ଓଡିଶା

odisha

ETV Bharat / entertainment

ଏହି ନିର୍ଦ୍ଦେଶକଙ୍କ ଫିଲ୍ମରେ ନଜର ଆସିବେ ଶାହାରୁଖଙ୍କ ଲାଡଲି, ମିଳିଲା ବଡ ଅଫର୍‌

ବଲିଉଡର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ଶାହାରୁଖ ଖାନ୍‌ଙ୍କ ଲାଡଲି ସୁହାନା ଖାନ୍‌ଙ୍କୁ ଚୟନ କରିଛନ୍ତି । କରଣ ଏବଂ ସୁହାନା ଏହି ନୂଆ ପ୍ରୋଜେକ୍ଟ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ଅଧିକ ପଢନ୍ତୁ

By

Published : Aug 7, 2023, 9:43 AM IST

ସୁହାନା ଖାନ୍‌
ସୁହାନା ଖାନ୍‌

ହାଇଦ୍ରାବାଦ: ଶାହରୁଖ ଖାନଙ୍କ ଲାଡଲି ଝିଅ ସୁହାନା ଖାନ ଖୁବ ଶୀଘ୍ର ଫିଲ୍ମ 'ଦ ଆର୍ଚିଜ୍' ସହିତ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ସମୟରେ ଆଉ ଏକ ଖବର ଆସୁଛି ଯେ ସୁହାନା ତାଙ୍କର ପ୍ରଥମ ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ଅନ୍ୟ ଏକ ପ୍ରୋଜେକ୍ଟରେ ଦସ୍ତଖତ କରିସାରିଛନ୍ତି । ଖାସ୍‌ କଥା ହେଉଛି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା କରଣ ଜୋହର ଦେବେ । ତେବେ ନୂଆ ପ୍ରୋଜେକ୍ଟ ପାଇଁ କରଣ ଜୋହର ଏବଂ ସୁହାନା ଖାନ୍‌ ବହୁତ ଉତ୍ସାହିତ ଅଛନ୍ତି । ସୂଚନାଯୋଗ୍ୟ ଯେ, କରଣ ଜୋହର ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ' ସହିତ ଦୀର୍ଘ ଦିନ ପରେ ନିର୍ଦ୍ଦେଶନା ଜଗତକୁ ଫେରିଛନ୍ତି । ଏବେ ତାଙ୍କର ଧ୍ୟାନ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ଉପରେ ରହିଛି ।

ବ୍ରାଣ୍ଡ୍ ନ୍ୟୁ ସ୍କ୍ରିପ୍ଟରେ କରିବେ କାମ

ରିପୋର୍ଟ ଆଧାରରେ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ କରଣ ଜୋହର ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ସୁହାନାକୁ ନେଇ ସେ ଯେଉଁ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି, ତାହା କୌଣସି ପୁରୁଣା ଫ୍ରାଞ୍ଚାଇଜ୍ ଫିଲ୍ମ ହେବ ନାହିଁ, ବରଂ ନୂଆ ସ୍କ୍ରିପ୍ଟ ଉପରେ ଆଧାରିତ ଏକ ଫିଲ୍ମ ହେବ । ଏହା ମଧ୍ୟ କୁହାଯାଉଛି ଯେ ଏହା ଏକ ସମ୍ପୂର୍ଣ୍ଣ ରୋମାଣ୍ଟିକ ଫିଲ୍ମ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ: Gaddar Death: 77 ବର୍ଷ ବୟସରେ ଆଖି ବୁଜିଲେ ଜଣାଶୁଣା ଲୋକ ଗାୟକ ଗଦ୍ଦର

କାମ କେବେ ଆରମ୍ଭ ହେବ ?

କାମ କେବେ ଆରମ୍ଭ ହେବ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସମସ୍ତ କାର୍ଯ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି କିନ୍ତୁ ଏମିତି ଲାଗୁଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଫିଲ୍ମର କାମ ଆରମ୍ଭ ହୋଇଯିବ । ବର୍ତ୍ତମାନ ତାଙ୍କ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ' ବକ୍ସ ଅଫିସରେ ଧମାଲ ମଚାଉଛି । ତେବେ ଦେଖିବାକୁ ରହିଲା, ତାଙ୍କ ଘନିଷ୍ଠ ବନ୍ଧୁ ଶାହାରୁଖଙ୍କ ଲାଡଲି ଝିଅର ଫିଲ୍ମକୁ କରଣ କିପରି ସ୍ୱତନ୍ତ୍ର କରୁଛନ୍ତି ।

'ରକି ଔର ରାନୀ'ର କଲେକ୍ସନ

ଉଲ୍ଲେଖନୀୟ ଯେ ଜୁଲାଇ 28 ରେ ପ୍ରେକ୍ଷାଳୟରେ 'ରକି ଔର ରାନୀ କି ପ୍ରେମ କାହାନୀ' ମୁକ୍ତିଲାଭ କରିଥିଲା ​​। କରଣ ଜୋହରଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମ ଏବେ ବକ୍ସ ଅଫିସରେ ଧମାକା କରୁଛି । ଏହି ଚଳଚ୍ଚିତ୍ରରେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏମାନଙ୍କ ବ୍ୟତୀତ ଶବାନା ଆଜମୀ, ଧର୍ମେନ୍ଦ୍ର ଏବଂ ଜୟା ବଚ୍ଚନ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । କଲେକ୍ସନ ବିଷୟରେ କହିବାକୁ ଗଲେ, ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଫିଲ୍ମ ଏପର୍ଯ୍ୟନ୍ତ ପ୍ରାୟ 104.58 କୋଟି ଟଙ୍କା କଲେକ୍ସନ କରିଛି ।

ABOUT THE AUTHOR

...view details