ଓଡିଶା

odisha

By ETV Bharat Odisha Team

Published : Nov 22, 2023, 12:09 PM IST

ETV Bharat / entertainment

କାର୍ତ୍ତିକଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଅଭିନେତାଙ୍କ ସହ ପ୍ରଥମ ଫିଲ୍ମର ଘୋଷଣା କଲେ କରଣ

Kartik Aaryan and Karan Johar First Movie: ଆଜି କାର୍ତ୍ତିକ ଆର୍ଯ୍ୟନଙ୍କ ଜନ୍ମଦିନ ଅବସରରେ କରଣ ଜୋହର ଓ ଏକତା କପୁର ଏକାଠି ମିଶି ନୂଆ ଚଳଚ୍ଚିତ୍ରର ଘୋଷଣା କରିଛନ୍ତି । ଏହି ଚଳଚ୍ଚିତ୍ରଟି ଏକ ବିଶେଷ ଦିନରେ ମୁକ୍ତିଲାଭ କରିବ । ଅଧିକ ପଢ଼ନ୍ତୁ

Kartik Aaryan and Karan Johar First Movie
Kartik Aaryan and Karan Johar First Movie

ହାଇଦ୍ରାବାଦ:ବଲିଉଡର ଲୋକପ୍ରିୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଆଜି ତାଙ୍କ ୩୩ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଫ୍ୟାନ୍ସ ଅଭିନେତାଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେପଟେ କାର୍ତ୍ତିକ ମଧ୍ୟ ତାଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି । ବାସ୍ତବରେ କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ଚଳଚ୍ଚିତ୍ର ନେଇ ତାଙ୍କ ଜନ୍ମଦିନରେ ଘୋଷଣା କରାଯାଇଛି । ଆଉ ଯାହାର ନିର୍ମାତା ହେଉଛନ୍ତି କରଣ ଜୋହର ଏବଂ ଏମି ପୁରସ୍କାର ବିଜେତା ଏକତା କପୁର । ତେବେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଦୋସ୍ତାନା ୨ ଫିଲ୍ମରୁ କରଣ ଜୋହର ବାହାର କରିଥିବା ନେଇ ଅଭିଯୋଗ ହୋଇଥିଲା ।

ବର୍ତ୍ତମାନ କରଣ ଜୋହର କାର୍ତ୍ତିକ ଆର୍ଯ୍ୟନଙ୍କ ସହ ତାଙ୍କର ପ୍ରଥମ ଚଳଚ୍ଚତ୍ର କରିବା ନେଇ ଘୋଷଣା କରିସାରିଛନ୍ତି । କରଣ ଆଜି ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ଆଜିର ଏହି ଶୁଭ ଦିନରେ ଶୁଭ ଖବର ସହ ଦିନର ଆରମ୍ଭ କରୁଛି । ମୁଁ ଏହା ଘୋଷଣା କରି ବହୁତ ଖୁସି ଯେ ଧର୍ମ ପ୍ରଡକ୍ସନ ଏବଂ ବାଲାଜି ମୋସନ୍ ପିକ୍ଚର୍ସ ଏକ ଫିଲ୍ମ ପାଇଁ ଏକାଠି ହେଉଛନ୍ତି । ଯାହା ସନ୍ଦୀପ ମୋଦୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ । ମୁଁ ଏଥିପାଇଁ ମଧ୍ୟ ଗର୍ବିତ ଯେ ଏହି ଚଳଚ୍ଚିତ୍ର ପାଇଁ ଆମେ ସର୍ବାଧିକ ପ୍ରତିଭାବାନ ଅଭିନେତା କାର୍ତ୍ତିକା ଆର୍ଯ୍ୟନଙ୍କୁ ମନୋନୀତ କରିଛୁ । ତେବେ ଏହି ଚଳଚ୍ଚିତ୍ର 15 ଅଗଷ୍ଟ 2025ରେ ମୁକ୍ତିଲାଭ କରିବ ।

ଏହା ମଧ୍ୟ ପଢନ୍ତୁ- Kartik Aryan@33: ପୋଷା କୁକୁର ସହ ଏମିତି ଜନ୍ମଦିନ ପାଳିଲେ କାର୍ତ୍ତିକ ଆର୍ଯ୍ୟନ

କରଣ ଜୋହର କାର୍ତ୍ତିକ ଆର୍ଯ୍ୟନଙ୍କ ଏହି ଫଟୋ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, "କାର୍ତ୍ତିକ... ତୁମକୁ ଜନ୍ମଦିନର ଶୁଭେଚ୍ଛା... ପ୍ରାର୍ଥନା କରୁଛି କି ଆମର ବନ୍ଧୁତ୍ବ ଏପରି ଆଗକୁ ଚାଲୁ ଆଉ ବଡ଼ ପରଦାରେ ଏପରି ନିଜର ପ୍ରତିଭା ଦେଖାଉଥାଅ ।" ଏହା ପରେ ଏକତା କପୁରଙ୍କ ପାଇଁ କରଣ ଲେଖିଛନ୍ତି ଯେ, "ତୁମର ବନ୍ଧୁ ହେବା ସହଜ ଅଟେ, ସବୁଠାରୁ ବଡ଼ କଥା ହେଉଛି ତୁମ ସହ କାମ କରିବାକୁ ଯାଉଛି ସେଥିପାଇଁ ସବୁ କିଛି ଠିକ୍ ରହୁ ।"

ପ୍ରକାଶ ଥାଉକି, କାର୍ତ୍ତିକ ଆର୍ଯ୍ୟନ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଚନ୍ଦୁ ଚମ୍ପିଆନ ନେଇ ଚର୍ଚ୍ଚାରେ ଅଛନ୍ତି । ଯାହାର ନିର୍ଦେଶକ ଅଛନ୍ତି କବୀର ଖାନ । ଏହି ଫିଲ୍ମଟି ୨୦୨୪ ଜୁନ୍‌ ୧୪ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି ।

ABOUT THE AUTHOR

...view details