ହାଇଦ୍ରାବାଦ: 2022 ବର୍ଷ ଅଭିନୟ ଜଗତ ପାଇଁ ଖୁସିରେ ପରିପୂର୍ଣ୍ଣ । କେତେବେଳେ ସେଲିବ୍ରିଟିଙ୍କ ବିବାହ ଖବର ଆସୁଛି ତ ପୁଣି କେତେବେଳେ ଅଭିନେତ୍ରୀ ମାଆ ହେବା ଖବର ପ୍ରଶଂସକଙ୍କ ମୁହଁରେ ହସ ଫୁଟାଇ ଦେଉଛି । ଏଥି ସହିତ, ଚଳିତ ବର୍ଷ ଅନେକ ଅଭିନେତ୍ରୀ ମାଆ ହେବାକୁ ଯାଉଛନ୍ତି । ଏପଟେ ବଲିଉଡର ସବୁଠାରୁ ଲୋକପ୍ରିୟ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ଅଭିନେତ୍ରୀ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି କ୍ୟାଟ୍ରିନା କୈଫ ମାଆ ହେବାକୁ ଯାଉଛନ୍ତି। ଏହି ଖବର ସୋସିଆଲ ମିଡିଆରେ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି ।
ବିମାନବନ୍ଦରରୁ କ୍ୟାଟ୍ରିନା କୈଫଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ, କ୍ୟାଟ୍ରିନା ଏକ ଗୋଲାପୀ ରଙ୍ଗର ସୁଟ୍ ପିନ୍ଧିଥିଲେ ଏବଂ କମ୍ଫି ଲୁକରେ ନଜର ଆସିଥିଲେ। ଯାହା ପରେ ଗଣମାଧ୍ୟମରେ ଗର୍ଭବତୀ ଥିବା କଥା ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହି ପ୍ରସଙ୍ଗରେ କେତେ ସତ୍ୟ ଅଛି, ଏହାକୁ କୁହାଯାଇପାରିବ ନାହିଁ । ତେଣୁ ଏହି ଖବର ସଂପୂର୍ଣ୍ଣ ଗୁଜବ ଅଟେ । କେତେକ ଗଣମାଧ୍ୟମ ରିପୋର୍ଟରେ କ୍ୟାଟ୍ରିନା କୈଫଙ୍କ ହାଲୁକା ବା ଢିଲା ପୋଷାକକୁ ନେଇ ଏହା କଳ୍ପନାଜଳ୍ପନା କରାଯାଉଛି କି, ଅଭିନେତ୍ରୀ କିଛି ଲୁଚାଉଛନ୍ତି।