ଓଡିଶା

odisha

ETV Bharat / entertainment

କୈଳାସ ଖେରଙ୍କ 'ରାମ କା ଧାମ' ଭଜନ ରିଲିଜ, ପ୍ରାଣ ପ୍ରତିଷ୍ଠାରେ ସାମିଲ ନେଇ ଉତ୍ସାହିତ ଗାୟକ - ରାମ କା ଧାମ ଭଜନ ରିଲିଜ

Kailash Kher Song Ram Ka Dham: ଫିଲ୍ମ ଇଣ୍ଡଷ୍ଟ୍ରି ଲୋକପ୍ରିୟ ଗାୟକ କୈଳାସ ଖେର ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ବେଶ ଉତ୍ସାହିତ ରହିଛନ୍ତି । ଏହି ସମୟରେ ଗାୟକ ନିଜ ଲାଟେଷ୍ଟ ଭଜନ 'ରାମ କା ଧାମ' ରାମ ମନ୍ଦିରକୁ ସମର୍ପିତ କରି ଗାଇଥିବା ବେଳେ ବର୍ତ୍ତମାନ ଏହା ରିଲିଜ ହୋଇଛି ।

କୈଳାସ ଖେରଙ୍କ 'ରାମ କା ଧାମ' ଭଜନ ରିଲିଜ, ଶ୍ରୀରାମଲାଲାଙ୍କ ପ୍ରତିଷ୍ଠାରେ ସାମିଲ ନେଇ ଉତ୍ସାହିତ ଥିବା କହିଲେ ଗାୟକ
କୈଳାସ ଖେରଙ୍କ 'ରାମ କା ଧାମ' ଭଜନ ରିଲିଜ, ଶ୍ରୀରାମଲାଲାଙ୍କ ପ୍ରତିଷ୍ଠାରେ ସାମିଲ ନେଇ ଉତ୍ସାହିତ ଥିବା କହିଲେ ଗାୟକ

By ETV Bharat Odisha Team

Published : Jan 19, 2024, 2:55 PM IST

କୈଳାସ ଖେରଙ୍କ 'ରାମ କା ଧାମ' ଭଜନ ରିଲିଜ, ଶ୍ରୀରାମଲାଲାଙ୍କ ପ୍ରତିଷ୍ଠାରେ ସାମିଲ ନେଇ ଉତ୍ସାହିତ ଥିବା କହିଲେ ଗାୟକ

ମୁମ୍ବାଇ: ଜାନୁଆରୀ ୨୨ରେ ଆଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ପାଇଁ ଉତ୍ସାହିତ ବିଶ୍ବବାସୀ । ଏହି ମହାସମାରୋହ ପାଇଁ ସାରା ବିଶ୍ବରେ ଭାବମୟ ପରିବେଶ ଦେଖିବାକୁ ମିଳିଛି । ଏହି ସମୟରେ ସମସ୍ତ ଦେଶର କଣ୍ଠଶିଳ୍ପୀ ଭଗବାନ ରାମଙ୍କୁ ସମର୍ପିତ କରି ଅନେକ ଗୀତ ଗାଇଥିବା ବେଳେ ବର୍ତ୍ତମାନ ତାହା ବେଶ ଭାଇରାଲ ହେଉଛି । ବଲିଉଡ କଣ୍ଠଶିଳ୍ପୀ କୈଳାସ ଖେରଙ୍କ ଲାଟେଷ୍ଟ ରାମ ଭଜନ 'ରାମ କା ଧାମ' ରିଲିଜ ହୋଇଛି । ତେବେ ମିଡିଆ ସହ କଥାବାର୍ତ୍ତା କରି ଗାୟକ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ନେଇ ଉତ୍ସାହିତ ଥିବା କହିଛନ୍ତି ।

