ହାଇଦ୍ରାବାଦ:ମାଆ ହେଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ । ଅଭିନେତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସ୍ୱାମୀ ଗୌତମ କିଚଲୁଙ୍କ ସହ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି କାଜଲ । ଏହି ଖୁସି ଖବର ଜଣାପଡିବା ପରେ ସୋସିଆଲ ମିଡିଆରେ ତାଙ୍କର ଅଗଣିତ ପ୍ରଶଂସକ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ତେବେ କାଜଲ କିମ୍ବା ଗୌତମ ଏହି ଖବର ନିଜଆଡୁ ସେୟାର କରିନାହାନ୍ତି ମାତ୍ର ମୁମ୍ବାଇର ଜଣେ ଜଣାଶୁଣା ଫଟୋଗ୍ରାଫର ନିଜର ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଥିଲେ ।
ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କାଜଲ ଅଗ୍ରୱାଲ ତାଙ୍କ ଗର୍ଭଧାରଣ ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ । ନିଜକୁ ଫିଟ୍ ରଖି କାଜଲ ଅଗ୍ରୱାଲ ସୋସିଆଲ ମିଡିଆ ପୋଷ୍ଟରେ ତାଙ୍କ ଗର୍ଭଧାରଣ ବିଷୟରେ ଦେଇଥିଲେ ।