ହାଇଦ୍ରାବାଦ: ହିନ୍ଦୀ ସିନେମା ପାଇଁ ମେ 22 ତାରିଖ (ରବିବାର) ଏକ ଖାସ୍ ଦିନ ଥିଲା । ଏହି ଦିନ କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନୀ ଏବଂ ତବୁ ଷ୍ଟାରର ନିର୍ଦ୍ଦେଶକ ଅନିସ୍ ବଜମିଙ୍କ ଫିଲ୍ମ 'ଭୁଲ୍ ଭୁଲେୟାଁ ୨' ଆଶାଠାରୁ ଅଧିକ କଲେକ୍ସନ କରିଛି । ତେବେ ଏହି କଲେକ୍ସନରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ, ହିନ୍ଦୀ ସିନେମାର ଦର୍ଶକମାନେ ଏବେ କେବଳ ମନୋରଞ୍ଜନ ଚଳଚ୍ଚିତ୍ର ଦେଖିବାକୁ ଚାହୁଁଛନ୍ତି । ଆଶା କରାଯାଉଥିଲା ଯେ ଫିଲ୍ମ 'ଭୁଲ ଭୁଲେୟାଁ 2' ରବିବାର ପ୍ରାୟ 20 କୋଟି ଟଙ୍କାର କଲେକ୍ସନ କରିବ, କିନ୍ତୁ ସନ୍ଧ୍ୟା ସୁଦ୍ଧା ତାଠାରୁ ଅଧିକ କଲେକ୍ସନ କରିଥିଲା ।
ପ୍ରାରମ୍ଭିକ ଆକଳନ ଅନୁଯାୟୀ ଫିଲ୍ମ 'ଭୁଲ ଭୁଲେୟାଁ 2' ରବିବାର ବକ୍ସ ଅଫିସରେ ପ୍ରାୟ 23.50 କୋଟି ଟଙ୍କା ଆୟ କରିଛି। ଟିକେଟ୍ ବିକ୍ରିର ଆକଳନ ଅନୁଯାୟୀ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ଫିଲ୍ମର ମୋଟ କଲେକ୍ସନ ରବିବାର ପ୍ରାୟ 27 କୋଟି ଟଙ୍କା ହୋଇଛି। ଫିଲ୍ମର ନେଟ୍ କଲେକ୍ସନ୍ 23.50 କୋଟିରେ ପହଞ୍ଚିବା ସହିତ ଫିଲ୍ମ 'ଭୁଲ୍ ଭୁଲେୟାଁ 2' ପ୍ରଥମ ସପ୍ତାହ ଶେଷରେ 55.95 କୋଟି ରୋଜଗାରର ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ଚଳଚ୍ଚିତ୍ରର ପ୍ରଥମ ସପ୍ତାହ ଶେଷରେ ହିନ୍ଦୀ ସିନେମାରେ ଏହା ସର୍ବାଧିକ ଆୟ କରିଛି । ଚଳଚ୍ଚିତ୍ରର ଉଦଘାଟନ ଦିନ ମଧ୍ୟ ବର୍ଷର ସବୁଠାରୁ ବଡ ଉଦଘାଟନ ହୋଇଛି ।