ଓଡିଶା

odisha

ELLE Beauty Awards 2022: କାର୍ତ୍ତିକ ହେଲେ ସୁପରଷ୍ଟାର ଅଫ୍ ଦି ଇୟର

By

Published : Nov 17, 2022, 1:50 PM IST

କାର୍ତ୍ତିକ ଆର୍ଯ୍ୟନଙ୍କୁ ସୁପରଷ୍ଟାର ଅଫ୍ ଦି ଇୟର ଭାବେ ମନୋନୀତ କରାଯାଇଛି । ଅଭିନେତା ଏକ ଫଟୋ ସହ ଏହି ଖୁସି ସେୟାର କରିଛନ୍ତି । ଅଧିକ ପଢନ୍ତୁ

କାର୍ତ୍ତିକ ହେଲେ ସୁପରଷ୍ଟାର ଅଫ୍ ଦି ଇୟର, ଫଟୋ ସେୟାର କରି ଲେଖିଲେ ଏମିତି
କାର୍ତ୍ତିକ ହେଲେ ସୁପରଷ୍ଟାର ଅଫ୍ ଦି ଇୟର, ଫଟୋ ସେୟାର କରି ଲେଖିଲେ ଏମିତି

ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ । କାର୍ତ୍ତିକ କେବଳ ହ୍ୟାଣ୍ଡସମ୍‌ ନୁହଁନ୍ତି ବରଂ ଦକ୍ଷ ଅଭିନେତା ମଧ୍ୟ ଅଟନ୍ତି । ନିକଟରେ କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଫିଲ୍ମ 'ଭୁଲ-ଭୁଲେୟାଁ 2' ବକ୍ସ ଅଫିସରେ 250 କୋଟି ଟଙ୍କାର ବ୍ୟବସାୟ କରି ବଲିଉଡରେ ଧମାଲ ମଚେଇ ଦେଇଥିଲା । ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ କମେଡି ଅନ୍ଦାଜ ଫ୍ୟାନ୍ସଙ୍କ ହୃଦୟ ଜିତିନେଇଥିଲା ​​। ବର୍ତ୍ତମାନ ଆଉ ଏକ ଖୁସି ଖବର ଆସିଛି, କାର୍ତ୍ତିକ ବଲିଉଡର ପରବର୍ତ୍ତୀ ସୁପରଷ୍ଟାର ଭାବେ ମନୋନୀତ ହୋଇଛନ୍ତି ।

ସୁପରଷ୍ଟାର ଅଫ୍‌ ଦ ଇୟର

ଗତକାଲି ରାତିରେ କାର୍ତ୍ତିକ ଆର୍ଯ୍ୟନ 'ଏଲେ ବିୟୁଟି' (ELLE Beauty Awards 2022) ପୁରସ୍କାରରେ ଯୋଗ ଦେଇଥିଲେ, ଯେଉଁଠାରେ ଅନେକ ବଲିଉଡ ସେଲିବ୍ରିଟି ସାମିଲ ହୋଇଥିଲେ । ଦୀପିକା ପାଦୁକୋନ୍ ଠାରୁ ଆରମ୍ଭ କରି ଜାହ୍ନବୀ କପୁର ପର୍ଯ୍ୟନ୍ତ ସମସ୍ତେ ନିଜ ସୌନ୍ଦର୍ଯ୍ୟର କରିସ୍ମା ଦେଖାଇଥିଲେ । ଏହି ରେଡ କାର୍ପେଟରେ ହ୍ୟାଣ୍ଡସମ୍‌ ହିରୋ କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରତିଭା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଇଭେଣ୍ଟରେ କାର୍ତ୍ତିକଙ୍କୁ ଏଲେ ସୁପରଷ୍ଟାର ଅଫ୍ ଦି ଇୟର ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

କାର୍ତ୍ତିକ ଆର୍ଯ୍ୟନ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ସେୟାର କରିଛନ୍ତି । କାର୍ତ୍ତିକ ପୁରସ୍କାର ସହିତ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, 'ଏଲେ ଇଣ୍ଡିଆକୁ ଧନ୍ୟବାଦ, ସତରେ...ଏହି ବର୍ଷ ମୋତେ ବହୁତ କିଛି ଦେଇଛି ...ସମସ୍ତ ପ୍ରଶଂସକଙ୍କୁ ମୋର ହୃଦୟରୁ ଧନ୍ୟବାଦ' ।

ପ୍ରଶଂସକ କରୁଛନ୍ତି ପ୍ରଶଂସା

26 ମିଲିୟନରୁ ଅଧିକ ପ୍ରଶଂସକ ଇନଷ୍ଟାଗ୍ରାମରେ କାର୍ତ୍ତିକଙ୍କୁ ଫଲୋ କରନ୍ତି । କାର୍ତ୍ତିକଙ୍କ ଏହି ପୋଷ୍ଟରେ ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି ଏବଂ ତାଙ୍କର ନୂଆ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ହେରା ଫେରି 3ରେ ନଜର ଆସିବେ କାର୍ତ୍ତିକ

ଆଜିକାଲି କାର୍ତ୍ତିକ ଆର୍ଯ୍ୟନଙ୍କ ବିଷୟରେ କୁହାଯାଉଛି ଯେ, ତାଙ୍କୁ ଫୁଲ ଅଫ୍ କମେଡି ଫିଲ୍ମ 'ହେରା ଫେରି'ର ତୃତୀୟ ଭାଗରେ ଦେଖିବାକୁ ମିଳିବ। ଫିଲ୍ମରେ କାର୍ତ୍ତିକଙ୍କ ପ୍ରବେଶକୁ ଅଭିନେତା ପରେଶ ରାୱଲ ନିଶ୍ଚିତ କରିଛନ୍ତି । ଏହି ନିଶ୍ଚିତକରଣ ସହିତ ସୋସିଆଲ ମିଡିଆରେ ଅକ୍ଷୟ କୁମାରଙ୍କୁ ନେଇ ଗୁଜବ ସୃଷ୍ଟି ହୋଇଥିଲା କି, ତାଙ୍କୁ ଫିଲ୍ମରୁ ହଟାଇ ଦିଆଯାଇଛି ।

କିନ୍ତୁ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ଅକ୍ଷୟ କୁମାର କହିଥିଲେ ଯେ ଫି କାରଣରୁ ସେ ଫିଲ୍ମକୁ ମନା କରିଦେଇଛନ୍ତି ଏବଂ ତାଙ୍କ ପ୍ରଶଂସକଙ୍କ ନିକଟରେ କ୍ଷମା ମାଗିଛନ୍ତି । ଅନ୍ୟପକ୍ଷରେ, ଯଦି ଗଣମାଧ୍ୟମକୁ ବିଶ୍ୱାସ କରାଯାଏ, ତେବେ ନିକଟରେ ସୁନୀଲ ଶେଟ୍ଟୀଙ୍କ ଏକ ବିବୃତ୍ତିରୁ ପ୍ରକାଶ ପାଇଛି ଯେ ଅକ୍ଷୟ କୁମାର ଏହି ଚଳଚ୍ଚିତ୍ରରେ ରହିବେ ଏବଂ କାର୍ତ୍ତିକଙ୍କ ପାଇଁ ସ୍ୱତନ୍ତ୍ର ଭୂମିକା ପ୍ରସ୍ତୁତ ହୋଇଛି।

ABOUT THE AUTHOR

...view details