ହାଇଦ୍ରାବାଦ: ବଲିଉଡରେ ଗୁଡି ନାମରେ ଜଣାଶୁଣା ଅଭିନେତ୍ରୀ ଜୟା ବଚ୍ଚନଙ୍କ ଆଜି ଜନ୍ମଦିନ । ୭୫ ବର୍ଷରେ ପାଦ ଥାପିଛନ୍ତି ବଲିଉଡ ଷ୍ଟାର ବିଗ ବିଙ୍କ ଧର୍ମପତ୍ନୀ ଜୟା ବଚ୍ଚନ । 9 ଏପ୍ରିଲ 1948ରେ ବଙ୍ଗୀୟ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ତରୁଣ କୁମାର ଭାଦୁଡୀ ଏକାଧାରରେ ଜଣେ ସାମ୍ବାଦିକ ଲେଖକ ଏବଂ କବି ଥିଲେ ।
Happy Birthday Jaya Bachchan ଜୟା ବଚ୍ଚନ ଫିଲ୍ମ କ୍ୟାରିୟରରେ ଅନେକ ପ୍ରଶଂସା ସାଉଟିଛନ୍ତି । ସେ ହିନ୍ଦୀ ସହ ଅନେକ ବଙ୍ଗାଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ଅଭିନୟ କ୍ୟାରିୟର ପରେ ସେ ରାଜନୀତିରେ ପାଦ ଦେଇଥିଲେ । ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ନାତୁଣି ନଭ୍ୟା ନାଭେଲି ନନ୍ଦା ଶୁଭେଚ୍ଛା ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: Bholaa Box Office Collection: ଜାଣନ୍ତୁ, 8ମ ଦିନରେ ଅଜୟ ଦେବଗନଙ୍କ ଫିଲ୍ମ କେତେ ରୋଜଗାର କରିଛି ?
Happy Birthday Jaya Bachchan ଆଈର ପୁରୁଣା ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଲେ ନାଭ୍ୟା: ଜୟା ବଚ୍ଚନଙ୍କ ଝିଅ ହେଉଛନ୍ତି ଶ୍ବେତା ବଚ୍ଚନ । ଶ୍ବେତା ବଚ୍ଚନଙ୍କ ଝିଅ ନଭ୍ୟା ନାଭେଲି ନନ୍ଦା ଇନଷ୍ଟାଗ୍ରାମରେ ଆଇ ଜୟାବଚ୍ଚନଙ୍କ ଏକ ପୁରୁଣା ଫଟୋ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି । ଉକ୍ତ ଫଟୋଟି ଜୟାଙ୍କର ଶୋର ଫିଲ୍ମର ଫଟୋ ଅଟେ । ଯାହାକି ୧୯୭୨ ମସିହାରେ ରିଲିଜ ହୋଇଥିଲା ଏବଂ ଏଥିରେ ଜୟା ଏବଂ ମନୋଜ କୁମାର ଏକାଠି ନଜର ଆସିଥିଲେ । ନଭ୍ୟା ସେୟାର କରିଥିବା ଫଟୋରେ ଜୟା ଶାଢି ସହ ଏକ କଳା ଚଷମା ଏବଂ ଏକ ଟୋପି ପିନ୍ଧିଛନ୍ତି । ଫଟୋକୁ ସେୟାର କରି ନଭ୍ୟା ଲେଖିଛନ୍ତି, "ହାପି ବାର୍ଥ ଡେ ନାନି ।" ଏହାସହ ଏକ ଲାଲ ରଙ୍ଗର ହାର୍ଟ ଇମୋଜି ଦେଇଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି, " ସେ ଆମ ଘରର ପାଓ୍ବାର ହାଉସ, ଯିଏକି ଆମ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି । ଆଇ ଲଭ ୟୁ ନାନି ।"
ଜୟାଙ୍କର ଅତି ଗେହ୍ଲା ନଭ୍ୟା: ନଭ୍ୟା ପ୍ରାୟ ସମୟରେ ଆଈ ଜୟା ସହ ନଜର ଆସିଥାନ୍ତି । ସୋସିଆଲ ମିଡିଆରେ ତାଙ୍କ ସହ ଅନେକ ଫଟୋ ଭିଡିଓ ସେୟାର କରିଛନ୍ତି । ଗତ କିଛି ଦିନ ତଳେ ନାତୁଣୀ ନଭ୍ୟା ନଭେଲି ନନ୍ଦାଙ୍କର 'ବିନା ବିବାହରେ ସନ୍ତାନ' ହେଲେ ମଧ୍ୟ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ଜୟା ବଚ୍ଚନ କହିଥିଲେ । ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା ।
ଜୟା ବଚ୍ଚନ ନାତୁଣୀ ନଭ୍ୟା ନଭେଲି ନନ୍ଦାଙ୍କ ସହିତ ତାଙ୍କ ପୋଡକାଷ୍ଟ What The Hell Navya ଉପରେ କଥାବାର୍ତ୍ତା କରିବା ସହ ବୋଲ୍ଡ ରିଲେସନସିପ୍ ଆଡଭାଇସ୍ ଦେଇଥିଲେ । ଜୟା ବଚ୍ଚନ କହିଥିଲେ, "କୌଣସି ସମ୍ପର୍କକୁ ଦୀର୍ଘ ଦିନ ଧରି ରଖିବା ପାଇଁ ହେଲେ ଶାରୀରିକ ଆକର୍ଷଣ ଅତ୍ୟନ୍ତ ଜରୁରୀ ଅଟେ । ବିନା ବିବାହରେ ସନ୍ତାନ ହେଲେ ମଧ୍ୟ ମୋର କୌଣସି ଅସୁବିଧା ନାହିଁ ।"
ମହାନଗର ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିଲେ ଜୟା: ୧୫ ବର୍ଷ ବୟସରୁ ହିଁ ଅଭିନୟ ଦୁନିଆରେ ପାଦ ଦେଇଥିଲେ ଜୟା ବଚ୍ଚନ । ସେ ପ୍ରଥମେ ମହାନଗର ନାମକ ଏକ ବଙ୍ଗାଳୀ ଫିଲ୍ମରେ ଅଭିନୟ କରିଥିଲେ । ଏହାପରେ ସେ ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି । ଜବାନୀ ଦିଓ୍ବାନୀ, ଉପହାର, ଅନାମିକା, ଅଭିମାନ, ସୋଲେ ବାବର୍ଚ୍ଚି, ଚୁପକେ ଚୁପକେ ଏବଂ ଜଞ୍ଜିର ଭଳି ଅନେକ ବ୍ଲକ ବ୍ଲାଷ୍ଟର ଫିଲ୍ମରେ ଅଭିନୟ କରିଛନ୍ତି । ଏହାପରେ ସେ ନିଜ ସ୍ବାମୀ ଅମିତାଭ ବଚ୍ଚନଙ୍କ ସହ ୧୯୮୧ ମସିହାରେ ଫିଲ୍ମ ସିଲସିଲାରେ ଅଭିନୟ କରିଥିଲେ । ଏହା ପରଠାରୁ ସେ ସିନେ ଜଗତରୁ ବିରତି ନେଇଥିଲେ । ତେବେ ରକି ଏବଂ ରାନୀକି ପ୍ରେମ କାହାଣୀରେ ସେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି ।