ଓଡିଶା

odisha

ETV Bharat / entertainment

AR Rahmans Bollywood Remark: ଏ ଆର୍ ରହମାନଙ୍କ ମନ୍ତବ୍ୟକୁ ନେଇ ଏହା କହିଲେ କଙ୍ଗନା

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ପୁଣି ଥରେ ବଲିଉଡ ଷ୍ଟାର କିଡ୍ସଙ୍କୁ କଟାକ୍ଷ କରିଛନ୍ତି । ଓସ୍କାର ବିଜେତା ସଙ୍ଗୀତକାର ଏ ଆର୍ ରହମାନଙ୍କ ପୁରୁଣା ଟ୍ବିଟକୁ ନେଇ କଣ କହିଛନ୍ତି କଙ୍ଗନା ? ଜାଣନ୍ତୁ

ବଲିଉଡ ଷ୍ଟାର କିଡ୍ସଙ୍କୁ କଟାକ୍ଷ କଲେ କଙ୍ଗନା ରାଣାୱତ
ବଲିଉଡ ଷ୍ଟାର କିଡ୍ସଙ୍କୁ କଟାକ୍ଷ କଲେ କଙ୍ଗନା ରାଣାୱତ

By

Published : Mar 29, 2023, 6:16 PM IST

ମୁମ୍ବାଇ: ଦୀର୍ଘ ଦିନ ଧରି ବଲିଉଡ ମାଫିଆଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ହେଡଲାଇନରେ ରହିଆସୁଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । ନିକଟରେ କଙ୍ଗନା ରଣାୱତ ଟ୍ବିଟ୍‌ ମାଧ୍ୟମରେ କେତେ ଫିଲ୍ମ ନିର୍ମାତାଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ଗତକାଲି ପ୍ରିୟଙ୍କା ଚୋପ୍ରାଙ୍କ ବଲିଉଡକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ନେଇ କରଣ ଜୋହରଙ୍କୁ ଟାର୍ଗେଟ କରିଥିଲେ କଙ୍ଗନା । ଆଜି ଓସ୍କାର ବିଜେତା ଏ ଆର୍ ରହମାନଙ୍କ ଏକ ପୁରୁଣା ଟ୍ବିଟ୍ ସେୟାର କରି କଙ୍ଗନା ବଲିଉଡ ଷ୍ଟାର କିଡ୍ସଙ୍କୁ କଟାକ୍ଷ କରିଥିବା ଦେଖିବାକୁ ମିଳିଛି ।

ବାସ୍ତବରେ ଟ୍ବିଟର ହ୍ୟାଣ୍ଡେଲରେ ପ୍ରିୟଙ୍କା ଚୋପ୍ରାଙ୍କ ଏକ ବିବୃତ୍ତି ସହ ଏ ଆର୍ ରହମାନଙ୍କ ଏକ ପୋଷ୍ଟ ସେୟାର କରାଯାଇଛି । ଏ ଆର୍ ରହମାନଙ୍କ ବଲିଉଡ ଯାତ୍ରା ନେଇ ଦେଇଥିବା ମନ୍ତବ୍ୟ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ବଲିଉଡକୁ ନେଇ ଦେଇଥିବା ମନ୍ତବ୍ୟ ପୋଷ୍ଟ ଏଥିରେ ଆଟାଚ୍‌ କରାଯାଇଛି । ଏହି ଟ୍ବିଟ୍‌ ମାଧ୍ୟମରେ କଙ୍ଗନା ରଣାୱତ ବଲିଉଡ ଷ୍ଟାର କିଡ୍ସଙ୍କୁ କଟାକ୍ଷ କରିଛନ୍ତି ।

ଏ ଆର୍ ରହମାନଙ୍କ ଏହି ପୋଷ୍ଟରେ ଲେଖାଇଛି ଯେ, "ଜୁଲାଇ 2020 ରେ ଯେତେବେଳେ ମୋତେ ପଚରାଯାଇଥିଲା ଯେ, ସେ ଅଧିକ ତାମିଲ ଫିଲ୍ମରେ କାହିଁକି କାମ କରିବାକୁ ଚାହୁଁଛନ୍ତି ଏବଂ କାହିଁକି ହିନ୍ଦୀ ଫିଲ୍ମରେ କାମ କରୁନାହାନ୍ତି । ସେ ଉତ୍ତର ଦେଇ କହିଛନ୍ତି, ମୁଁ ଭଲ ଫିଲ୍ମ କରୁନାହିଁ, କିନ୍ତୁ ମୁଁ ଅନୁଭବ କରୁଛି ଯେ ଏକ ପୁରା ଗ୍ୟାଙ୍ଗ (ବଲିଉଡରେ) ମୋ ବିରୁଦ୍ଧରେ କାମ କରୁଛି ଏବଂ ମୋ ବିଷୟରେ କିଛି ମିଥ୍ୟା ଗୁଜବ ପ୍ରଚାର କରୁଛି । ମୋ ସହ କାମ କରିବାକୁ କିଛି ଇଚ୍ଛା ପ୍ରକାଶ କରୁଛନ୍ତି । କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଅଟକାଉଛନ୍ତି । ଠିକ ଅଛି କାରଣ ମୁଁ ଭାଗ୍ୟକୁ ବିଶ୍ବାସ କରୁଛି । ମୁଁ ବିଶ୍ବାସ କରେ ଯେ ସବୁକିଛି ଇଶ୍ବରଙ୍କ ଇଚ୍ଛାରେ ହୋଇଥାଏ ।"

