ଓଡିଶା

odisha

ଚଳିତ ବର୍ଷର ଲୋକପ୍ରିୟ ଫିଲ୍ମ ପଠାନ ଓ ଜବାନ, IMDbକୁ ନିର୍ଦ୍ଦେଶକ ଦେଲେ ଏମିତି ଧନ୍ୟବାଦ

By ETV Bharat Odisha Team

Published : Dec 6, 2023, 5:33 PM IST

IMDb Most Popular Indian Movie 2023: ସବୁଠାରୁ ଅଧିକ ଲୋକପ୍ରିୟ ଫିଲ୍ମ ପାଇଁ ପଠାନ ଏବଂ ଜବାନକୁ IMDb (ଭାରତୀୟ ଚଳଚ୍ଚିତ୍ର ଡାଟାବେସ୍) ପକ୍ଷରୁ ପୁରସ୍କାର ପାଇଛନ୍ତି । ସୋସିଆଲ ମିଡିଆରେ ଉଭୟ ଫିଲ୍ମର ନିର୍ଦ୍ଦେଶକ ଆୱାର୍ଡ ସହ ଫଟୋ ସେୟାର କରି IMDbକୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

୨୦୨୩ର ଲୋକପ୍ରିୟ ଇଣ୍ଡିଆନ ଫିଲ୍ମ ହେଲା କିଙ୍ଗ ଖାନଙ୍କ ପଠାନ ଓ ଜବାନ, IMDbକୁ ନିର୍ଦ୍ଦେଶକ ଦେଲେ ଏମିତି ଧନ୍ୟବାଦ
୨୦୨୩ର ଲୋକପ୍ରିୟ ଇଣ୍ଡିଆନ ଫିଲ୍ମ ହେଲା କିଙ୍ଗ ଖାନଙ୍କ ପଠାନ ଓ ଜବାନ, IMDbକୁ ନିର୍ଦ୍ଦେଶକ ଦେଲେ ଏମିତି ଧନ୍ୟବାଦ

ହାଇଦ୍ରାବାଦ: ସବୁଠାରୁ ଅଧିକ ଲୋକପ୍ରିୟ ଫିଲ୍ମ ତାଲିକାରେ ଶୀର୍ଷରେ ରହିଛି ଶାହାରୁଖ ଖାନଙ୍କ ଚଳିତ ବର୍ଷର ୨ଟି ଫିଲ୍ମ ପଠାନ ଏବଂ ଜବାନ । ଉଭୟ ଫିଲ୍ମ ବକ୍ସ ଅଫିସ ସହ ଓଟିଟିରେ ବି ଧମାକା କରିଥିବା ବେଳେ ଲୋକେ ଏହି ୨ଟି ଫିଲ୍ମକୁ ବେଶ ପସନ୍ଦ କରିଛନ୍ତି । ତେବେ ଉଭୟ ଚଳଚ୍ଚିତ୍ରର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶକ ଅଟଲି ଏବଂ ପଠାନ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କୁ IMDb ସମ୍ମାନିତ କରିଛି । ଏହି ସମ୍ମାନ ପାଇବା ପରେ ଉଭୟ ନିର୍ଦ୍ଦେଶକ ସେମାନଙ୍କର କିଛି ଫଟୋ ସେୟାର କରି IMDbକୁ ଧନ୍ୟବାଦ ଜଣାଇଛନ୍ତି ।

ଆଜି ଅଟଲି ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ କୃଷ୍ଣା ପ୍ରିୟା ମଧ୍ୟ ଏହି ଫଟୋ ଗୁଡିକରେ ନଜର ଆସିଛନ୍ତି । ଫଟୋ ଗୁଡିକ ସେୟାର କରି ଜବାନ୍ ନିର୍ଦ୍ଦେଶକ ଏକ ଲମ୍ବା ନୋଟ୍ ଲେଖିଛନ୍ତି, 'ଜବାନ୍ ହେଉଛି ଏକ ଇମୋସନାଲ ଏଣ୍ଟଟେନର ଫିଲ୍ମ ଅଟେ । ଯାହା ସାମାଜିକ ଅନ୍ୟାୟକୁ ସୁଧାରିବାକୁ ସ୍ଥିର କରିଥିବା ବ୍ୟକ୍ତି ଜଣକଙ୍କ ଗଭୀର ଭାବାତ୍ମକକୁ ଜଟିଳ ଭାବରେ ଚିତ୍ରଣ କରିଛି । ଏହି ଚଳଚ୍ଚିତ୍ର ଆମ ହୃଦୟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ଏହା ସମଗ୍ର ବିଶ୍ୱରେ ଦର୍ଶକଙ୍କ ଠାରୁ ଅତୁଳନୀୟ ଭଲପାଇବା ପାଇଛି ।

