ଓଡିଶା

odisha

ETV Bharat / entertainment

Kartik Aryan: 'ଚନ୍ଦୁ ଚମ୍ପିଆନ' ଫିଲ୍ମ ସୁଟିଂ ପାଇଁ ଲଣ୍ଡନ ଗଲେ କାର୍ତ୍ତିକ

'ସତ୍ୟପ୍ରେମ କି କଥା' ରେ ଦର୍ଶକଙ୍କ ମନ ଜିତିବା ପରେ ବର୍ତ୍ତମାନ ଆଗାମୀ ଫିଲ୍ମ 'ଚନ୍ଦୁ ଚମ୍ପିଆନ'ରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ। ଏହି ଫିଲ୍ମର ସୁଟିଂ ପାଇଁ ଅଭିନେତା ଲଣ୍ଡନ ଯାଇଛନ୍ତି। ଏହି ସମୟରେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା। ଅଧିକ ପଢନ୍ତୁ,

By

Published : Jul 11, 2023, 11:57 AM IST

Updated : Jul 11, 2023, 12:09 PM IST

'ଚନ୍ଦୁ ଚମ୍ପିଅନ' ଫିଲ୍ମ ସୁଟ ପାଇଁ ଲଣ୍ଡନ ଅଭିମୁଖେ କାର୍ତ୍ତିକ, ମୁମ୍ବାଇ ଏୟାରପୋର୍ଟରେ ହେଲେ ସ୍ପଟ
'ଚନ୍ଦୁ ଚମ୍ପିଅନ' ଫିଲ୍ମ ସୁଟ ପାଇଁ ଲଣ୍ଡନ ଅଭିମୁଖେ କାର୍ତ୍ତିକ, ମୁମ୍ବାଇ ଏୟାରପୋର୍ଟରେ ହେଲେ ସ୍ପଟ

ହାଇଦ୍ରାବାଦ: 'ସତ୍ୟପ୍ରେମ କି କଥା' ପରେ ବର୍ତ୍ତମାନ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେ ପରବର୍ତ୍ତୀ ଫିଲ୍ମ ଚନ୍ଦୁ ଚମ୍ପିଆନରେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ସୁଟିଂ ପାଇଁ କାର୍ତ୍ତିକ ଲଣ୍ଡନ ଯାଉଥିବା ବେଳେ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ ।ଏହି ସମୟରେ ସେ ପ୍ୟାପ୍‌ଙ୍କୁ ପୋଜ ଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଇନ୍‌ଷ୍ଟାଗ୍ରାମରେ ଏକ ପାପାରାଜିଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ଅଭିନେତା ଏକ ବ୍ଲାକ୍‌ କାରରେ ବିମାନବନ୍ଦରରେ ପହଞ୍ଚି ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ନଜର ଆସିଛନ୍ତି । ସେ ବ୍ଲାକ୍‌ ଆଉଟଫିଟରେ ଖୁବ୍‌ସୁନ୍ଦର ଦେଖାଯାଉଛନ୍ତି । ତେବେ ଲଣ୍ଡନରେ କାର୍ତ୍ତିକଙ୍କ ଆଗାମୀ ଫିଲ୍ମ ଚନ୍ଦୁ ଚମ୍ପିଆନ ସୁଟିଂ କରାଯିବ । ତେବେ ନିର୍ମାତାମାନେ ଇଦ ଅଲ ଜୁହା ଅବସରରେ ଜୁନ୍ 14, 2024ରେ ଏହି ଫିଲ୍ମ ରିଲିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

'ଚନ୍ଦୁ ଚାମ୍ପିଅନ୍' ଫିଲ୍ମର କାହାଣୀ କ'ଣ?

ଚନ୍ଦୁ ଚମ୍ପିଆନ୍ ଫିଲ୍ମ କ୍ରୀଡା ଡ୍ରାମା ଜଣେ କ୍ରୀଡ଼ାବିତଙ୍କ ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ। ଯିଏ କେବେ ବି ତାଙ୍କ ଜୀବନରେ ହାର ମାନିନାହାନ୍ତି। ଏହି ଚଳଚ୍ଚିତ୍ରଟି ଭାରତର ପ୍ରଥମ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମୁର୍ଲିକାଣ୍ଟ ପେଟକରଙ୍କ ବାୟୋପିକ୍ ବୋଲି କୁହାଯାଉଛି, ନିର୍ମାତା ଏପର୍ଯ୍ୟନ୍ତ ତାହା ନିଶ୍ଚିତ କରିନାହାଁନ୍ତି। ଚନ୍ଦୁ ଚମ୍ପିଆନରେ ଫିଲ୍ମରେ କାର୍ତ୍ତିକ ଚନ୍ଦୁ ରୋଲରେ ନଜର ଆସିବେ। ଏବଂ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଶ୍ରଦ୍ଧା କପୁର ନଜର ଆସିବେ । ସାଜିଦ ନାଦିଆଡୱାଲାଙ୍କ ବ୍ୟାନର ନାଡିଆଡୱାଲା ନାତି ଚିତ୍ତବିନୋଦନ ଏବଂ କବୀର ଖାନ ପ୍ରଡକ୍ସନ୍ସ ଦ୍ୱାରା ଚନ୍ଦୁ ଚମ୍ପିଆନ୍ ମିଳିତ ଭାବେ ନିର୍ମିତ କରିଛନ୍ତି ।

'ସତ୍ୟପ୍ରେମ କି କଥା' ବକ୍ସ ଅଫିସ କଲେକ୍ସନ:

ସେପଟେ ଜୁନ 29ରେ ରିଲିଜ ହୋଇଥିବା କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଫିଲ୍ମ ସତ୍ୟପ୍ରେମ କି କଥା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି। ଫିଲ୍ମ ରିଲିଜ୍ ହେବାର ଦ୍ୱାଦଶ ଦିନ ବିତିଗଲାଣି । 12ତମ ଦିନରେ ଅର୍ଥାତ୍ ଦ୍ୱିତୀୟ ସୋମବାରରେ ଏହା 2.50 କୋଟି ବ୍ୟବସାୟ କରିଛି । ଫିଲ୍ମର ମୋଟ ସଂଗ୍ରହ 68.56 କୋଟି ଟଙ୍କାକୁ ବୃଦ୍ଧି ପାଇଛି । 60କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ 12ଦିନ ମଧ୍ୟରେ ତା' ବଜେଟ ମୂଲ୍ୟରୁ ଅଧିକ ଆୟ କରିସାରିଲାଣି । ଏହି ଫିଲ୍ମରେ କାର୍ତ୍ତିକଙ୍କ ସହ ନଜର ଆସିଛନ୍ତି କିଆରା ଆଡଭାନୀ । ଭୁଲ ଭୁଲେୟା-2 ପରେ ଏହି ଯୋଡ଼ିଙ୍କ ଏହା 2ୟ ହିଟ୍‌ ଫିଲ୍ମ । ଏହି ଭଳି କାର୍ତ୍ତିକଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚମ୍ପିଆନ୍' ର ନାଁ ଘୋଷଣା ହେବାଠାରୁ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ବଢ଼ି ଯାଇଛି ।

Last Updated : Jul 11, 2023, 12:09 PM IST

ABOUT THE AUTHOR

...view details