ଓଡିଶା

odisha

ETV Bharat / entertainment

Kangana on Javed Akhtar: ଅଖତର ସାହେବ ଘରେ ପଶି ଆପଣ ପାକିସ୍ତାନକୁ ଆକ୍ରମଣ କରିଛନ୍ତି କହିଲେ କୁଇନ - ଜାଭେଦଙ୍କୁ ପ୍ରଶଂସା କରିଲେ କଙ୍ଗନା

ପାକିସ୍ତାନ ଗସ୍ତରେ ଯାଇ ଜଣାଶୁଣା ଗୀତିକାର ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କଙ୍ଗନା ରଣାଓ୍ବତ ଜାଭେଦଙ୍କୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

Kangana Ranaut on Javed Akhtar
Kangana Ranaut on Javed Akhtar

By

Published : Feb 22, 2023, 7:44 AM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଏବଂ ବଲିଉଡ ଗୀତିକାର ଜାଭେଦ ଅଖତକଙ୍କ ମଧ୍ୟରେ ବାରମ୍ବାର ବାଦବିବାଦ ହେଉଥିବା କଥା ସାମ୍ନାକୁ ଆସିଥିବା ବେଳେ ଏଥର ଗୀତିକାରଙ୍କୁ ପ୍ରଶଂସା କରିଛନ୍ତି ବଲିଉଡ କୁଇନ କଙ୍ଗନା । ଜୟ ହିନ୍ଦ ଜାଭେଦ ଅଖତର ସାହେବ ବୋଲି ଟ୍ବିଟ କରି ହୃଦୟରୁ ପ୍ରଶଂସା କରିଛନ୍ତି କରିଛନ୍ତି କଙ୍ଗନା ।

ସୂଚନାଅନୁସାରେ, ଜାଭେଦ ଅଖତର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଲାହୋର ଯାଇଥିଲେ । ତେବେ ସେଠାରେ ପାକିସ୍ତାନ ବିରୋଧୀ ବୟାନ ଦେଇଥିଲେ । ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବାରୁ ପାକିସ୍ତାନକୁ ସମାଲୋଚନା କରିଥିଲେ । ବର୍ତ୍ତମାନ ଜାଭେଦଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ପାକିସ୍ତାନକୁ ଏହା କହିଥିଲେ ଜାଭେଦ ଅଖତର:ଫୈଜ ଉତ୍ସବରେ ଯୋଗଦେଇ ଜାଭେଦ ଅଖତର କହିଥିଲେ, ଭାରତରେ ନୁସରତଙ୍କ ଭଳି ପାକିସ୍ତାନ ଗାୟକଙ୍କ କନସର୍ଟ ହୋଇଥାଏ । କିନ୍ତୁ ପାକିସ୍ତାନ କେବେ ବି ଲତା ମଙ୍ଗେସକରଙ୍କ କନସର୍ଟ ଆୟୋଜନ କରିନାହିଁ । ଆମେ ସମସ୍ତେ ମୁମ୍ବାଇର ଅଧିବାସୀ । ୨୬/୧୧ ମୁମ୍ବାଇ ଆକ୍ରମଣ ବିଷୟରେ ସମସ୍ତେ ଜାଣନ୍ତି । ସେମାନେ ନରଓ୍ବେ କିମ୍ବା ଇଜିପ୍ଟରୁ ଆସିନଥିଲେ । ସେହି ଆତଙ୍କବାଦୀ ଏବେ ବି ପାକିସ୍ତାନରେ ଖୋଲା ବୁଲୁଛନ୍ତି । ତେଣୁ ଯଦି ଭାରତୀୟ ରାଗୁଛନ୍ତି ତେବେ ପାକିସ୍ତାନଙ୍କୁ ଖରାପ ଲାଗିବା କଥାନୁହେଁ ।

ଜାଭେଦଙ୍କୁ ପ୍ରଶଂସା କଲେ କଙ୍ଗନା:ଜାଭେଦଙ୍କ ଭିଡିଓକୁ ସେୟାର କରି କଙ୍ଗନା ରଣାଓ୍ବତ କହିଛନ୍ତି, "ଯେତେବେଳେ ମୁଁ ଜାଭେଦଙ୍କ କବିତା ପଢେ ଲାଗେ ମାଆ ସରସ୍ବତୀଙ୍କ ତାଙ୍କ ଉପରେ କୃପା ରହିଛି । ହେଲେ ଦେଖନ୍ତୁ କିଛିତ ସତ୍ୟତା ରହିଛି ମଣିଷ ମଧ୍ୟରେ ତେଣୁ ତ ତାଙ୍କ ସହ ଭଗବାନ ଅଛନ୍ତି । ଜୟ ହିନ୍ଦ ଜାଭେଦ ଅଖତର ସାହେବ । ଘରେ ପଶି ଆପଣ ମାରିଛନ୍ତି ।"

ଜାଭେଦ ଅଖତର ଏବଂ କଙ୍ଗନାଙ୍କ ମଧ୍ୟରେ ରହିଛି ଏହି ବିବାଦ:୨୦୨୦ ମସିହାରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ପର ଠାରୁ କଙ୍ଗନା ବଲିଉଡ ଇଣ୍ଡଷ୍ଟ୍ରିକୁ ସମାଲୋଚନା କରୁଥିଲେ । ଟେଲିଭିଜନ ସାକ୍ଷାତକାରରେ କଙ୍ଗନା, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଖ୍ୟାତ ଲେଖକ ଜାଭେଦ ଅଖତରଙ୍କ ନାଁରେ ଖରାପ ମନ୍ତବ୍ୟ ଦେଇଥିଲେ । ଯାହାଦ୍ବାରା ଜାଭେଦ ସମ୍ମାନରେ ଆଞ୍ଚ ଅଭିଯୋଗ ଓ ମିଛ ବୟାନ ପାଇଁ କଙ୍ଗନାଙ୍କ ବିରୋଧରେ ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟରେ ମାନହାନୀ ମାମଲା ରୁଜୁ କରିଥିଲେ । ଏହାସହ ଜାଭେଦ ତାଙ୍କୁ ଘରକୁ ଡାକି ଧମକ ଦେଇଛନ୍ତି ଏବଂ ହ୍ରିତିକ ରୋଶନଙ୍କୁ କ୍ଷମା ମାଗିବାକୁ କହିଥିଲେ ବୋଲି କଙ୍ଗନା ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details