ଗୋଆ: ଗୋଆ ବିଚ୍ରେ କନ୍ନଡ ଚଳଚ୍ଚିତ୍ର ଅଭିନେତା ଦିଗନ୍ତ ମଞ୍ଚଲେ ଗୁରୁତର ଆହତ ହୋଇଛନ୍ତି । ବିଚ୍ରେ ଡେଇଁବା ସମୟରେ ଏହି ଦୁର୍ଘଟଣା ଘଟିଛି । ଡେଇଁବା ସମୟରେ ସେ ସମୁଦ୍ର କୂଳରେ ପଡ଼ିଯାଇଥିଲେ, ଫଳରେ ବେକରେ ଆଘାତ ଲାଗିଥିଲା।
ଉଲ୍ଲେଖନୀୟ ଯେ, ଦିଗନ୍ତ ପରିବାର ସହିତ ଗୋଆ ଯାଇଛନ୍ତି । ସୂଚନା ପ୍ରଦାନ କରି ଦିଗନ୍ତଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ, ତାଙ୍କ ବେକରେ ଗଭୀର ଆଘାତ ଲାଗିଛି । ସଙ୍ଗେ ସଙ୍ଗେ ତାଙ୍କୁ ଗୋଆରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ପରେ ବିମାନ ଯୋଗେ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲକୁ ନିଆଯାଇଥିଲା ।