ସେ ଆହୁରି ଲେଖିଛନ୍ତି, ମୋର ବର୍ଷ ଆରମ୍ଭରେ IMDb ଯୋଗୁଁ ମୋର ବିଶ୍ବ ସିନେମା ବିଷୟରେ ମୋର ଜ୍ଞାନ ବଢିଛି । IMDb ଦ୍ୱାରା ସମ୍ମାନିତ ହେବା ପ୍ରକୃତରେ ମୋ ପାଇଁ ଏକ ସ୍ୱପ୍ନ ଅଟେ । ଏହି ସଫଳତାକୁ ସମ୍ଭବ କରିବା ପାଇଁ ମୁଁ ଶାହାରୁଖ ଖାନ ସାର୍, ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ, ମୋ ପତ୍ନୀ, ମୋ ଟିମ୍ ଏବଂ ସମ୍ମାନିତ ଦର୍ଶକଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ପ୍ରଥମ ଏବଂ ଦ୍ୱିତୀୟ ଫଟୋରେ, ଅଟଲିଙ୍କୁ ବ୍ଲାକ ପୋଷାକରେ IMDb ପୁରସ୍କାର ସହ ପୋଜ୍ କରୁଥିବା ଦେଖିବାକୁ ମିଳିଛି । ଶେଷ ଫଟୋରେ, ତାଙ୍କର ପତ୍ନୀ କୃଷ୍ଣାଙ୍କ ସହ ଅଟଲି ନଜର ଆସିଛନ୍ତି ।

ଶାହାରୁଖ ଖାନଙ୍କ ଚଳିତ ବର୍ଷର ପ୍ରଥମ ଚଳଚ୍ଚିତ୍ର 'ପଠାନ' ଆଇଏମଡିବିର ଦ୍ୱିତୀୟ ଲୋକପ୍ରିୟ ଭାରତୀୟ ଚଳଚ୍ଚିତ୍ର ଭାବରେ ପୁରସ୍କାର ପାଇଛି । ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କୁ ମୋଷ୍ଟ ଲୋକପ୍ରିୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାରରେ ଆଇଏମଡିବି ସମ୍ମାନିତ କରିଛି । ପଠାନ ନିର୍ଦ୍ଦେଶକ ଇନଷ୍ଟାଗ୍ରାମରେ ଏହି ବିଶେଷ ମୁହୂର୍ତ୍ତର ଫଟୋ ସେୟାର କରି IMDbକୁ ଧନ୍ୟବାଦ ଦେଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, IMDb 2023ର ଦ୍ୱିତୀୟ ଲୋକପ୍ରିୟ ଭାରତୀୟ ଚଳଚ୍ଚିତ୍ର ପଠାନ । ଚାରି ବର୍ଷର ବ୍ୟବଧାନ ପରେ ଶାହାରୁଖ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମଙ୍କ ସହ ଫିଲ୍ମକୁ ଫେରିଥିଲେ । ଭାରତକୁ ବଞ୍ଚାଇବା ପାଇଁ ଜଣେ ଭାରତୀୟ ଗୁପ୍ତ ଏଜେଣ୍ଟଙ୍କ ସଂଗ୍ରାମ ବିଷୟରେ ଫିଲ୍ମଟି ରହିଥିଲା । ଯାହା ବେଶ ପ୍ରଶଂସିତ ହୋଇଥିଲା ।

ଜବାନ ବିଷୟରେ କହିବାକୁ ଗଲେ, ଜବାନ୍ ସେପ୍ଟେମ୍ବର 7ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହୋଇଥିଲା । ଆକ୍ସନ୍ ଥ୍ରୀଲରରେ ମୁଖ୍ୟ ଭୂମିକାରେ ସାଉଥ ଅଭିନେତା ବିଜୟ ସେଥୁପଥୀ ଏବଂ ନୟନତାରା ଏବଂ ବଲିଉଡ ଅଭିନେତା ଦୀପିକା ପାଦୁକୋନ୍ ଏବଂ ସଞ୍ଜୟ ଦତ୍ତ ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ନିର୍ମାତା ଅଟଲି, ଅଭିନେତା ବିଜୟ ଏବଂ ନୟନତାରାଙ୍କ ସହ ଶାହାରୁଖଙ୍କ ପ୍ରଥମ ଥର ପାଇଁ କାମ କରିଛନ୍ତି । ଏହି ଫିଲ୍ମ ବକ୍ସ ଅଫିସରେ ମୋଟ ୧୧୪୬ କୋଟି ଆୟ କରି ଇତିହାସ ରଚିଥିଲା ।

ଏହା ମଧ୍ୟ ପଢନ୍ତୁ:ଲୋକପ୍ରିୟ ତାରକା ଶୀର୍ଷରେ କିଙ୍ଗ ଖାନ, ଟପ୍ ୧୦ରେ ଅଛନ୍ତି ଏସବୁ ସେଲିବ୍ରିଟି

ସେପଟେ ପଠାନ ବିଷୟରେ କହିବାକୁ ଗଲେ, ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ପଠାନ ଫିଲ୍ମ ସହ ଶାହାରୁଖ ଖାନ ୪ବର୍ଷ ପରେ ଚଳିତ ବର୍ଷ ପରଦାକୁ ଫେରିଥିଲେ । ଏହି ଫିଲ୍ମରେ କିଙ୍ଗ ଖାନଙ୍କ ସହ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ପଠାନ 25 ଜାନୁୟାରୀ 2023ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ମୋଟ ୧୦୫୦.୩୦ କୋଟି ଆୟ କରି ବେଶ ସଫଳତା ହାସଲ କରିଥିଲା ।

ABOUT THE AUTHOR

...view details