ଓଡିଶା

odisha

ETV Bharat / entertainment

Karachi To Noida: ସୀମା ହାଇଦରଙ୍କ ଉପରେ ନିର୍ମିତ ଫିଲ୍ମର ପୋଷ୍ଟର ଆଉଟ୍, ଏହି ଦିନ ରିଲିଜ ହେବ ଗୀତ

ସୀମା ସଚିନଙ୍କ ପ୍ରେମ କାହାଣୀକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଆଜି ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ କରିଛନ୍ତି ନିର୍ମାତା । ଫିଲ୍ମର ପ୍ରଥମ ଗୀତର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

By

Published : Aug 18, 2023, 3:22 PM IST

ସୀମା ହାଇଦରଙ୍କ ଉପରେ ନିର୍ମିତ ଫିଲ୍ମର ପୋଷ୍ଟର ଆଉଟ୍, ଏହି ଦିନ ରିଲିଜ ହେବ ପ୍ରଥମ ଗୀତ
ସୀମା ହାଇଦରଙ୍କ ଉପରେ ନିର୍ମିତ ଫିଲ୍ମର ପୋଷ୍ଟର ଆଉଟ୍, ଏହି ଦିନ ରିଲିଜ ହେବ ପ୍ରଥମ ଗୀତ

ହାଇଦ୍ରାବାଦ: ଭାରତୀୟ ପ୍ରେମିକ ପାଇଁ ପାକିସ୍ତାନରୁ ଆସିବା ନେଇ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି ସୀମା ହାଇଦର। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ସଚିନଙ୍କ ପାଇଁ ପାକିସ୍ତାନରୁ 4 ସନ୍ତାନଙ୍କ ସହ ସ୍ୱାମୀଙ୍କୁ ଛାଡି ଭାରତ ଆସିଥିଲେ ସୀମା। ତେବେ ସଚିନ୍-ସୀମାଙ୍କ ପ୍ରେମ କାହାଣୀ ଭାରତ ଏବଂ ପାକିସ୍ତାନ ସମେତ ସାରା ବିଶ୍ୱରେ ଆଲୋଚନାରେ ରହିଛି । ତେବେ ବର୍ତ୍ତମାନ ଉଭୟଙ୍କ ପ୍ରେମ କାହାଣୀକୁ ପରଦାରେ ଆସିବାକୁ ଯାଉଛି । ନିକଟରେ ନିର୍ମାତା ଅମିତ ଜାନୀ ସୀମା-ସଚିନଙ୍କ ପ୍ରେମ କାହାଣୀ ଏବଂ ସୀମା ଚରିତ୍ର ଉପରେ ଏକ ଫିଲ୍ମ କରିବାକୁ ଘୋଷଣା କରିଥିଲେ । ଏହି ଫିଲ୍ମ 'କରାଚି ଟୁ ନୋଏଡା' ନାମ ଭାବେ ଘୋଷଣା କରିଥିଲେ । ଆଜି ନିର୍ମାତା ଏହି ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରିଥିବା ବେଳେ ଫିଲ୍ମର ପ୍ରଥମ ଗୀତର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି ।

ଚଳଚ୍ଚିତ୍ର ନିର୍ମାତା ଅମିତ ଜାନୀ ଏକ୍ସ ଏବଂ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି । ପୋଷ୍ଟର ସେୟାର କରି କୁହାଯାଇଛି ଯେ ଫିଲ୍ମର ପ୍ରଥମ ଗୀତ 'ଚଲ୍ ପଡେ ହେନ୍ ହମ୍', ଥିମ୍ ଗୀତ କରାଚି ଟୁ ନୋଏଡା ଅଗଷ୍ଟ 20 ରେ ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛନ୍ତି । ରିଲିଜ ହେଉଥିବା ପ୍ରଥମ 'ଚଲ୍ ପଡେ ହେନ୍ ହମ୍' ଗୀତଟିକୁ ପ୍ରୀତି ସରୋଜ ଗାଇଛନ୍ତି ଏବଂ ଏହାକୁ ଅମିତ ଜାନି ଲେଖିଛନ୍ତି । ଫିଲ୍ମରୁ ମୁକ୍ତିଲାଭ କରିଥିବା ପୋଷ୍ଟରେ ସୀମା ହାଇଦାରଙ୍କ ତିନୋଟି ଲୁକ୍ ଦେଖିବାକୁ ମିଳିଛି । ଅଭିନେତ୍ରୀ ଫରହିନ୍ ଫଲକଙ୍କ ଚେହେରା ସୀମା ହାଇଦରଙ୍କ ସହ ମେଳ ଖାଉଛି । ଗୋଟିଏ ଲୁକରେ ସେ ହିଜାବରେ ନଜର ଆସିଛନ୍ତି । ଦ୍ୱିତୀୟ ଲୁକରେ ସେ ଅସୁବିଧାରେ ଥିବା ଦେଖିବାକୁ ମିଳିଛି । ତୃତୀୟ ଲୁକରେ ସୀମା ଓରଫ ଫରହିନଙ୍କୁ ଏକ ପାରମ୍ପରିକ ଭାରତୀୟ ଲୁକରେ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ:ବଡ ପରଦାରେ ସୀମା-ସଚିନଙ୍କ ପ୍ରେମ କାହାଣୀ, ଆସିଲା ପୋଷ୍ଟର

ତେବେ ଭରତ ସିଂ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଥିବା ବେଳେ ଏହି ସମୟରେ ଫରହିନ୍ ଫଲକ ଫିଲ୍ମରେ ସୀମା ହାଇଦରଙ୍କ ଚରିତ୍ରରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ଅନ୍ୟ କାଷ୍ଟଙ୍କ ବିଷୟରେ କହିବାକୁ ଗଲେ, ଶ୍ରଷ୍ଠୀ ବଂଶଲ, କାୟରା ନେଗି, ନିଶା ନେଗି, ସୁଶାନ୍ତ ରାଣା, ଅମାନ ଏବଂ ସନ୍ଦେଶ । ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଶଶାଙ୍କ ଦୁର୍ଗବଂଶୀ ଦେଇଛନ୍ତି। ପୂର୍ବରୁ କୁହାଯାଉଥିଲା ଯେ ସୀମା ନିଜେ ଏହି ଫିଲ୍ମରେ ତାଙ୍କ ଭୂମିକାରେ ଅଭିନୟ କରିବେ, କିନ୍ତୁ ବର୍ତ୍ତମାନ ଫରହିନ୍ ତାଙ୍କ ଭୂମିକାରେ ଅଭିନୟ କରିବେ । ଫିଲ୍ମ କେବେ ରିଲିଜ୍ ହେବ ସେ ସମ୍ବନ୍ଧରେ ଖୁବ୍ ଶୀଘ୍ର ଘୋଷଣା କରାଯିବ।

ABOUT THE AUTHOR

...view details