କଙ୍ଗନା ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଏ ଆର୍ ରହମାନଙ୍କ ଏହି ଟ୍ବିଟକୁ ନେଇ ସେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ବଲିଉଡ କିଡ୍ସଙ୍କୁ ଅଯୋଗ୍ୟ ବୋଲି ବିବେଚନା କରିଛନ୍ତି । ସେ ଲେଖିଛନ୍ତି,"ବଲିଉଡ କିଡ୍ସଙ୍କ ପାଖରେ ନିଜସ୍ବ ପ୍ରତିଭା ନାହିଁ । ସେ କହିଛନ୍ତି ବଲିଉଡ କିଡ୍ସମାନେ ନିଜ ପିତାମାତାଙ୍କ ନାଁରେ କାମ ସହ ପରିଚିତ ହୋଇ ପାରିଛନ୍ତି । ବଲିଉଡ କିଡ୍ସଙ୍କୁ ତାଙ୍କ ପିତାମାତାମାନେ ଛୋଟବେଳୁ ହିଁ ବଲିଉଡ ଚାଲିଚଳଣୀ, ଅଙ୍ଗଭଙ୍ଗୀ ଶିଖାଇଥାନ୍ତି । ଯାହାକୁ ସେମାନେ ଗ୍ରହଣ କରି ସେହିପରି ହିଁ କରିଥାଆନ୍ତି । ଏନେଇ ତାଙ୍କ ପିତାମାତା ତାଙ୍କୁ ପ୍ରୋତ୍ସାହିତ ମଧ୍ୟ କରିଥାଆନ୍ତି । ଫଳରେ ଇଣ୍ଡଷ୍ଟ୍ରି ଏକ ଯୋଗ୍ୟ କଳାକରାକୁ ହରାଇଥାଏ । ଏହାରି ମଧ୍ୟରେ ବଲିଉଡ କିଡ୍ସମାନେ ନିଜର ଏକ ଗ୍ୟାଙ୍ଗ୍‌ କରିଛନ୍ତି । ଯେଉଁଥିରେ ସେମାନେ ନୂଆ ପ୍ରତିଭାବାନ କଳାକାରକୁ ଦେଖି ଇର୍ଷା କରିଥାନ୍ତି ।"

ବଲିଉଡ ପରେ ହଲିଉଡରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ପ୍ରିୟଙ୍କା ଚୋପ୍ରା ଏକ ସାକ୍ଷାତକାରରେ ନିଜ ବଲିଉଡରୁ ଦୂରେଇ ରହିବାର ଯନ୍ତ୍ରଣା ବଖାଣିଥିଲେ । ସେ କହିଥିଲେ, "ମୁଁ ବଲିଉଡର ରାଜନୀତିରେ ଥକି ଯାଇଥିଲି ଏବଂ ମୁଁ ସେଠାରେ ଚାହୁଁଥିବା କାମ ପାଇପାରିଲି ନାହିଁ । ମୋତେ ଇଣ୍ଡଷ୍ଟ୍ରିର ଏକ କୋଣରେ ଫୋପାଡି ଦିଆଯାଉଥିଲା, ମୋତେ କାଷ୍ଟ କରାଯାଉ ନଥିଲା, ମୋ ନାଁରେ ଅଭିଯୋଗ ଆସୁଥିଲା, ମୋତେ ରାଜନୀତି ଭଲ ଲାଗେନି, ଯେତେବେଳେ ମୁଁ ଏସବୁରୁ ଥକି ଗଲି, ସେତେବେଳେ ମୁଁ ବଲିଉଡ ଛାଡିବାକୁ ସ୍ଥିର କଲି ।" ଏହି ଖୁଲାସା ପରେ ପ୍ରିୟଙ୍କାଙ୍କୁ କଙ୍ଗନା, ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ସମେତ ଏ ଆର୍ ରହମାନ ଭଳି ଅନେକ ସେଲିବ୍ରିଟିଙ୍କ ସମର୍ଥନ ପାଇଛନ୍ତି ।

ABOUT THE AUTHOR

...view details