ଓଡିଶା

odisha

ଭୂମିକମ୍ପ ଭିତରେ ଜାପାନରୁ ଫେରିଲେ ଜୁନିଅର ଏନଟିଆର

By ETV Bharat Odisha Team

Published : Jan 2, 2024, 10:38 AM IST

Jr Ntr Returns From Japan: ଜାପାନ ଭୂମିକମ୍ପ ନେଇ ଦୁଃଖ ପ୍ରକାଶ କରିଛନ୍ତି ଜୁନିଅର ଏନଟିଆର । କିଛି ଦିନ ହେଲା ଅଭିନେତା ଜାପାନରେ ରହିଥିବା ବେଳେ ବର୍ତ୍ତମାନ ଭାରତ ଫେରିଛନ୍ତି । ତେବେ ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଥିବା ବେଳେ ଜାପାନ ସ୍ଥିତିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ଅଧିକ ପଢନ୍ତୁ

ଜାପାନ ଭୂକମ୍ପ ମଧ୍ୟରେ ଭାରତ ଫେରିଲେ ଜୁନିଅର ଏନଟିଆର
ଜାପାନ ଭୂକମ୍ପ ମଧ୍ୟରେ ଭାରତ ଫେରିଲେ ଜୁନିଅର ଏନଟିଆର

ହାଇଦ୍ରାବାଦ: ଜାପାନ ପାଇଁ ନୂଆବର୍ଷ ୨୦୨୪ ଭୟଙ୍କର ରହିଛି । ବର୍ଷର ପ୍ରଥମ ଦିନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଜାପାନରେ ପ୍ରକୃତି ତାଣ୍ଡବ ରଚିଛି । ବର୍ଷ ଆରମ୍ଭରେ ଦେଶରେ ଭୂମିକମ୍ପ ହୋଇଛି । ଫଳରେ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏହାରି ମଧ୍ୟରେ ବର୍ତ୍ତମାନ ଜାପାନରୁ ସୁରକ୍ଷିତ ଭାବେ ଭାରତ ଫେରିଛନ୍ତି ସାଉଥ୍ ସୁପରଷ୍ଟାର ଜୁନିଅର ଏନଟିଆର । ଭାରତ ଫେରିବା ପରେ ସେ ଜାପାନର ସ୍ଥିତିକୁ ନେଇ ଚିନ୍ତାପ୍ରକଟ କରିବା ସହ ଶୀଘ୍ର ସବୁ ଠିକ ହୋଇଯାଉ ବୋଲି କାମନା କରିଛନ୍ତି ।

ଜୁନିଅର ଏନଟିଆର ନିଜ ପରିବାର ସହ କ୍ବାଲିଟି ଟାଇମ ବିତାଇବା ପାଇଁ ସର୍ବଦା ଦେଶ ବାହାରକୁ ଭ୍ୟାକେସନରେ ଯାଇଥାନ୍ତି । ନିକଟରେ ସେ ନୂଆବର୍ଷ ପାଳନ ପାଇଁ ପରିବାର ସହ ଜାପାନ ଯାଇଥିଲେ । ଜାପାନରେ ଭୂମିକମ୍ପର କିଛି ଘଣ୍ଟା ମଧ୍ୟରେ ସେ ଭାରତ ଫେରିଛନ୍ତି । ତେବେ ନିଜ ଦେଶକୁ ଫେରିବା ପରେ ଅଭିନେତା ଜାପାନ ସ୍ଥିତି ଜାଣି ଚିନ୍ତାପ୍ରକଟ କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି, 'ଜାପାନରୁ ମୁଁ ଆଜି ଘରକୁ ଫେରିଛି ଏବଂ ସେଠାରେ ହୋଇଥିବା ଭୂମିକମ୍ପ ମୋତେ ଆଶ୍ଚର୍ଯ୍ୟ କରିଛି । ପୂର୍ବ ସପ୍ତାହ ମୁଁ ସେଠାରେ ଥିଲି । ବର୍ତ୍ତମାନ ମୁଁ ଭାରତ ଫେରିଛି । ସମସ୍ତ ପ୍ରଭାବିତ ଲୋକଙ୍କ ପାଇଁ ମୁଁ ଦୁଃଖିତ । ଯେଉଁ ଲୋକ ଭୂକମ୍ପରୁ ବଞ୍ଚିବାରେ ସକ୍ଷମ ହୋଇଛନ୍ତି ସେମାନଙ୍କ ପାଇଁ ମୁଁ ଖୁସି । ମୁଁ ଆଶା କରୁଛି ଜାପାନରେ ସବୁକିଛି ଶୀଘ୍ର ଠିକ ହୋଇଯିବ । ମଜବୁତ ରୁହ, ଜାପାନ ।''

ସୂଚନା ଥାଉକି, ଜାନୁଆରୀ ୧ରେ ଅଭିନେତା ନିଜ ପତ୍ନୀ ଏବଂ ପିଲାମାନଙ୍କ ସହ ହାଇଦ୍ରାବାଦ ଏୟାରପୋର୍ଟରେ ସ୍ପଟ ହୋଇଥିଲେ । ସେ ଜାପାନରୁ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଳନ ପାଇଁ ଯାଇଥିବା ବେଳେ ବର୍ତ୍ତମାନ ସେ ଭ୍ୟାକସନ ସାରି ଭାରତ ଫେରିଛନ୍ତି । ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଜୁନିଅର ଏନଟିଆରଙ୍କୁ ଆଗାମୀ ଫିଲ୍ମ 'ଦେବରା'ରେ ଦେଖିବାକୁ ମିଳିବ । ଗତକାଲି ଅର୍ଥାତ୍ ଜାନୁଆରୀ ୧ରେ ନିର୍ମାତା ଫିଲ୍ମର ନୂଆ ପୋଷ୍ଟର ରିଲିଜ କରି ଫିଲ୍ମର ପ୍ରଥମ ଝଲକ ଜାନୁଆରୀ ୮ରେ ଆସିବା ନେଇ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ନୂଆବର୍ଷରେ ଫ୍ୟାନ୍ସଙ୍କୁ ଜୁନିଅର ଏନଟିଆରଙ୍କ ଭେଟି, ଏହିଦିନ ଦେଖାଇବେ ଫିଲ୍ମର ପ୍ରଥମ ଝଲକ

ନିର୍ଦ୍ଦେଶକ କୋର୍ଟଲା ଶିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ପୂର୍ବରୁ ଏହି ଫିଲ୍ମର ନାଁ NTR 30 ଥିଲା । ପରେ ଏହାର ନାଁ ଘୋଷଣା କରିଥିଲେ ନିର୍ମାତା । ଫିଲ୍ମର ନାଁ ପରବର୍ତ୍ତୀ ସମୟରେ 'ଦେବରା' ଘୋଷଣା କରିଥିଲେ । ଏହି ଫିଲ୍ମରେ ଏନଟିଆରଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର, ଅଭିନେତା ସୈଫ ଅଲି ଖାନ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ସହ ଉଭୟ ସୈଫ ଏବଂ ଜାହ୍ନବୀ ଟଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ବେଳେ ପ୍ରଥମ ଥର ପାଇଁ Jr. ଏନଟିଆରଙ୍କ ସ୍କ୍ରିନ୍‌ ସେୟାର କରିବେ ।

ABOUT THE AUTHOR

...view details