ମୁମ୍ବାଇ:ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ ବି-ଟାଉନର ଏକ ଜଣାଶୁଣା ନାମ । କରୀନା ନିଜ କ୍ୟାରିୟରରେ ଏ ପର୍ଯ୍ୟନ୍ତ ଅନେକ ହିଟ୍ ଫିଲ୍ମରେ କାମ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ତାଙ୍କ ଅଭିନୟ ସହିତ ନିଜ ଫ୍ୟାଶନ ଲୁକ୍ ପାଇଁ ପ୍ରଶଂସକଙ୍କ ମନ କିଣିନେଇଥାନ୍ତି । ସୋମବାର ବେବୋ ପୁଣିଥରେ ତାଙ୍କ ଷ୍ଟାଇଲିସ୍ ଲୁକ୍ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ନିକଟରେ କରୀନା ଜୟପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ ଏକ ସୁନେଲୀ ରଙ୍ଗର ଡ୍ରେସ୍ ପିନ୍ଧିଥିଲେ । ଅଭିନେତ୍ରୀ ତାଙ୍କର ଏହି ଗୋଲ୍ଡେନ୍ ଲୁକ୍କୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ ।
କରୀନା କପୁର ଗତକାଲି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଗୋଲ୍ଡେନ ଡ୍ରେସ୍ରେ ଅନେକ ଫଟୋ ପୋଷ୍ଟ କରିଛନ୍ତି । ଆଉ କ୍ୟାପସନରେ ହଳଦିଆ ହାର୍ଟ ସହ ରାଲ୍ଫ ଲରେନର ପ୍ରଶଂସା କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି ଯେ, 'ଏହି ବ୍ରାଣ୍ଡର କୌଣସି ବି ଡ୍ରେସ ପରିଧାନ କରିବା ପାଇଁ ସ୍ୱତନ୍ତ୍ର ସମୟର ଆବଶ୍ୟକ ନାହିଁ । କାର୍ମିକ ମହିଳାଙ୍କ ପୋଲୋ ସାର୍ଟ, ଦାମୀ ସ୍ବେଟର, କ୍ଲାସିକ୍ ବ୍ଲାକ୍ ଡ୍ରେସ ପରିଧାନ କରିବା ମୋ ପାଇଁ ଆରାମଦାୟକ । ଏହି ବ୍ରାଣ୍ଡର ସମସ୍ତ ପୋଷାକ ମୋ ପରିବାରର ମଧ୍ୟ ପ୍ରିୟ ।'