ୱାଶିଂଟନ: 'ଆଭେଞ୍ଜର୍ସ' ଷ୍ଟାର ଜେରେମି ରେନର୍ (Jeremy Renner) ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ଅଭିନେତା ଗୁରୁତର ଆହତ ହୋଇଥିଲେ, ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଏଭଳି ସ୍ଥିତିରେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ କୋଟି କୋଟି ପ୍ରଶଂସକ ପ୍ରାର୍ଥନା କରୁଛନ୍ତି । ଏହି ସମୟରେ, ଅଭିନେତା ନିଜର ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହାକୁ ଦେଖିବା ପରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଆଶ୍ବସ୍ତି ମିଳିଛି ।
ନିକଟରେ ଏହି ଅଭିନେତା ତୁଷାରପାତର ଶିକାର ହୋଇଥିଲେ (ବରଫ ହଟାଇବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ), ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ । ଏହି ସମୟରେ, ଜେରେମି ବୁଧବାର ଇନଷ୍ଟାଗ୍ରାମରେ ଡାକ୍ତରଖାନାରୁ ଏକ ଫଟୋ ସେୟାର କରିଛନ୍ତି । ତାଙ୍କ ପୋଷ୍ଟ ମାଧ୍ୟମରେ ସେ ପ୍ରଶଂସକମାନଙ୍କୁ ଅସ୍ତ୍ରୋପଚାର ପରେ ତାଙ୍କ ଅବସ୍ଥା ବିଷୟରେ ଅବଗତ କରାଇଥିଲେ। ଫଟୋରେ ଜେରେମି ଡାକ୍ତରଖାନା ଶଯ୍ୟା ଉପରେ ଶୋଇଥିବାର ନଜର ଆସିଛନ୍ତି । ତାଙ୍କ ମୁହଁରେ ଆଘାତ ଚିହ୍ନ ମଧ୍ୟ ଦେଖାଯାଉଛି । ଫଟୋ ସେୟାର କରି ସେ ଲେଖିଛନ୍ତି, ପ୍ରାର୍ଥନା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ । ମୁଁ ବର୍ତ୍ତମାନ ଅଧିକ ଟାଇପ୍ କରିପାରୁନାହିଁ, କିନ୍ତୁ ମୁଁ ଆପଣ ସମସ୍ତଙ୍କୁ ମୋର ଭଲପାଇବା ପଠାଉଛି।
ଜେରେମିଙ୍କର ହେଲା ସର୍ଜରୀ
ଉଲ୍ଲେଖନୀୟ ଯେ, ଦୁର୍ଘଟମାରେ ଜେରେମିଙ୍କ ଗଭୀର ଆଘାତ ଲାଗିଛି । ଏଥି ସହିତ ଜେରେମିଙ୍କ ମୁଖପାତ୍ର କହିଛନ୍ତି ଯେ ସୋମବାର ରେନରଙ୍କ ଅସ୍ତ୍ରୋପଚାର ହୋଇଛି ଏବଂ ଅଭିନେତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ତଥାପି ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।