ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଆଜିକାଲି ତାଙ୍କ OTT ଚଳଚ୍ଚିତ୍ର ଜାନେ ଜାନ ପାଇଁ ଶିରୋନାମାରେ ଅଛନ୍ତି । ଅଭିନେତ୍ରୀଙ୍କ ଜନ୍ମଦିନ ଅବସରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ । ବେବୋ ଫିଲ୍ମର ଜୋରଦାର ପ୍ରମୋସନ କରୁଛନ୍ତି । ଏହି ସମୟରେ ଅଭିନେତ୍ରୀ ଏକ ସାକ୍ଷାତକାରରେ ତାଙ୍କର ବଡ଼ ପୁଅ ତୈମୁରଙ୍କ ନାମକୁ ନେଇ ଖୁଲାସା କରିଛନ୍ତି ।
କରୀନା କପୁର 2016ରେ ପ୍ରଥମ ଥର ପାଇଁ ମା’ ହୋଇଥିଲେ । ଅଭିନେତ୍ରୀ ପୁଅ ତୈମୁର ଅଲି ଖାନଙ୍କୁ ଜନ୍ମ ଦେଇଥିଲେ । କରୀନା ଏବଂ ସୈଫ ଅଲି ଖାନ ପୁଅର ନାମ ତୈମୁର ଘୋଷଣା କରିବା ପରେ ଉଭୟଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ଟ୍ରୋଲର ଶିକାର ହେବାକୁ ପଡିଥିଲା । ବର୍ତ୍ତମାନ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବେବୋ । କାହିଁକି ସେ ପୁଅର ନାମ ତୈମୁର ଦେଇଛନ୍ତି ତାହାର କାରଣ ମଧ୍ୟ କହିଛନ୍ତି ।
ଏକ ସାକ୍ଷାତକାରରେ ସେ କହିଛନ୍ତି, ତୈମୁର ନାମକରଣ ପଛରେ ଏକ ବିଶେଷ କାରଣ ଥିଲା । ସୈଫଙ୍କର ଜଣେ ପଡ଼ୋଶୀ ବନ୍ଧୁ ଥିଲେ ଯାହାଙ୍କ ସହ ସେ ବଢିଥିଲେ । ତାଙ୍କ ନାମ ତୈମୁର ଥିଲା । ସୈଫ ତାଙ୍କୁ ଏବଂ ତାଙ୍କ ନାମକୁ ବେଶ ପସନ୍ଦ କରୁଥିଲେ । ଏହି କାରଣରୁ, ସୈଫ କହୁଥିଲେ ଯେ 'ଯଦି ମୋର ପୁଅ ହେବ, ତେବେ ମୁଁ ତାଙ୍କ ନାମ ତୈମୁର ରଖିବି । କାରଣ ମୋ ପୁଅ ମୋର ପ୍ରଥମ ବନ୍ଧୁ ହେବ।'