ହାଇଦ୍ରାବାଦ:କମେଡିର ରାଜା କପିଲ ଶର୍ମା ଗୋଟିଏ ପରେ ଗୋଟିଏ ଖବର ଦେଇ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି । ନିକଟରେ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର Zwigato ଘୋଷଣା କରିଥିଲେ ଏବଂ ଏହା ପରେ ତାଙ୍କ ଲୋକପ୍ରିୟ କମେଡି ସୋ' ଦ କପିଲ ଶର୍ମା ସୋ'ର ପରବର୍ତ୍ତୀ ସିଜନ୍ ଘୋଷଣା କରାଯାଇଥିଲା । ସେପ୍ଟେମ୍ବର 1 ରୁ ଏହି ସୋ' ପ୍ରସାରିତ ହେବ । ଏସବୁ ମଧ୍ୟରେ କପିଲ ଶର୍ମା ଆଉ ଏକ ବଡ଼ ଖବର ଦେଇ ପ୍ରଶଂସକଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଇଛନ୍ତି । ବାସ୍ତବରେ କପିଲ ଶର୍ମା ତାଙ୍କର ଗୋଟିଏ ପୋଷ୍ଟର ସେୟାର କରିଛନ୍ତି।
ବର୍ତ୍ତମାନ ଏହି ପୋଷ୍ଟର ଦେଖି ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି ଯେ ଏହି ପ୍ରୋଜେକ୍ଟ କ’ଣ ? କପିଲଙ୍କ ନୂଆ ପ୍ରୋଜେକ୍ଟ ଏକ ଫିଲ୍ମ କି ବୋଲି ପ୍ରଶଂସକମାନେ ପ୍ରଶ୍ନ କରୁଛନ୍ତି । କାରଣ ଏହି ପୋଷ୍ଟରରେ 'ମେଗା ବ୍ଲକବଷ୍ଟର' (Mega Blockbuster) ଲେଖାଯାଇଛି । ପୋଷ୍ଟର ସେୟାର କରି କପିଲ କ୍ୟାପସନରେ ଲେଖିଛନ୍ତି, 'ଏହା ମୋର ପ୍ରଶଂସକଙ୍କ ପାଇଁ, ଆଶା କରୁଛି ଆପଣ ଏହା ପସନ୍ଦ ଆସିବ, ଟ୍ରେଲର 4 ସେପ୍ଟେମ୍ବରରେ ଆସିବ'।