ଓଡିଶା

odisha

ETV Bharat / entertainment

କାର୍ଯ୍ୟକାରୀ ହେଉ ଅଶ୍ଳୀଳ ନୃତ୍ୟ ପରିବେଷଣ ଓ ଦ୍ବିଅର୍ଥବୋଧକ ସଂଳାପ ଉପରେ ଲାଗିଥିବା କଟକଣା: ରାନୀ ପ୍ରିୟଦର୍ଶିନୀ

ଅଶ୍ଳୀଳ ନୃତ୍ୟ ପରିବେଷଣ ଓ ଦ୍ବିଅର୍ଥବୋଧକ ସଂଳାପ ଉପରେ ଲାଗିଥିବା କଟକଣା ନେଇ କଣ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା କଳାକାର ରାନୀ ପ୍ରିୟଦର୍ଶିନୀ । ଜାଣନ୍ତୁ

By

Published : Mar 8, 2023, 9:26 AM IST

ଅଶ୍ଳୀଳ ନୃତ୍ୟ ପରିବେଷଣ କଟକଣା ନେଇ ରାନୀ ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା
ଅଶ୍ଳୀଳ ନୃତ୍ୟ ପରିବେଷଣ କଟକଣା ନେଇ ରାନୀ ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା

ଅଶ୍ଳୀଳ ନୃତ୍ୟ ପରିବେଷଣ ନେଇ ପ୍ରତିକ୍ରିୟା ରଖିଲେ ରାନୀ ପ୍ରିୟଦର୍ଶିନୀ

ଭୁବନେଶ୍ବର: ଅଶ୍ଳୀଳ ନୃତ୍ୟ ପରିବେଷଣ ଓ ଦ୍ବିଅର୍ଥବୋଧକ ସଂଳାପ ଉପରେ ଲାଗିଥିବା କଟକଣା ନେଇ ପ୍ରତିକ୍ରିୟା ରଖିଲେ ଯାତ୍ରା କଳାକାର ଓ ଯାତ୍ରା ମାଲିକ । ଯାତ୍ରା କଳାକାର ରାନୀ ପ୍ରିୟଦର୍ଶିନୀ କହିଛନ୍ତି ୟେ, ଅଶ୍ଳୀଳ ନୃତ୍ୟ ପରିବେଷଣ ଓ ଦ୍ବିଅର୍ଥବୋଧକ ସଂଳାପ ଉପରେ ଯେଉଁ ରୋକ ଲାଗିଛି ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାକୁ ଚିଠି କରି ସରକାର ଚୁପ ରହିଗଲେ ହେବନି କି କାଗଜ କଲମରେ ରଖିଦେଲେ ହେବନି ଏନେଇ କାର୍ଯ୍ୟାନୁଷ୍ଠାନ ହେବ ଦରକାର ବୋଲି କହି ପୋଲିସ, ପ୍ରଶାସନକୁ ର୍ଟାଗେଟ କରିଛନ୍ତି ରାନୀ ।

ସେ ଆହୁରି କହିଛନ୍ତି, "ଯେତେବେଳେ ଖଣ୍ଡଗିରି ଯାତ୍ରାରେ ଅଶାଳୀନ ନୃତ୍ୟକୁ ବିରୋଧ କରାଯାଇଥିଲା ସେତେବେଳେ ଏହା ଧୂଆଁବାଣ ହୋଇଯାଇଥିଲା । କେହିବି ବିଏମ୍ସି ବା ସରକାରଙ୍କ ମାର୍ଗଦର୍ଶିକାକୁ ମାନିନଥିଲେ । ମନଇଚ୍ଛା ଯାତ୍ରା ପରିବେଷଣ ହୋଇଥିଲା । ଖାଲି ଅଶାଳୀନ ନୃତ୍ୟ ନୁହେଁ ଅଶ୍ଲୀଳ ସଂଳାପ ମଧ୍ୟ କରାଯାଉଥିଲା । ପୋଲିସ ପ୍ରଶାସନ ସମସ୍ତଙ୍କର ତାଗିଦ ଓ ସଜାଗ ପରେ ବି ଆୟୋଜକମାନଙ୍କ ସହମତି କ୍ରମେ କିଛି ଯାତ୍ରା ପାର୍ଟିରେ ପାଞ୍ଚ ଦିନ ଧରି ଅଶାଳୀନ ନୃତ୍ୟ ସହ ସଂଳାପ ପ୍ରୟୋଗ କରାଯାଇଥିଲା । ଲୋକେ ତାକୁ ଦେଖିଲେ ଆଉ ବିରୋଧ କଲେ କିନ୍ତୁ ଫଳ ଶୂନ ରହିଥିଲା ।"

