ଓଡିଶା

odisha

ETV Bharat / entertainment

The Kashmir Files Row: ନାଦବ ଲାପିଡଙ୍କ ସପକ୍ଷରେ ବାହାରିଲେ IFFIର ଅନ୍ୟ ଜୁରି

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ 'ଦି କାଶ୍ମୀର ଫାଇଲ୍ସ'କୁ ନେଇ ବିବାଦୀୟ ମନ୍ତବ୍ୟ । ଜୁରି ନାଦବ ଲାପିଡଙ୍କୁ ସମର୍ଥନ କଲେ ଅନ୍ୟ ଜୁରି । ଅଧିକ ପଢନ୍ତୁ

The Kashmir Files Row: ନାଦବ ଲାପିଡଙ୍କ ସପକ୍ଷରେ ବାହାରିଲେ IFFIର ଅନ୍ୟ ଜୁରି
The Kashmir Files Row: ନାଦବ ଲାପିଡଙ୍କ ସପକ୍ଷରେ ବାହାରିଲେ IFFIର ଅନ୍ୟ ଜୁରି

By

Published : Dec 4, 2022, 10:53 PM IST

ନୂଆଦିଲ୍ଲୀ:ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (IFFI) ନିକଟରେ ଶେଷ ହୋଇଛି । ଏହି ମହୋତ୍ସବରେ 'ଦି କାଶ୍ମୀର ଫାଇଲ୍ସ' ଫିଲ୍ମ ଉପରେ ବିବାଦୀୟ ମନ୍ତବ୍ୟ ଦିଆଯାଇଥିଲା । ତେବେ ଶନିବାର ଏ ନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ଏହି ମହୋତ୍ସବରେ ଜୁରିଙ୍କ ମଧ୍ୟରେ ସାମିଲ ହୋଇଥିବା ଏକମାତ୍ର ଭାରତୀୟ ସୁଦିପ୍ତୋ ସେନ । ଫିଲ୍ମ ଉପରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ଇସ୍ରାଏଲ ଫିଲ୍ମ ନିର୍ମାତା ନାଦବ ଲାପିଡ ଦେଇଥିଲେ ବୋଲି ସେ କହିଛନ୍ତି । ଅନ୍ୟପଟେ ଫିଲ୍ମ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଜୁରି ଲାପିଡଙ୍କ ସମର୍ଥନରେ ବାହାରିଛନ୍ତି ଏଥିରେ ସାମିଲ ହୋଇଥିବା ଅନ୍ୟ ଜଜ୍‌ ।

ଆମେରିକା ଫିଲ୍ମ ନିର୍ମାତା ଜିଙ୍ଗୋ ଗୋତହ, ଫ୍ରାନ୍ସ ଫିଲ୍ମ ସମ୍ପାଦକ ପାସ୍କଲ ଚାୱାଂସ ଓ ଫ୍ରାନ୍ସ କ୍ଷୁଦ୍ର ଫିଲ୍ମ ନିର୍ମାତା ଜୈବିୟର ବାରୁଟେସନ ସାମିଲ ରହିଥିଲେ । ସେନ୍ କହିଛନ୍ତି , "ବର୍ତ୍ତମାନ ଯଦି କେହି ସର୍ବସାଧାରଣରେ କୌଣସି ଫିଲ୍ମ ଚୟନ କରନ୍ତି ଏବଂ କିଛି କୁହନ୍ତି ଯାହା ଆଶା କରାଯାଏ ନାହିଁ, ତେବେ ଏହା ହେଉଛି ତାଙ୍କର ବ୍ୟକ୍ତିଗତ ରାୟ । ଜୁରି ସଦସ୍ୟମାନଙ୍କ ସହିତ ଏହାର କୌଣସି ସମ୍ପର୍କ ନାହିଁ ।"

ଏହା ବି ପଢନ୍ତୁ- ଫିଫା ୱାର୍ଲ୍ଡକପରେ ନଜର ଆସିବେ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ

ଲାପିଡ IFFI ର ଅନ୍ତର୍ଜାତୀୟ ଜୁରିର ମୁଖ୍ୟ ଥିଲେ । ଏହି ୯ ଦିନିଆ ଚଳଚ୍ଚିତ୍ର ମହୋତ୍ସବର ଶେଷ ଦିନରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସେ 'କାଶ୍ମୀର ଫାଇଲ୍ସ' କୁ ଏକ ଅଶ୍ଳୀଳ ତଥା ପ୍ରଚାର ପ୍ରସାରକାରୀ ଚଳଚ୍ଚିତ୍ର ବୋଲି କହିଥିଲେ । ଓସ୍କାର ପାଇଁ ନମିନେଟ ହୋଇଥିବା ପ୍ରଯୋଜନକ ଜିଙ୍ଗୋ ଗୋତହ ପାଲଟା ନାଦବ ଲାପିଡଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି, " ଏହି ମନ୍ତବ୍ୟ କୌଣସି ରାଜନୈତିକ ଉଦ୍ଦେଶ୍ୟ ନେଇ କୁହାଯାଇନାହିଁ । ଏହା କେବଳ ଏକ କଳାତ୍ମକ ମନ୍ତବ୍ୟ ରହିଥିଲା । ଆମେ ଦୁଃଖିତ ଯେ ଏହି ପ୍ଲାଟଫର୍ମକୁ ରାଜନୀତି ଲାଗି ବ୍ୟବହାର କରାଯାଉଛି । ନାଦବଙ୍କ ଉପରେ ବ୍ୟକ୍ତିଗତ ଭାବେ ଆକ୍ଷେପ କରାଯାଉଛି । ଏହା ଜୁରି ସଦସ୍ୟଙ୍କ ଉଦ୍ଦେଶ୍ୟ ନୁହେଁ । "

ABOUT THE AUTHOR

...view details