ଓଡିଶା

odisha

ETV Bharat / entertainment

Jiah Khan suicide case: ନିରାଶ ପରିବାର, ପୁନଃ ତଦନ୍ତ ପିଟିସନ ଖାରଜ କଲେ କୋର୍ଟ - ପୁନଃ ତଦନ୍ତ ନେଇ ହୋଇଥିବା ପିଟିସନ ଖାରଜ

ଅଭିନେତ୍ରୀ ଜିଆ ଖାନଙ୍କ ମୃତ୍ୟୁ ମାମଲାରେ ନୂଆ ତଦନ୍ତ ପାଇଁ ତାଙ୍କ ମାଆ ରାବିୟା ଖାନ କରିଥିବା ଏକ ଆବେଦନ ପିଟିସନକୁ ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ । ଅଧିକ ପଢନ୍ତୁ

Jiah Khan suicide case
Jiah Khan suicide case

By

Published : Sep 14, 2022, 9:20 AM IST

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ଜିଆ ଖାନଙ୍କ ମୃତ୍ୟୁ ମାମଲାରେ ତାଙ୍କ ପରିବାରକୁ ନିରାଶ ହେବାକୁ ପଡିଛି । ଜିଆ ଖାନଙ୍କ ମୃତ୍ୟୁ ମାମଲାରେ ନୂଆ ତଦନ୍ତ ପାଇଁ ତାଙ୍କ ମାଆ ରାବିୟା ଖାନ କରିଥିବା ଏକ ଆବେଦନ ପିଟିସନକୁ ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ । ପିଟିସନର ଶୁଣାଣି କରି ଗଠିତ ଖଣ୍ଡପୀଠ କହିଛନ୍ତି ଘଟଣାର ତଦନ୍ତ ବ୍ୟବସ୍ଥା ଉପରେ ଭରସା ରହିଛି ତେଣୁ ନୂଆ ତଦନ୍ତର ଆବଶ୍ୟକତା ନଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

2013 ଜୁନ 3 ତାରିଖରେ ମୁମ୍ବାଇ ସ୍ଥିତ ତାଙ୍କ ପ୍ଳାଟରୁ ଜିଆ ଖାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲା ମାତ୍ର ତାଙ୍କ ପରିବାର ଏହାକୁ ଗ୍ରହଣ କରିନଥିଲେ । ତାଙ୍କ ଝିଅକୁ ହତ୍ୟା କରାଯାଇଥିବା କହିଥିଲେ । ଜିଆଙ୍କ ପୁରୁଷ ବନ୍ଧୁ ସୁରଜ ପାଞ୍ଚୋଲି ତାଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଅଭିଯୋଗ କରିଥିଲେ ଜିଆଙ୍କ ମାଆ ରାବିୟା ଖାନ । ଝିଅ ମୃତ୍ୟୁ ପଛରେ ସୁରଜ ପାଞ୍ଚୋଲି ହାତ ଥିବା କହିଥିଲେ ମାଆ । ମାମଲା ରି-ଓପନ କରିବାକୁ କିଛି ଦିନ ତଳେ ବମ୍ବେ ହାଇକୋର୍ଟରେ ଏକ ଯାଚିକା ଦାୟର କରିଥିଲେ । ଘଟଣାର ତଦନ୍ତ ସଠିକ ଭାବରେ ହୋଇନାହିଁ । ସିବିଆଇ ତଦନ୍ତ ପ୍ରକ୍ରିୟାରେ ଭୁଲ ଦର୍ଶାଇ ପୁନଃ ତଦନ୍ତ ପାଇଁ ପିଟିସନ କରିଥିଲେ ଜିଆଙ୍କ ମାଆ ମାତ୍ର ବମ୍ବେ ହାଇକୋର୍ଟ ରବିୟା ଖାନଙ୍କ ପିଟିସନକୁ ଖାରଜ କରିଛନ୍ତି ।

ସ୍ବତନ୍ତ୍ର ଯାଞ୍ଚ ଦାବି କରିଥିଲେ ରବିୟା

ମାମଲାର ନୂତନ ଅନୁସନ୍ଧାନ ଦାୟିତ୍ବ ସ୍ବତନ୍ତ୍ର ଏଜେନ୍ସିକୁ ଦିଆଯିବା ଉଚିତ ଏବଂ ଏଥିରେ ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିକେସନ୍ ବ୍ୟୁରୋ (ଏଫବିଆଇ)ର ସହାୟତା ନିଆଯିବା ଉଚିତ ବୋଲି ଆବେଦନ କରିଥିଲେ ରାବିୟା ଖାନ । ରାବିୟାଙ୍କ ଓକିଲ ଶେଖର ଜଗତାପ ଏବଂ ସାରୁଚିତା ଚୌଧୁରୀ ଯୁକ୍ତି ବାଢିଥିଲେ କି ମାମଲା ପ୍ରାରମ୍ଭରେ ମୁମ୍ବାଇ ପୋଲିସର ତଦନ୍ତରେ କିଛି ତ୍ରୁଟି ରହିଛି । 2014ରେ ଜିଆ ଖାନଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ହୋଇଥିଲା । ରବିୟାଙ୍କ ଓକିଲଙ୍କ ମୁତାବିକ ସିବିଆଇ ମଧ୍ୟ ତଦନ୍ତରେ ତ୍ରୁଟି କରିଛି । ତେଣୁ ଏହି ମାମଲାରେ ସ୍ବତନ୍ତ୍ର ତଦନ୍ତ ନେଇ ଆବେଦନ ହୋଇଥିଲା ।

ଏହା ବି ପଢନ୍ତୁ...Emergencyରେ ସାଉଥ୍‌ ଅଭିନେତାଙ୍କ ଏଣ୍ଟ୍ରି, ସଞ୍ଜୟ ଗାନ୍ଧୀଙ୍କ ଭୂମିକାରେ ଆସିବେ ନଜର

ଏହା କହି ପିଟିସନ ଖାରଜ କଲେ କୋର୍ଟ

ବିଚାରପତି ଏଏସ ଗଡକରୀ ଏବଂ ଏସ ଏମ ରାଘବ ରାବିୟା ଖାନଙ୍କ ଯାଚିକାର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି । ସିବିଆଇ ତଦନ୍ତ ଉପରେ ବିଶ୍ବାସ ଅଛି । ତେଣୁ ମାମଲାର ପୁନଃ ତଦନ୍ତ ଆବଶ୍ୟକତା ନାହିଁ କହି ଯାଚିକା ଖାରଜ କରିଛନ୍ତି କୋର୍ଟ । ସେହିପରି ସିବିଆଇ ପକ୍ଷରୁ ଓକିଲ ସନ୍ଦେଶ ପାଟିଲ କହିଛନ୍ତି ଏଜେନ୍ସି ଏ ମାମଲାର ନିରପକ୍ଷ ତଦନ୍ତ କରିଛି ।

ABOUT THE AUTHOR

...view details