୍ତି । ଏହିପରି ଆଗାମୀ 20ବର୍ଷ ମଧ୍ୟ ବିତିଯାଉ ।