ଓଡିଶା

odisha

ETV Bharat / entertainment

ଲରେନ୍ସ ଗ୍ୟାଙ୍ଗ ଟାର୍ଗେଟରେ ଥିଲେ କରନ - କରନ ଜୋହର

ବଲିଉଡ ଚଳଚ୍ଚିତ୍ର ନିର୍ମାତା କରନ ଜୋହରଙ୍କ ଉପରେ ଥିଲା ବିପଦ । ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ଟାର୍ଗେଟରେ ଥିଲେ କରନ ଜୋହର । ଅଧିକ ପଢନ୍ତୁ

ଲରେନ୍ସ ଗ୍ୟାଙ୍ଗ ଟାର୍ଗେଟରେ ଥିଲେ କରନ
ଲରେନ୍ସ ଗ୍ୟାଙ୍ଗ ଟାର୍ଗେଟରେ ଥିଲେ କରନ

By

Published : Jun 19, 2022, 11:56 AM IST

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ନିର୍ମାତା କରନ ଜୋହରଙ୍କ ଉପରେ ଥିଲା ବିପଦ । ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ଟାର୍ଗେଟରେ ଥିଲେ କରନ ଜୋହର । ହତ୍ୟା ପାଇଁ ନୁହେଁ ବରଂ ମୋଟା ଅଙ୍କର ଟଙ୍କା ହଡପ କରିବା ପାଇଁ ଟାର୍ଗେଟ କରିଥିଲା ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ । ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଲରେନ୍ସ ଗ୍ୟାଙ୍ଗର ଜଣେ ସଦସ୍ୟ ସିଦ୍ଧେଶ କାମ୍ବଲି ଓରଫ ମହାକାଲ ପୋଲିସର ତଦନ୍ତ ବେଳେ ଏହି ଖୁଲାସା କରିଛି ।

ସିଦ୍ଧେଶ କାମ୍ବଲିର ଏହି କଥାର ସତ୍ୟତା ଜାଣିବା ପାଇଁ ଏ ପର୍ଯ୍ୟନ୍ତ ଉଦ୍ୟମ କରାଯାଇନଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ପଞ୍ଜାବି ଗାୟକ ମୁସେୱାଲାଙ୍କୁ ଉପରକୁ ଗୁଳି ଚଳାଇଥିବା ସୁଟର ସନ୍ତୋଷ ଯାଦବର ଜଣେ ସହଯୋଗୀ ହେଉଛି ସିଦ୍ଧେଶ କାମ୍ବଲି । ଏମାନେ ସମସ୍ତେ ଲରେନ୍ସ ଗ୍ୟାଙ୍ଗର ସଦସ୍ୟ । ଲରେନ୍ସ ତିହାର ଜେଲରେ ରହି ଗ୍ୟାଙ୍ଗର ପରିଚାଳନା କରୁଥିଲା । କରନ ଜୋହରଙ୍କଠାରୁ 5 କୋଟି ଟଙ୍କା ହଡପ କରିବକୁ ଯୋଜନା କରିଥିଲା ଲରେନ୍ସ ଗ୍ୟାଙ୍ଗ ।

ପୂର୍ବରୁ କିଛି ଦିନ ତଳେ ସଲମାନ ଖାନ ଓ ତାଙ୍କ ବାପା ସଲିମ ଖାନଙ୍କୁ ହତ୍ୟା ଧମକ ଆସିଥିଲା । ତାଙ୍କ ମୁମ୍ବାଇ ବାସଭବନରୁ ଏକ ହତ୍ୟା ଧମକ ପୂର୍ଣ୍ଣ ଚିଠି ପାଇଥିଲେ ତାଙ୍କ ସୁରକ୍ଷାକର୍ମୀ । ଏହା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିଲା । ବଡ ବଡ ବ୍ୟବସାୟୀ ଏବଂ ଅଭିନେତାଙ୍କୁ ଟଙ୍କା ହଡପ କରିବା ପାଇଁ ଏହି ଗ୍ୟାଙ୍ଗ ଯୋଜନା କରୁଥିଲା ।

ଲରେନ୍ସ ଗ୍ୟାଙ୍ଗଷ୍ଟର ହିଁ ପଞ୍ଜାବ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ । ଏକ ତେଲ ରସିଦକୁ ଭିତ୍ତିକରି ପଞ୍ଜାବ ପୋଲିସ ଏହା ଜାଣିବାକୁ ପାଇଛି । ହତ୍ୟା ପଛରେ ଥିବା 4 ସୁଟରଙ୍କୁ ଧରିବା ପାଇଁ ତେଲ ରସିଦ ହିଁ କାମ ଦେଇଥିଲା । ଅଧିକ ଖୋଳତାଡରୁ ଲରେନ୍ସ ନାମ ପଦାକୁ ଆସିଥିଲା । ମଇ 29 ତାରିଖରେ ସିଦ୍ଧୁ ମୁସେୱାଲାକୁ ଗୁଳିକରି ହତ୍ୟା କରାଯାଇଥିଲା ।

ABOUT THE AUTHOR

...view details