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବାକୁ କୈଳାସ ଖେରଙ୍କୁ ନିମନ୍ତ୍ରଣ କରାଯାଇଛି । ଏହାକୁ ନେଇ ସେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଏହି ଐତିହାସିକ ସମାରୋହରେ ସାମିଲ ହେବା ନେଇ ବେଶ ଉତ୍ସାହିତ ଥିବା କହିଛନ୍ତି । ଏଥିସହ ସେ ସେ ତାଙ୍କ ସ୍ବର୍ଗତ ବାପା ଏବଂ ମା'ଙ୍କୁ ପ୍ରତିନିଧିତ୍ବ କରିବି । ଏହି ସମୟରେ ସେ ନିଜ ଭଜନ 'ରାମ କା ଧାମ' ନେଇ ମଧ୍ୟ କହିଛନ୍ତି ଯେ, ଏହି ଗୀତ ରାମ ମନ୍ଦିର ପଛରେ ଥିବା କାହାଣୀକୁ ଦର୍ଶାଯାଇଛି । ଏହା ସମସ୍ତଙ୍କୁ ମନ ଛୁଇଁବ ବୋଲି ଆଶା କରୁଛି ।

ସେ ଏହି ସମୟରେ କହିଛନ୍ତି ଯେ, ମୋତେ ଦେଢ ମାସ ପୂର୍ବରୁ ଏହି ମହାସମାରୋହ ପାଇଁ ନିମନ୍ତ୍ରଣ କରାଯାଇଥିଲା । ମୋତେ ଏହି ଶୁଭ କାର୍ଯ୍ୟରେ ସାମିଲ ହେବାର ସୁଯୋଗ ଦେଇଥିବାରୁ ମୁଁ ବହୁତ କୃତଜ୍ଞ । ଏହା ଜାଣିବା ପରେ ମୋତେ ସମସ୍ତେ ଅଭିନନ୍ଦନ ଜଣାଉଛନ୍ତି । ଏଥିପାଇଁ ମୁଁ ସମସ୍ତ ଭାରତବାସୀଙ୍କୁ ଧନ୍ୟବାଦ ଜଣାଉଛି । ଏହି ନିମନ୍ତ୍ରଣ ପାଇ ମୁଁ ବହୁତ ଖୁସି ଏବଂ ଏଥିରେ ସାମିଲ ହେବା ନେଇ ବହୁତ ଉତ୍ସାହିତ । ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ମୋର ସ୍ବର୍ଗତ ମାତାପିତାଙ୍କ ଆଶୀର୍ବାଦ ସହ ପାରମ୍ପରିକ ପୋଷାକରେ ଏହି ଉତ୍ସବରେ ଯୋଗ ଦେବି । ମୋର ବିଶ୍ବାସ ଯେ, ଏହାକୁ ଦେଖି ମୋର ମାତାପିତା ବେଶ ଖୁସି ହେବେ ।

ଏହା ମଧ୍ୟ ପଢନ୍ତୁ:ରାମଲାଲାଙ୍କ ପ୍ରେମରେ ଜର୍ମାନୀ କଣ୍ଠଶିଳ୍ପୀ, ଗାଇଲେ 'ରାମ ଆଏଙ୍ଗେ' ଭଜନ

ସୂଚନା ଥାଉ କି, ଏହି ସମାରୋହରେ ଯୋଗ ଦେବାକୁ ଅନେକ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି । ପୂର୍ବରୁ ଏନେଇ ହେମା ମାଲିନୀ ଏବଂ ରାମାଯଣ ତାରକା ଅରୁଣ ଗୋଭିଲ, ଦୀପିକା ଚିଖଲିଆ ଏବଂ ସୁନୀଲ ଲହରୀ ଅଯୋଧ୍ୟା ପହଞ୍ଚିଛନ୍ତି । ସେପଟେ ଅନୁପମ ଖେର, ଅମିତାଭ ବଚ୍ଚନ, ରଜନୀକାନ୍ତ, ଚିରଞ୍ଜୀବୀ, ରାମଚରଣ, ଅକ୍ଷୟ କୁମାର, କେଜିଏଫ ତାରକା ୟଶ, ଧନୁଷ, ପ୍ରଭାସ, ମାଧୁରୀ ଦୀକ୍ଷିତ, କଙ୍ଗନା ରାଣାୱତ, ଅଜୟ ଦେବଗନ, ସନ୍ନି ଦେଓଲ, ଅନୁପମ ଖେର, ରଣବୀର କପୁର, ଆଲିଆ ଭଟ୍ଟ, ରଣଦୀପ ହୁଡା, ଟାଇଗର ଶ୍ରଫ, ଆୟୁଷ୍ମାନ ଖୁରାନା ସମେତ ସଂଜୟ ଲୀଲା ଭଂଶାଲୀଙ୍କୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି ।

ABOUT THE AUTHOR

...view details