ରାଞ୍ଚି: ଧର୍ମା ପ୍ରଡକ୍ସନ ପ୍ରାଇଭେଟ ଲିମିଟେଡ ଦ୍ବାରା ନିର୍ମିତ ଚଳଚ୍ଚିତ୍ର 'ଜୁଗ୍ ଜୁଗ୍ ଜିଓ' ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇବା ମାମଲାରେ ରାଞ୍ଚି କୋର୍ଟ ଆଜି ଅର୍ଥାତ୍ ବୁଧବାର ଏହାର ରାୟ ପ୍ରଦାନ କରିବେ । ଏହାପୂର୍ବରୁ ମଙ୍ଗଳବାର ଦିନ କୋର୍ଟରେ 'ଜୁଗ୍ ଜୁଗ୍ ଜିଓ' ଚଳଚ୍ଚିତ୍ରର ସ୍କ୍ରିନିଂ ହୋଇଥିଲା। କପିରାଇଟ୍ ଉଲ୍ଲଂଘନ ମାମଲାର ଶୁଣାଣି ଆଜି କୋର୍ଟରେ ଘୋଷଣା କରାଯିବ । ଉଲ୍ଲେଖନୀୟ ଯେ, ରାଞ୍ଚିର ବିଶାଲ ସିଂ ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ଜୁଗ୍ ଜୁଗ୍ର ନିର୍ମାଣରେ କପିରାଇଟ୍ ଆକ୍ଟ ଉଲ୍ଲଂଘନ ଉପରେ ଅଭିଯୋଗ ଆଣି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ।
ରାଞ୍ଚିରେ ରହୁଥିବା ଅଭିଯୋଗକାରୀ ତଥା ଲେଖକ ବିଶାଲ ସିଂହ ଦାବି କରିଛନ୍ତି ଯେ- ସେ 'ବନ୍ନି ରାନୀ' ନାମରେ କାହାଣୀ ପ୍ରସ୍ତୁତ କରିଥିଲେ। ଏହାର ସିନୋପ୍ସିସ୍ ଧର୍ମ ପ୍ରଡକ୍ସନ୍ସକୁ ପଠାଯାଇଥିଲା । କିନ୍ତୁ ଫେବୃଆରୀ 2020 ପରେ, କୋରୋନା କାରଣରୁ, ଫିଲ୍ମ ଇଣ୍ଡଷ୍ଟ୍ରିର କାମ ଠପ୍ ହୋଇଯାଇଥିଲା । କିନ୍ତୁ ନିକଟରେ ଯେତେବେଳେ ସେ କରଣ ଜୋହରଙ୍କ ଆଗାମୀ ଚଳଚ୍ଚିତ୍ର 'ଜୁଗ୍ ଜୁଗ୍ ଜିଓ'ର ଟ୍ରେଲରକୁ ଦେଖିଲେ, ସେତେବେଳେ ତାଙ୍କର ହୋସ୍ ଉଡିଯାଇଥିଲା ।
ପୂରା ପ୍ରସଙ୍ଗରେ ଇଟିଭି ଭାରତ ବ୍ୟୁରୋ ମୁଖ୍ୟ ରାଜେଶ କୁମାର ସିଂ ବିଶାଲ ସିଂଙ୍କ ସହ କଥା ହୋଇଛନ୍ତି । ଛୋଟ ସହରର ପ୍ରତିଭା ପ୍ରତି ହେଉଥିବା ଅନ୍ୟାୟକୁ ସେ ପ୍ରକାଶ କରିବାକୁ ଚାହୁଁଛନ୍ତି ବୋଲି ସେ ଏହି ସାକ୍ଷାତକାରରେ କହିଛନ୍ତି । ସେ କହିବାକୁ ଚାହାଁନ୍ତି ଯେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୀର୍ଷରେ ବସିଥିବା ଲୋକମାନେ କିପରି କାହାର କଠିନ ପରିଶ୍ରମକୁ ଛଡ଼ାଇ ନେଇଯାଇପାରନ୍ତି ।