ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ ତେଜସ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ନିକଟରେ ଏହାର ଆକ୍ସନ୍-ପ୍ୟାକ୍ ଟ୍ରେଲର ରିଲିଜ୍ ହୋଇସାରିଛି, ଯାହା ଦେଖି ସମସ୍ତ ଫିଲ୍ମ ତାରକା ଏବଂ ପ୍ରଶଂସକ ଉତ୍ସାହିତ ହୋଇଛନ୍ତି । ଏହି ଫିଲ୍ମରେ କଙ୍ଗନା ରଣାୱତ ବାୟୁସେନା ଅଧିକାରୀ ତେଜସ ଗିଲ ଭୂମିକାରେ ଅଭିନୟ କରିଛନ୍ତି । ଟିଜର ଏବଂ ଟ୍ରେଲର ରିଲିଜ୍ ହେବା ଦିନଠାରୁ ପ୍ରଶଂସକମାନେ ଏହାକୁ ବିକି କୌଶଲଙ୍କ ଉରି: ସର୍ଜିକାଲ୍ ଷ୍ଟ୍ରାଇକ୍ ସହିତ ତୁଳନା କରୁଛନ୍ତି ।
କଙ୍ଗନା ପ୍ରତିକ୍ରିୟା
ବର୍ତ୍ତମାନ ଅନେକ ପ୍ରଶଂସକ ଉରିର କିଛି ସିନ୍ ସହିତ ତେଜସ୍ ଟ୍ରେଲରର ଝଲକ ସେୟାର କରିଛନ୍ତି । କଙ୍ଗନା ରଣାୱତ ମଧ୍ୟ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି । ସେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ମଧ୍ୟ ସେୟାର କରିଛନ୍ତି । ପୋଷ୍ଟରେ ଅଭିନେତ୍ରୀ ଲେଖିଛନ୍ତି ଯେ, ‘‘ପ୍ରଶଂସକଙ୍କ ଜୋସ୍ ପସନ୍ଦ ଆସିଲା ।’’
ଅନେକ ସେଲିବ୍ରିଟି କରିଛନ୍ତି ପ୍ରଶଂସା
ଆମେ ଆପଣଙ୍କୁ କହିରଖୁଛୁ ଯେ ପୂର୍ବରୁ ତେଜସର ଟ୍ରେଲରକୁ ଅନୁପମ ଖେର ଏବଂ ଆନନ୍ଦ ଏଲ ରାୟ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ । ଚଳଚ୍ଚିତ୍ର ନିର୍ମାତା ଅନାନନ୍ଦ ଏଲ୍ ରାୟ ତାଙ୍କ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅଭିନେତ୍ରୀଙ୍କୁ ପ୍ରଶଂସା କରିଥିଲେ । ଏଥି ସହିତ ଅନୁପମ ଖେର କଙ୍ଗନାଙ୍କୁ ଯାଦୁକର ବୋଲି ବର୍ଣ୍ଣନା କରିଥିଲେ । ଆରଏସଭିପି ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଂଶୁଲ ଚୌହାନ, ବରୁଣ ମିତ୍ର, ଆଶିଷ ବିଦ୍ୟାର୍ଥୀ ଏବଂ ବିଶାଖ ନାୟର ପ୍ରମୁଖ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସରଭେଶ ମେୱାଡା ।
ଏହା ମଧ୍ୟ ପଢନ୍ତୁ: Tejas teaser out: ‘ଭାରତ କୋ ଛେଡୋଗେ ତୋ ଛୋଡେଙ୍ଗେ ନେହି...’ ସାମ୍ନାକୁ ଆସିଲା କଙ୍ଗନାଙ୍କ ଜବରଦସ୍ତ ଟିଜର
ଏହି ଦିନ ଫିଲ୍ମ କରିବ ମୁକ୍ତିଲାଭ
ଅକ୍ଟୋବର 27 ରେ ତେଜସ୍ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ସୂଚନାଯୋଗ୍ୟ ଯେ ଏହି ଚଳଚ୍ଚିତ୍ରଟି ଗତ ତିନିବର୍ଷ ଧରି ପାଇପଲାଇନରେ ଥିଲା । ଏହି ଚଳଚ୍ଚିତ୍ରଟି ପ୍ରଥମେ ଡିସେମ୍ବର 2020ରେ ରିଲିଜ୍ ହେବାର ଥିଲା । ଅଗଷ୍ଟ 2020ରେ କଙ୍ଗନା ଏହି ଚଳଚ୍ଚିତ୍ରର ମୂଳ ରିଲିଜ୍ ତାରିଖ ଘୋଷଣା କରିଥିଲେ, କିନ୍ତୁ ପରେ ଏହାର ତାରିଖ ସ୍ଥଗିତ ରହିଲା ।
ଉଲ୍ଲେଖନୀୟ ଯେ, କଙ୍ଗନା ମଧ୍ୟ ଆଜିକାଲି ଚନ୍ଦ୍ରମୁଖୀ 2 ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ରଟି 28 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ତେବେ ତେଜସ୍ ବ୍ୟତୀତ କଙ୍ଗନାଙ୍କ ଫିଲ୍ମ ‘ଏମରଜେନ୍ସି’ ମଧ୍ୟ ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି । ପୂର୍ବରୁ କଙ୍ଗନା କହିଥିଲେ ଯେ, ‘ଏହା (ଏମରଜେନ୍ସି) ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ୍ ନୁହେଁ ବରଂ ଏକ ଭବ୍ୟ ପିରିୟଡିକ୍ ଫିଲ୍ମ ହେବ । ଆଉ ଏହା ଆଜିର ଯୁବପିଢ଼ିଙ୍କୁ ଦେଶର ସାମାଜିକ-ରାଜନୈତିକ ସ୍ଥିତି ବୁଝେଇବାରେ ସହାୟକ ହେବ ।'