ଓଡିଶା

odisha

ETV Bharat / entertainment

Oscar Panel: ସଦସ୍ୟ ହେବେ କରଣ ଜୋହର, ରାମ ଚରଣ, Jr NTR ସମେତ ଏହି ତାରକା - ଜୁନିଅର ଏନଟିଆର

ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ 398 ସଦସ୍ୟଙ୍କ ଏକ ନୂତନ ତାଲିକା ଘୋଷଣା କରିଛି । ଯେଉଁଥିରେ ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର RRR ତାରକା ଜୁନିଅର ଏନଟିଆର, ରାମ ଚରଣ ଏବଂ କରଣ ଜୋହର ଭଳି ତାରକାଙ୍କ ନାଁ ସାମିଲ ହୋଇଛି । ଅଧିକ ପଢନ୍ତୁ

ଓସ୍କାର ପ୍ୟାନେଲର ସଦସ୍ୟ ହେବେ କରଣ ଜୋହର, ରାମ ଚରଣ, Jr NTR ସମେତ ଏହି ତାରକା
ଓସ୍କାର ପ୍ୟାନେଲର ସଦସ୍ୟ ହେବେ କରଣ ଜୋହର, ରାମ ଚରଣ, Jr NTR ସମେତ ଏହି ତାରକା

By

Published : Jun 29, 2023, 1:32 PM IST

ହାଇଦ୍ରାବାଦ:ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ 398 ସଦସ୍ୟଙ୍କ ଏକ ନୂତନ ତାଲିକା ଘୋଷଣା କରିଛି । RRR ଫେମ Jr NTR, ରାମ ଚରଣ, ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନମଙ୍କୁ ଏକାଡେମୀ ସଦସ୍ୟ ହେବାକୁ ଆମନ୍ତ୍ରଣ କରିଛି । ସେହିପରି ନିର୍ମାତା ବର୍ଗରେ କରଣ ଜୋହରଙ୍କୁ ନିମନ୍ତ୍ରଣ ମିଳିଥିବାବେଳେ ଆରଆରଆର ଗୀତ ରଚନା ଏମଏମ କିରାଭାନି ଏବଂ ଗୀତିକାର ଚନ୍ଦ୍ରାବୋଜ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ଚଳିତ ବର୍ଷର ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଡକ୍ୟୁମେଣ୍ଟାରୀ ''All That Breathes'' ଚଳଚ୍ଚିତ୍ର ନିର୍ମାତା ଶୋନକ୍ ଏବଂ ଏସ୍ ରାଜାମୌଲିଙ୍କ ଆରଆରଆରରେ ସିନେମାଟୋଗ୍ରାଫର ଭାବରେ କାର୍ଯ୍ୟ କରୁଥିବା କେ.କେ ସେନ୍ତିଲ କୁମାର ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି ।

ଭାରତରୁ ଓସ୍କାର ଏକାଡେମୀରେ କିଏ ଅନ୍ତର୍ଭୁକ୍ତ?

ଅଭିନେତା ବର୍ଗରେ ରାମ ଚରଣ ଏବଂ ଜୁନିଅର ଏନଟିଆର

ସଂଗୀତ ବର୍ଗରେ ନାଟୁ-ନାଟୁ ରଚନା ଏମ.ଏମ କିରାଭାନି

ପ୍ରଡକ୍ସନ୍ ଡିଜାଇନ୍ ବର୍ଗରେ ସାବୁ ସିରିଲ୍

ନିର୍ଦ୍ଦେଶକ ବର୍ଗରେ ମଣି ରତ୍ନାମ ଏବଂ ଚୈତନ୍ୟ ତମନ୍ୟେ

ଡକ୍ୟୁମେଣ୍ଟାରୀ ବର୍ଗରେ ଶୋନାକ୍ ସେନ୍

ନିର୍ମାତା ବର୍ଗରେ କରଣ ଜୋହର ଏବଂ ସିଦ୍ଧାର୍ଥ ରୟ କପୁର

VFX ବର୍ଗରେ ହରେଶ ହିଙ୍ଗୋରାନି ଏବଂ ପିସି ସନଥ

ପ୍ରଡକ୍ସନ ଏବଂ ଟେକ୍ନୋଲୋଜି ବର୍ଗରେ କ୍ରାନ୍ତି ଶର୍ମା

ତେବେ ଏନେଇ ଏକାଡେମୀର ସିଇଓ ବିଲ୍ କ୍ରେମର ଏବଂ ଏକାଡେମୀ ଅଧ୍ୟକ୍ଷ ଜେନେତ ୟାଙ୍ଗ କହିଛନ୍ତି, “ଏହି କଳାକାରମାନଙ୍କୁ ଏକାଡେମୀ ଏହାର ସଦସ୍ୟତା ଭାବେ ସ୍ୱାଗତ କରି ଗର୍ବିତ । ଏମାନେ ସିନେମାଟିକ୍ ଶାସ୍ତ୍ର ଗୁଡ଼ିକରେ ଅସାଧାରଣ ବିଶ୍ୱ ପ୍ରତିଭାର ପ୍ରତିନିଧିତ୍ୱ କରନ୍ତି ଏବଂ ଏମାନେ ମୋଶନ ପିକ୍ଚରର କଳା ଏବଂ ବିଜ୍ଞାନ ସାରା ବିଶ୍ୱର ଚଳଚ୍ଚିତ୍ର ପ୍ରଶଂସକଙ୍କ ଉପରେ ଏକ ମହତ୍ ପ୍ରଭାବ ପକାଇଛନ୍ତି । ଏକାଡେମୀ ଘୋଷଣା କରିଥିବା 398 ସଦସ୍ୟଙ୍କ ମଧ୍ୟରେ ଟେଲର ସ୍ବିଫ୍ଟ, ଅସ୍ଟିନ ବଟଲରଙ୍କ ଭଳି ହଲିଉଡ ତାରକାଙ୍କ ନାଁ ମଧ୍ୟ ସାମିଲ ଅଛି ।

ଏହା ମଧ୍ୟ ପଢନ୍ତୁ: ଓସ୍କାର 2024 ପୁରସ୍କାର ତାରିଖ ଘୋଷଣା, ଜାଣନ୍ତୁ କେବେ ?

ସୂଚନା ଥାଉ କି, ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ୍ ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆରଆରଆର'ର କ୍ରେଜ ଏବେ ବି ସାରା ବିଶ୍ୱରେ ଦେଖିବାକୁ ମିଳୁଛି । ଜୁନିଅର ଏନଟିଆର ଏବଂ ରାମ ଚରଣ ଯୋଡିଙ୍କ ଅଭିନୟ ବେଶ ଲୋକପ୍ରିୟତା ହାସଲ କରିଛି । ତେବେ ଫିଲ୍ମର ପୁରା ଟିମର କଠିନ ପରିଶ୍ରମ ଯୋଗୁଁ ଏହି ଚଳଚ୍ଚିତ୍ରଟି ଓସ୍କାର ପୁରସ୍କାର (2023) ମଧ୍ୟ ପାଇଥିଲା । 'RRR' ଚଳଚ୍ଚିତ୍ରର ବ୍ଲକବଷ୍ଟର ଗୀତ 'ନାଟୁ-ନାଟୁ' ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ଓସ୍କାର ପୁରସ୍କାର (2023) ଜିତିଥିଲା ​। ଏହା ସହିତ ଫିଲ୍ମ 'RRR' ପାଞ୍ଚରୁ ଅଧିକ ବର୍ଗରେ ଅନେକ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଲାଭ କରିଛି ।

ABOUT THE AUTHOR

...view details