ହାଇଦ୍ରାବାଦ:ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ୍ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଏବେ ନିଜ ଜୀବନକୁ ବେଶ ଉପଭୋଗ କରୁଛନ୍ତି । ନିକଟରେ ସାମନ୍ଥା ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିରତି ନେଇଛନ୍ତି । ନିଜ ଜୀବନକୁ ମନଭରି ଉପଭୋଗ କରୁଛନ୍ତି । ସାମନ୍ତା ବାଲିରେ ନିଜ ଛୁଟିଦିନ ବିତାଉ ଥିବା ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ପ୍ରତିଦିନ ସେଠାରୁ ଫଟୋ ସେୟାର କରି ନିଜ ଅନୁଭୂତି ଫ୍ୟାନ୍ସଙ୍କ ସେୟାର କରୁଛନ୍ତି । ପୁଣିଥରେ ଅଭିନେତ୍ରୀ ବାଲିର ଫଟୋ ସେୟାର କରିଛନ୍ତି । ଏହି ପଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି।
ସିଟାଡେଲ ଏବଂ ଖୁସିର ସୁଟିଂ ଶେଷ କରିବା ପରେ ସାମନ୍ଥା ଅଭିନୟରୁ ବିରତି ନେଇ ବାଲି (ଇଣ୍ଡୋନେସିଆ)ରେ ତାଙ୍କ ବନ୍ଧୁଙ୍କ ସହ ଛୁଟି କାଟୁଛନ୍ତି । ସାମନ୍ଥା ସେଠାରୁ ଗୋଟିଏ ପରେ ଗୋଟିଏ ପୋଷ୍ଟ ସେୟାର କରୁଛନ୍ତି । ସାମନ୍ଥା ବର୍ତ୍ତମାନ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସେ ଜୀବନକୁ କେତେ ଉପଭୋଗ କରୁଛନ୍ତି । ତାହା ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ଅଭିନେତ୍ରୀ ଟିକି ଜୀବନ ବଞ୍ଚିବାକୁ କହିଛନ୍ତି । ଏହି ଫଟୋରେ ସାମନ୍ଥା ସମୁଦ୍ର କୂଳର ଲୁପ୍ତ ଉଠାଇବା ସହ ସ୍ୱାଦିଷ୍ଟ ଖାଦ୍ୟର ମଜା ନେଇ ଗୀତ ଶୁଣୁଥିବାର ଦେଖିବାକୁ ମିଳିଛି । ଏହି ପଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିବା ସହ ପ୍ରତିକ୍ରିୟାରେ ଲାଲ୍ ହାର୍ଟ ଇମୋଜି ସେୟାର କରିଛନ୍ତି ।