ଅଶ୍ଳୀଳ ନୃତ୍ୟକୁ ନେଇ ଆୟୋଜକ, ପୋଲିସ ଆଉ ପ୍ରଶାସନ ସମସ୍ତେ ସବୁ ଜାଣି ବି ଚୁପ ରହିଲେ । ସେତେବେଳେ କାହାକୁ କିଛି କୁହାଗଲାନି କି କୌଣସି ଗାଇଡଲାଇନ ଆସିଲାନି । ଏବେ ସବୁ ସରିଲା ପରେ ମାର୍ଗଦର୍ଶିକା ଆସିଲା । ତେବେ ଦେଖାଯାଉ ଏହା କେତେ ପ୍ରତିପାଳନ ହେଉଛି ବୋଲି ରାନୀ ପ୍ରିୟଦର୍ଶିନୀ ସାହୁ କହିଛନ୍ତି । ସେହିପରି ଏନେଇ ଯାତ୍ରା ମାଲିକ ସତ୍ୟ ଜେନା କହିଛନ୍ତି ଏଭଳି ପଦକ୍ଷେପକୁ ମୁ ସାଧୁବାଦ ଜଣାଉଛି । ଏହା ବହୁତ ଆଗରୁ ହେବାର ଥିଲା କାରଣ ଏଭଳି ଆଚରଣ ଓ ଉଚ୍ଚାରଣ ପାଇଁ ମାଲିକ ମାନେ ବହୁତ କ୍ଷତି ସହୁଛନ୍ତି । ଏଣୁ ଲୋକଙ୍କ ଜୀବନ ପ୍ରତି ବିପଦ ସହ ଆମର ଯେଉଁ କ୍ଷତି ହେଉଛି ତାହା ବଞ୍ଚିଯିବ । ଆଉ ଆମ କଳା ସଂକୃତି ଓ ପରମ୍ପରା ଅକ୍ଷୁର୍ଣ୍ଣ ରହିବ ବୋଲି କହିଛନ୍ତି ।


ସୂଚନା ଅନୁସାରେ, ଗତକାଲି ରାଜ୍ୟ ସରକାର ଯାତ୍ରା ଓ ମେଲୋଡି ମଞ୍ଚରେ ଅଶ୍ଳୀଳ ଓ ଦ୍ଵିଅର୍ଥବୋଧକ ପ୍ରଦର୍ଶନ ଉପରେ କଟକଣା ଲାଗୁ କରିଛନ୍ତି । ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ବିଭାଗୀୟ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ, ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବ୍ୟତିକ୍ରମ ହେଲେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏଥିରେ ଦର୍ଶାଯାଇଛି ଦର୍ଶାଯାଇଛି ଯେ, ଯାତ୍ରା ଓ ମେଲୋଡି ଆମ ଓଡ଼ିଶାରେ ମନୋରଞ୍ଜନର ଏକ ମାଧ୍ୟମ । ଯେଉଁଥିରେ ବର୍ତ୍ତମାନ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ବିଅର୍ଥବୋଧକ ସଂଳାପ ଓ ଅଭିନୟ ପ୍ରଦର୍ଶନ କରାଯାଉଛି । ଫଳରେ ପରିବାର ସହ ନାଟକ ଦେଖିବା ଅସମ୍ଭବ ହୋଇପଡୁଥିବା ବେଳେ ଯୁବକ ଯୁବତୀ ମଧ୍ୟ ବିପଥଗାମୀ ହେଉଛନ୍ତି । ଏହାଦ୍ୱାରା ଓଡ଼ିଶାର ଗୌରବମୟ ଇତିହାସ ପରମ୍ପରା ଓ ସଂସ୍କୃତିକୁ କ୍ଷୁର୍ଣ୍ଣ ହେଉଛି । ଯାହାକି ଅତ୍ୟନ୍ତ ଲଜ୍ଜାଜନକ । ତେଣୁ ଯାତ୍ରା ଓ ମେଲୋଡି ମଞ୍ଚରେ ଏ ପ୍ରକାର ଅଶ୍ଳୀଳ ନୃତ୍ୟକୁ ତୁରନ୍ତ ବନ୍ଦ କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି ।

ABOUT THE AUTHOR

...view details