ହାଇଦ୍ରାବାଦ:ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ଫିଲ୍ମ 'ଝୁଣ୍ଡ' OTT ରେ ରିଲିଜ କରିବାକୁ ସୁପ୍ରିମକୋର୍ଟରୁ ସବୁଜ ସଙ୍କେତ ମିଳିଯାଇଛି। ତେଲେଙ୍ଗାନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି । ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ 4ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ବର୍ତ୍ତମାନ OTT ପ୍ଲାଟଫର୍ମ Zee5 ରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଅଛି ।
ଝୁଣ୍ଡର ନିର୍ମାତାଙ୍କ ବିରୋଧରେ କପିରାଇଟ୍ ଅଭିଯୋଗ ଆସିଥିଲା, ଯାହା ପରେ ତେଲେଙ୍ଗାନା ହାଇକୋର୍ଟ ଫିଲ୍ମର ରିଲିଜ୍ ସ୍ଥଗିତ ରଖିଥିଲେ ଏବଂ ପରବର୍ତ୍ତୀ ଶୁଣାଣି ତାରିଖ ଭାବରେ ଜୁନ୍ 9କୁ ସ୍ଥିର କରିଥିଲେ । ଏହା ପରେ ଫିଲ୍ମର ନିର୍ମାତାମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ବର୍ତ୍ତମାନ ସୁପ୍ରିମକୋର୍ଟ ତେଲେଙ୍ଗାନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ।
ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ବିଜୟ ବରସେଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି, ଯିଏ ବସ୍ତିରେ ରହୁଥିବା ପିଲାମାନଙ୍କୁ ଏକ ଫୁଟବଲ ଟିମ ଗଠନ ପାଇଁ ପ୍ରେରଣା ଦେଇଛନ୍ତି । ବିଜୟ ଜଣେ ଅବସରପ୍ରାପ୍ତ ପ୍ରଫେସର, ଯିଏକି ବସ୍ତିର ପିଲାଙ୍କୁ ବର୍ଷାରେ ଡ୍ରମ୍ ସହିତ ଫୁଟବଲ୍ ଖେଳୁଥିବା ଦେଖି ଭାବନ୍ତି ଯେ ଯଦି ସେମାନେ ସଠିକ୍ ତାଲିମ ପାଆନ୍ତି, ତେବେ ସେମାନେ ମହାନ ଖେଳାଳି ହୋଇପାରିବେ । ଫିଲ୍ମର କାହାଣୀ ଏହା ଉପରେ ଆଧାରିତ ।