ଓଡିଶା

odisha

By

Published : Sep 5, 2022, 12:40 PM IST

ETV Bharat / entertainment

KRK Arrested: ପୁଣି ମହିଳାଙ୍କୁ ଅସଦାରଚଣ ଅଭିଯୋଗ, କମଲ ଆର୍‌ ଖାନ ଗିରଫ

ମହିଳାଙ୍କୁ ଅସଦାରଚଣ ଅଭିଯୋଗରେ (KRK Arrested in Sexual Absue Case) କେଆର୍‌କେଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

କେଆର୍‌କେଙ୍କ ବିରୋଧରେ ମହିଳାଙ୍କୁ ଅସଦାରଚଣ ଅଭିଯୋଗ, ପୁଣି ବାନ୍ଧିଲା ପୋଲିସ
କେଆର୍‌କେଙ୍କ ବିରୋଧରେ ମହିଳାଙ୍କୁ ଅସଦାରଚଣ ଅଭିଯୋଗ, ପୁଣି ବାନ୍ଧିଲା ପୋଲିସ

ମୁମ୍ବାଇ: ପୁଣି ଗିରଫ ହେଲେ କେଆରକେ । ଅଭିନେତା ଏବଂ ତଥା ଫିଲ୍ମ ସମୀକ୍ଷକ କମାଲ ଖାନ୍‌ଙ୍କ (KRK) ବଢ଼ିଲା ଅଡ଼ୁଆ । ନିକଟରେ ଏକ ପୁରୁଣା ବିବାଦୀୟ ଟ୍ବିଟକୁ ନେଇ ମାଲାଡ ପୋଲିସ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରୁ ଗିରଫ କରିଥିଲା । ବର୍ତ୍ତମାନ ପୁଣି ଏକ ମାମଲାରେ ଛନ୍ଦି ହୋଇଛନ୍ତି କେଆର୍‌କେ । ମହିଳାଙ୍କୁ ମହିଳାଙ୍କୁ ଅସଦାରଚଣ ଅଭିଯୋଗରେ (KRK Arrested in Sexual Absue Case) କେଆର୍‌କେଙ୍କୁ ଗିରଫ କରାଯାଇଛି ।

KRK Arrested

KRK ବିରୋଧରେ ଅସଦାଚରଣ ଅଭିଯୋଗ

ବିବାଦୀୟ ଟୁଇଟ୍ ସଂପର୍କରେ KRK କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ବର୍ତ୍ତମାନ କମଲଙ୍କୁ ତିନି ବର୍ଷ ପୁରୁଣା ଏକ ମାମଲାରେ ମୁମ୍ବାଇର ଭର୍ସୋଭା ପୋଲିସ ଗିରଫ କରିଛି। ଶନିବାର ଦିନ ଭର୍ସୋଭା ପୋଲିସ ଜଣେ ଫିଟନେସ ଟ୍ରେନରଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ କମଲ ଆର ଖାନଙ୍କୁ ଗିରଫ କରିଛି । ରବିବାର ତାଙ୍କୁ ହଲିଡେ କୋର୍ଟରେ ହାଜର କରାଯାଇଥିଲା, ଏହା ପରେ KRKକୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।

ଏହି ମାମଲା 2019 ମସିହାର ଅଟେ । ତେବେ, 2021 ମଧ୍ୟଭାଗରେ ଫିଟନେସ୍ ଟ୍ରେନର KRK ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଟ୍ରେନର କହିଥିଲେ ଯେ, ସେ ଇଣ୍ଡଷ୍ଟ୍ରିରେ କମଲ ଆର ଖାନଙ୍କ ସମ୍ପର୍କକୁ ଡରୁଥିଲେ ଏବଂ ତେଣୁ ଏହି ଘଟଣା ପରେ ତୁରନ୍ତ ପୋଲିସ ସହ ଯୋଗାଯୋଗ କରିନଥିଲେ । ଜାନୁଆରୀ 2019ର ପ୍ରଥମ ସପ୍ତାହରେ କମଲ ଆର ଖାନ ଅଭିଯୋଗକାରୀଙ୍କଠାରୁ ଯୌନ ଅନୁଗ୍ରହ ମାଗିଥିଲେ । ଏହା ବ୍ୟତୀତ ସେ ଅଭିଯୋଗକାରୀଙ୍କ ହାତକୁ ଜବରଦସ୍ତ ଧରିଥିବା ଅଭିଯୋଗ ହୋଇଛି ।

ଏହି ମାମଲାରେ ଭର୍ସୋଭା ପୋଲିସ କମଲ ରସିଦ ଖାନଙ୍କୁ ଗିରଫ କରିଛି । 24ତମ ଏମଏମ କୋର୍ଟ, ବୋରିଭାଲୀ କୋର୍ଟର ସ୍ଥାନାନ୍ତର ଆଦେଶ ପରେ ଭର୍ସୋଭା ପୋଲିସ ତାଙ୍କୁ ଗିରଫ କରିଥିଲା । ରବିବାର ଦିନ ଭର୍ସୋଭା ପୋଲିସ କହିଛି ଯେ, କମଲ ରସିଦ ଖାନଙ୍କୁ ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିଲା, ପରେ ତାଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।

ABOUT THE AUTHOR

...view details