ହାଇଦ୍ରାବାଦ:ବଲିଉଡ୍ ବର୍ଷିଆନ ଅଭିନେତ୍ରୀ ତନୁଜାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏକ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ 80 ବର୍ଷୀୟା ଅଭିନେତ୍ରୀଙ୍କୁ ରବିବାର ଦିନ ମୁମ୍ବାଇର ଜୁହୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତନୁଜା ବର୍ତ୍ତମାନ ଆଇସିୟୁରେ ଅଛନ୍ତି । ଏକ ସୂତ୍ରରୁ ପ୍ରକାଶ ଯେ, ତନୁଜା ବର୍ତ୍ତମାନ ପୂର୍ବ ଅପେକ୍ଷା ଭଲ ଅନୁଭବ କରୁଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଚିନ୍ତା କରିବାର କିଛି କଥା ନାହିଁ । ତେବେ ଏହି ଖବର ଶୁଣିବା ମାତ୍ରେ ଫ୍ୟାନ୍ସମାନେ ବରିଷ୍ଠ ଅଭିନେତ୍ରୀଙ୍କ ଆସୁ ଆରୋଗ୍ୟ କାମନା କରୁଛନ୍ତି ।
ଲୋକପ୍ରିୟ ଅଭିନେତ୍ରୀ ତନୁଜାଙ୍କର କୌଣସି ପରିଚୟ ଦରକାର ନାହିଁ, ସେ ଅନେକ ହିନ୍ଦୀ ଏବଂ ବଙ୍ଗାଳୀ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ଅତୀତର ତାରକା ଶୋଭନା ସମର୍ଥ ଏବଂ ନିର୍ମାତା କୁମାରସେନ୍ ସମର୍ଥଙ୍କ ଝିଅ । ତନୁଜା ଚଳଚ୍ଚିତ୍ର ନିର୍ମାତା ଶୋମୁ ମୁଖାର୍ଜୀଙ୍କୁ ୧୯୭୩ରେ ବିବାହ କରିଥିଲେ। ସେମାନଙ୍କର ଦୁଇ ଝିଅ କାଜୋଲ ଏବଂ ତନିଶା ମୁଖାର୍ଜୀ ଅଛନ୍ତି । କାଜୋଲ ବହୁତ କ୍ୟାରିୟର କରିଥିବା ବେଳେ ତନିଶା ଏତେ ଲାଇମଲାଇଟ୍ ଆସିପାରିନାହାନ୍ତି । କିନ୍ତୁ ଆଜିକାଲି ତନିଶାଙ୍କୁ ରିଆଲିଟି ଶୋ 'ଝଲକ ଦିଖଲା ଜା ୧୧'ରେ ଦେଖିବାକୁ ମିଳୁଛି ।