ଓଡିଶା

odisha

ETV Bharat / entertainment

ବଲିଉଡ୍‌ରେ କାଜଲଙ୍କ ୩୦ ବର୍ଷ, ଅଜୟ ଦେବଗନଙ୍କ ଶୁଭେଚ୍ଛା - ବଲିଉଡ ନ୍ୟୁଜ

ବଲିଉଡ ତାରକା କାଜଲ ରବିବାର ଦିନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୩ ବର୍ଷ ପୂରଣ କରିଛନ୍ତି । ତେବେ ଏହି ଯାତ୍ରା ସମୟରେ ପାଇଥିବା ପ୍ରଶଂସକଙ୍କ ଠାରୁ ଆର୍ଶୀବାଦ ଆଉ ଭଲପାଇବା ଆଜି ତାଙ୍କୁ ଏଇଠି ପହଁଞ୍ଚାଇ ପାରିଛି ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

ବଲିଉଡ୍‌ରେ ୩୦ ବର୍ଷ ପୂରା କଲେ କାଜଲ
ବଲିଉଡ୍‌ରେ ୩୦ ବର୍ଷ ପୂରା କଲେ କାଜଲ

By

Published : Jul 31, 2022, 9:27 PM IST

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରୀର ଭେଟେରାନ ଅଭିନେତ୍ରୀ କାଜଲ ମୁଖାର୍ଜୀ ତିନି ଦଶନ୍ଧି ପୂରଣ କରିଛନ୍ତି । ଏହି ଖବରକୁ ନେଇ ସ୍ବାମୀ ତଥା ଅଭିନେତା ଅଜୟ ଦେବଗନ ତାଙ୍କୁ ସୋସାଲ ମିଡିଆରେ ଶୁଭେଚ୍ଛା ଜଣାଇବା ସହ ଏକ ଫଟୋ ସେୟାର କରି ବାର୍ତ୍ତା ଦେଇଛନ୍ତି । ସେ ଲେଖିଛନ୍ତି ସିନେମାରେ ୩ଦଶନ୍ଧି ବିତିଛି କାଜଲଙ୍କର । ଅନେକ ଚମତ୍କାର କାର୍ଯ୍ୟ କରିଛନ୍ତି । ସତ କହିବାକୁ ଗଲେ ଏହା କେବଳ ଆରମ୍ଭ । ଆହୁରି ଅନେକ ସଫଳତା, ଚଳଚ୍ଚିତ୍ର ଏବଂ ସ୍ମୃତି ଆସିବ ।

ଏହି ବାର୍ତ୍ତା ସୋସାଲ ମିଡିଆରେ ପହଁଞ୍ଚିବା କ୍ଷଣି ହିଁ ଶୁଭେଚ୍ଛାର ସୁଅ ଛୁଟିଥିଲା ଶୁଭେଛୁଙ୍କର । ୩୧ ଜୁଲାଇ ୧୯୯୨ରେ ମୁକ୍ତିଲାଭ କରିଥିଲା ହିନ୍ଦୀ ଚଳଚ୍ଚିତ୍ର ‘ବେଖୁଦି’ । ଯେଉଁଥିରେ କମଲ ସଦାନା କାଜଲଙ୍କ ବିପକ୍ଷରେ ଦେଖାଯାଇଥିଲେ । ସେବେଠାରୁ ଆଉ ପଛକୁ ଦେଖିନଥିଲେ କାଜଲ । ୧୯୯୨ରୁ ଚଳଚ୍ଚିତ୍ର ସହିତ ତାଙ୍କ ଚଳଚ୍ଚିତ୍ର ଯାତ୍ରା ଆରମ୍ଭ କରିଥିବା କାଜଲ କେବଳ ହିନ୍ଦୀରେ ନୁହେଁ ଅନେକ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି । କାଜଲ ଦକ୍ଷିଣ ଚଳଚ୍ଚିତ୍ରରେ କାମ କରିଥିବା ବେଳେ ସେ ହଲିଉଡର ଆନିମେଟେଡ୍ ଚଳଚ୍ଚିତ୍ର ‘ଇନକ୍ରିଡିବଲ୍’ ୨ ସମେତ କିଛି ଫିଲ୍ମ ପାଇଁ ସ୍ୱର ମଧ୍ୟ ଡେବ୍ୟୁ କରିଛନ୍ତି ।

କାଜଲଙ୍କ ବଲିଉଡ ଚଳଚ୍ଚିତ୍ରର ତାଲିକାରେ ବାଜିଗର, କରଣ ଅର୍ଜୁନ, ହଲଚଲ, ଦିଲୱାଲେ ଦୁଲହନିଆ ଲେ ଯାୟେଙ୍ଗେ, ଗୁପ୍ତ, ଇସ୍କ, ପ୍ୟାର କିୟା ତୋ ଡରନା କ୍ୟା, ଡୁପ୍ଲିକେଟ୍‌, ପ୍ୟାର ତୋ ହୋନା ହି ଥା, କୁଛ କୁଛ ହୋତା ହୈ, ହମ୍‌ ଆପକେ ଦିଲ୍‌‌ ମୈ ରେହତେ ହେଁ, ରାଜୁ ଚାଚା, କଭି ଖୁସି କଭି ଗମ, ତାନାଜୀ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଯାହା ଆଜି ବି ଦର୍ଶକଙ୍କ ମନରେ ଛାପି ହୋଇ ରହିଯାଇଛି ।

ABOUT THE AUTHOR

...view details