ଓଡିଶା

odisha

ETV Bharat / entertainment

Atlee Kumar B’day: 37 ବର୍ଷରେ ପାଦ ଦେଲେ ଜବାନ ନିର୍ଦ୍ଦେଶକ, ଶୁଭେଚ୍ଛା ଜଣାଇଲେ ପତ୍ନୀ ପ୍ରିୟା - ଫିଲ୍ମ ଜବାନର ନିର୍ଦ୍ଦେଶକ ଅଟଲି

ଫିଲ୍ମ ଜବାନର ନିର୍ଦ୍ଦେଶକ ଅଟଲି ଆଜି ତାଙ୍କର 37 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ପତ୍ନୀ ପ୍ରିୟାଙ୍କ ସମେତ ଅନେକ ତାରକା ଅଟଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ଅଟଲିଙ୍କୁ ଜନ୍ମଦିନର ଶୁଭେଚ୍ଛା
ଅଟଲିଙ୍କୁ ଜନ୍ମଦିନର ଶୁଭେଚ୍ଛା

By ETV Bharat Odisha Team

Published : Sep 21, 2023, 3:05 PM IST

ହାଇଦ୍ରାବାଦ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଯୁବ ନିର୍ଦ୍ଦେଶକ ଅଟଲି କୁମାର ଆଜି (21 ସେପ୍ଟେମ୍ବର) 37 ତମ ଜନ୍ମଦିନ ପାଳନ କରୁଛନ୍ତି । ଆଜି ଜବାନ ନିର୍ଦ୍ଦେଶକଙ୍କ ପାଇଁ ଏକ ଖାସ୍‌ ଦିନ । ଜନ୍ମଦିନ ଅବସରରେ ଅଟଲିଙ୍କୁ ପ୍ରଶଂସକଙ୍କଠୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏଥିସହିତ ତାଙ୍କ ପତ୍ନୀ କୃଷ୍ଣା ପ୍ରିୟା ଅଟଲିଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ସ୍ୱାମୀ ଅଟଲି ଏବଂ ପିଲାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ପ୍ରିୟା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ନିକଟରେ ରିଲିଜ୍ ହୋଇଥିବା ଶାହାରୁଖ ଖାନ୍, ନୟନତାରା, ବିଜୟ ସେଥୁପତି ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ଜବାନ ସହ ଅଟଲି ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ 1000 କୋଟି ଟଙ୍କା ରୋଜଗାର କରିବାକୁ ଯାଉଛି । 'ଜବାନ୍' ବର୍ତ୍ତମାନ ପର୍ଯ୍ୟନ୍ତ ବକ୍ସ ଅଫିସରେ 507.88 କୋଟି ଟଙ୍କା ଆୟ କରିଛି । ଏହି ଫିଲ୍ମ 7 ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା ।

ଅଟଲିଙ୍କୁ ଜନ୍ମଦିନର ଶୁଭେଚ୍ଛା

ମୁଁ ତୁମକୁ ସବୁବେଳେ ଭଲ ଦେବି- ପ୍ରିୟା

ଜନ୍ମଦିନରେ ଷ୍ଟାର୍ ସ୍ୱାମୀ ଅଟଲିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପ୍ରିୟା ଲେଖିଛନ୍ତି, ‘‘ଏହାଠାରୁ ଅଧିକା ମୋତେ ଆଉ କ’ଣ ଦରକାର, ସବୁକିଛି ପାଇଁ ଆପଣଙ୍କୁ ଧନ୍ୟବାଦ, ମୋ ଜୀବନକୁ ସୁନ୍ଦର କରିଥିବାରୁ ଧନ୍ୟବାଦ, ମୁଁ ନିଶ୍ଚିତ ଯେ ମୀର୍‌ ଆମ ଦୁହିଁଙ୍କ ମଧ୍ୟରୁ ମୋତେ ଅଧିକ ଭଲ ପାଇବ । ସେହି ସମସ୍ତ ଜିନିଷ ପାଇଁ ଧନ୍ୟବାଦ, ଯାହା ମୋତେ ଆପଣ ଦେଇଛନ୍ତି । ମୁଁ କଥା ଦେଉଛି, ଆପଣଙ୍କୁ କେବେବି ଭଲପାଇବାରୁ ବଞ୍ଚିତ ହେବାକୁ ଦେବି ନାହିଁ, ଲଭ୍‌ ୟୁ ମାଇଁ ଅଟଲି, ମୀର୍‌ ।

ଏହା ମଧ୍ୟ ପଢନ୍ତୁ: Atlee Kumar B’day: 37 ବର୍ଷ ବୟସରେ ପାଦ ଥାପିଲେ ଅଟଲି, ସୁପରହିଟ୍‌ ଫିଲ୍ମ ନିର୍ମାଣରେ ଓସ୍ତାଦ

ଚଳଚ୍ଚିତ୍ର ଜବାନରେ ଶାହାରୁଖ ଖାନଙ୍କ ଗର୍ଲ ଗ୍ୟାଙ୍ଗରେ ନଜର ଆସିଥିବା ଅଭିନେତ୍ରୀ ଲହର ଖାନ ଅଟସିଙ୍କ ସହ ତାଙ୍କର ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି, ଶୁଭ ଜନ୍ମଦିନ ସାର୍ । ଏହି ସମୟରେ ଶାହାରୁଖ ଖାନ ଏବଂ ଗୌରୀ ଖାନଙ୍କ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିସ୍ ନିର୍ଦ୍ଦେଶକ ଅଟଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହା ଲେଖାଯାଇଛି, ପାୱାର ହାଉସ୍ ନିର୍ଦ୍ଦେଶକଙ୍କୁ ଜନ୍ମଦିନର ଶୁଭେଚ୍ଛା ।

ଉଲ୍ଲେଖନୀୟ ଯେ, ଅଟଲି ଏବଂ ଶାହାରୁଖ ଖାନ 2013ରେ ସାକ୍ଷାତ ହୋଇଥିଲେ ଏବଂ ସେବେଠାରୁ ଉଭୟ ଏକ ଚଳଚ୍ଚିତ୍ର ନିର୍ମାଣ ବିଷୟରେ ଆଲୋଚନା କରୁଥିଲେ । ଚଳଚ୍ଚିତ୍ର ଜବାନ୍ 21 ସେପ୍ଟେମ୍ବରରେ ରିଲିଜ୍ ହେବାର 15 ତମ ଦିନରେ ପ୍ରବେଶ କରିଛି ।

ABOUT THE AUTHOR

...view details