ଓଡିଶା

odisha

BFI ଲଣ୍ଡନ ଫିଲ୍ମ ଫେଷ୍ଟିଭାଲରେ ହେବ ‘ଦି ବକିଂହମ୍‌ ମର୍ଡର୍ସ’ର ପ୍ରିମିୟର, କରୀନାଙ୍କ ଖାସ୍‌ ପ୍ରୋଜେକ୍ଟ

By ETV Bharat Odisha Team

Published : Sep 1, 2023, 8:37 AM IST

‘ଦି ବକିଂହମ୍‌ ମର୍ଡର୍ସ’ ଫିଲ୍ମର ପ୍ରିମିୟର ବିଏଫ୍‌ଆଇ ଲଣ୍ଡନ ଫେଷ୍ଟିଭାଲରେ ଅନୁଷ୍ଠିତ ହେବ । ଏହି ପ୍ରୋଜେକ୍ଟ କରୀନା କପୁରଙ୍କ ପାଇଁ ବହୁତ ଖାସ୍‌ ଅଟେ । ଅଧିକ ପଢନ୍ତୁ

କରୀନା କପୁର
କରୀନା କପୁର

ହାଇଦ୍ରାବାଦ:ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ସହିତ କରୀନା କପୁର ଦର୍ଶକଙ୍କ ହୃଦୟ ଜିତି ଚାଲିଛନ୍ତି । ଫିଲ୍ମ ସହିତ ବେବୋ ଖୁବ୍ ଶୀଘ୍ର ତାଙ୍କର ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥି ସହିତ କରୀନା କପୁରଙ୍କ ଅଭିନୀତ ତଥା ସହ ନିର୍ମିତ ଥ୍ରୀଲର 'ବକିଂହମ୍ ମର୍ଡର୍ସ' ବିଷୟରେ ଏକ ବଡ ଅପଡେଟ୍‌ ଆସିଛି । ଅକ୍ଟୋବର 2023 ରେ 67 ତମ ବିଏଫ୍‌ଆଇ ଲଣ୍ଡନ ଚଳଚ୍ଚିତ୍ର ମହୋତ୍ସବରେ ଏହି ଚଳଚ୍ଚିତ୍ରର ବିଶ୍ୱ ପ୍ରିମିୟର୍ ହେବ । 'ବକିଂହମ୍ ମର୍ଡର୍ସ' ହେଉଛି ପ୍ରଥମ ଫିଚର ଚଳଚ୍ଚିତ୍ର ଯାହାକି, କରୀନା କପୁରଙ୍କ ବ୍ୟାନର ବେବୋ ଫିଲ୍ମସ ଏବଂ ବାଲାଜୀ ଟେଲିଫିଲ୍ମ ଦ୍ୱାରା ଭାରତର ଏକ ପ୍ରମୁଖ ପ୍ରଡକ୍ସନ ହାଉସ୍‌ ଅଟେ ।

'ବକିଂହମ୍ ମର୍ଡର୍ସ'ର କାହାଣୀ

ହଂସଲ ମେହେଟ୍ଟାଙ୍କ ଦ୍ୱାରା ନିର୍ଦ୍ଦେଶିତ ବକିଂହମ୍ ମର୍ଡର୍ସ ଏକ ଜାସୁସ୍‌ ବା ଗୁପ୍ତଚର ମା’ର କାହାଣୀ, ଯିଏ ଇଂଲଣ୍ଡର ଏକ ଛୋଟ ସହରରେ 10 ବର୍ଷର ବାଳକର ହତ୍ୟା ଘଟଣାର ଅନୁସନ୍ଧାନ କରେ । 'ବକିଂହମ୍ ମର୍ଡର୍ସ' ଏହି ସମାନ ନାମର ଉପନ୍ୟାସ ଉପରେ ଆଧାରିତ ଏକ ଚଳଚ୍ଚିତ୍ର । ବିଏଫ୍‌ଆଇ ଲଣ୍ଡନ ଚଳଚ୍ଚିତ୍ର ମହୋତ୍ସବ ଦୁନିଆର ଏକ ପ୍ରମୁଖ ଚଳଚ୍ଚିତ୍ର ମହୋତ୍ସବ । ଏହି କାର୍ଯ୍ୟକ୍ରମ 4 ରୁ 15 ଅକ୍ଟୋବର 2023 ଲଣ୍ଡନରେ ଏବଂ ବ୍ରିଟେନର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢନ୍ତୁ: କରୀନାଙ୍କ OTT ଡେବ୍ୟୁ: ଫିଲ୍ମ 'ଜାନେ ଜାନ୍‌'ର ଟିଜର ଆଉଟ୍‌, ମାଆ ଭୂମିକାରେ ଆସିବେ ନଜର

କରୀନାଙ୍କ ବ୍ୟତୀତ ଏହି ତାରକାଙ୍କୁ ଦେଖିବାକୁ ମିଳିବ

'ବକିଂହମ୍ ମର୍ଡର୍ସ'ରେ ଅନ୍ତରାଷ୍ଟ୍ରୀୟ କଳାକର ଏବଂ କ୍ରୁ ସାମିଲ ଅଛନ୍ତି, ଯେଉଁଥିରେ ବ୍ରିଟିଶ ଅଭିନେତା କିଥ୍‌ ଏଲନ, କ୍ରିସ୍ ୱିଲସନ, ଲି ନିକୋଲାସ୍ ହାରିସ୍ ଏବଂ ରୁକ୍କୁ ନାହରଙ୍କ ସହ ଭାରତୀୟ ଅଭିନେତା ରଣଭୀର ବରାର, ହକି ଅଲି, ଏଶ୍ ଟଣ୍ଡନ୍ ଏବଂ ରୁଚିକା ଜୈନ ଅନ୍ତର୍ଭୁକ୍ତ । ଏହି ଚଳଚ୍ଚିତ୍ରଟି ସ୍ଥାନୀୟ ସମ୍ପ୍ରଦାୟ ଏବଂ କର୍ତ୍ତୃପକ୍ଷଙ୍କ ସହଯୋଗରେ ବକିଂଘମଶାୟରର ହାଇ ୱାଇକମ୍ବରେ ସୁଟିଂ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଇନ୍‌ଷ୍ଟାଗ୍ରାମ ଦୁନିଆରେ ପାଦ ଦେଲେ ନୟନତାରା, ଦେଖାଇଲେ ଷ୍ଟାଇଲିସ୍ ଅନ୍ଦାଜ

କରୀନାଙ୍କ ଓ୍ବାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ବିଜୟ ବର୍ମା ଏବଂ ଜୟଦୀପ ଅହଲୱତଙ୍କ ସହ ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ କ୍ରାଇମ ଥ୍ରୀଲର 'ଜାନେ ଜାନ'ରେ ନଜର ଆସିବେ । ନିର୍ମାତାମାନେ ଏହି ଚଳଚ୍ଚିତ୍ରର ପ୍ରଥମ ଲୁକ୍ ଅଗଷ୍ଟ 25ରେ ମୁକ୍ତିଲାଭ କରିଥିଲେ । ସେପ୍ଟେମ୍ବର 21ରେ ଏହା ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । କରୀନା ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ସୁଜୟ ଘୋଷ ତାଙ୍କର ଆଗାମୀ ଚଳଚ୍ଚିତ୍ର ସମ୍ପର୍କରେ କହିଛନ୍ତି," 'ଜାନେ ଜାନ୍‌' ଏକ ପୁସ୍ତକ ଉପରେ ଆଧାରିତ । ଯାହାକି ଜୀବନ ବ୍ୟାପୀ ପ୍ରେମ କାହାଣୀ ଉପରେ ଆଧାରିତ । ଯେଉଁ ଦିନଠାରୁ ମୁଁ 'ଦ ଡିଭୋସନ୍‌ ଅଫ୍‌ ସସ୍‌ପେକ୍ଟ ଏକ୍ସ' ପଢିଲି । ମୁଁ ଏହାକୁ ଏକ ଫିଲ୍ମର ରୂପ ଦେବାକୁ ଚାହୁଁଥିଲି । ଏହା ମୋର ବର୍ତ୍ତମାନ ସୁଦ୍ଧା ପଢିଥିବା ସବୁଠୁ ଅଦ୍ଭୁତ ପ୍ରେମ କାହାଣୀ ଥିଲା ଏବଂ ଆଜି କରୀନା, ଜୟଦୀପ ଏବଂ ବିଜୟଙ୍କୁ ଯୋଗୁଁ ଏହା ପରଦାରେ ଜୀବନ୍ତ ହୋଇଛି ।"

ABOUT THE AUTHOR

...view details