ଓଡିଶା

odisha

ETV Bharat / entertainment

Jawan box office collection: କମିଲା ଜବାନ କ୍ରେଜ, 16 ଦିନରେ ଖସିଲା ଆୟ - ଜବାନ ବକ୍ସ ଅଫିସ କଲେକ୍ସନ

ଶାହାରୁଖ ଖାନଙ୍କ ଆକ୍ସନ ଥ୍ରୀଲର ଜବାନ ଭାରତରେ ବକ୍ସ ଅଫିସରେ 500 କୋଟିରୁ ଅଧିକ ରୋଜଗାର କରିଛି । କିନ୍ତୁ ରିଲିଜ୍ ହେବାର 16ତମ ଦିନରେ ଫିଲ୍ମର ରୋଜଗାରରେ ହ୍ରାସ ଦେଖିବାକୁ ମିଳିଛି । ଫିଲ୍ମ କେତେ ଆୟ କରିଛି ଜାଣନ୍ତୁ,

କମିଲା ଜବାନର କ୍ରେଜ କମିଲା ଆୟ, 16ତମ ଦିନରେ ଏତିକି କଲା କଲେକ୍ସନ
କମିଲା ଜବାନର କ୍ରେଜ କମିଲା ଆୟ, 16ତମ ଦିନରେ ଏତିକି କଲା କଲେକ୍ସନ

By ETV Bharat Odisha Team

Published : Sep 22, 2023, 2:01 PM IST

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ମୁକ୍ତିଲାଭ କରିଥିବା ଓପନିଂ ଦିନ ଠାରୁ ଅନେକ ରେକର୍ଡ ଭାଙ୍ଗିଛି । ଆକ୍ସନ୍ ଥ୍ରୀଲର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ଭାରତରେ 526.78 କୋଟି ଟଙ୍କା ଆୟ କରି ବକ୍ସ ଅଫିସରେ ଧମାକା କରିଛି । ଫିଲ୍ମ ରିଲିଜକୁ ବର୍ତ୍ତମାନ 16 ଦିନ ଅର୍ଥାତ୍ 3ୟ ସପ୍ତାହରେ ପହଞ୍ଚିଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଏହି ଚଳଚ୍ଚିତ୍ରଟି 16 ତମ ଦିନରେ ସର୍ବନିମ୍ନ ସଂଖ୍ୟା ଆୟ କରିଛି ।

ଜବାନ୍ ବର୍ତ୍ତମାନ ସୁଦ୍ଧା 900 କୋଟିରୁ ଅଧିକ ଆୟ କରି ସାରା ବିଶ୍ୱରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ଏହି ରେକର୍ଡ ଅନୁସାରେ ଫିଲ୍ମ ଅନେକ ବଲିଉଡ ଚଳଚ୍ଚିତ୍ରକୁ ପଛରେ ପକାଇ ସଫଳତା ହାସଲ କରିଛି। କିଛି ଦିନ ଦମଦାର ପ୍ରଦର୍ଶନ ପରେ ବର୍ତ୍ତମାନ ଆକ୍ସନ୍-ପ୍ୟାକ୍ ଫିଲ୍ମର ଆୟ ହ୍ରାସ ପାଉଥିବାର ଦେଖିବାକୁ ମିଳିଛି । ସାକ୍ନିଲ୍କ ରିପୋର୍ଟ ଅନୁଯାୟୀ, 16ତମ ଦିନରେ ମାତ୍ର 7 କୋଟି(ଆନୁମାନିକ) ଟଙ୍କା ଆୟ କରିଛି । ଏହା ସହିତ ଜବାନର 16 ଦିନିଆ ମୋଟ ଭାରତର ବକ୍ସ ଅଫିସରେ 533.78 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ପ୍ରଥମ ସପ୍ତାହରେ 389.88 କୋଟି ଆୟ କରିଥିବା ବେଳେ ଦ୍ୱିତୀୟ ସପ୍ତାହରେ 'ଜବାନ୍' 136.9 କୋଟି ଆୟ କରିଥିଲା । ପ୍ରଥମ ସପ୍ତାହରେ ହିନ୍ଦୀ ଭାଷାରେ ଫିଲ୍ମ 247.98 କୋଟି, ତାମିଲରେ 23.86 କୋଟି ଏବଂ ତେଲୁଗୁରେ 18.04 କୋଟି ଆୟ କରିଥିଲା । ସେହିପରି ଦ୍ୱିତୀୟ ସପ୍ତାହରେ ହିନ୍ଦୀ ଭାଷାରେ ଫିଲ୍ମ 126.21 କୋଟି, ତାମିଲରେ 4.17 କୋଟି ଏବଂ ତେଲୁଗୁରେ 6.52 କୋଟି ଆୟ କରିଛି । ତୃତୀୟ ସପ୍ତାହରେ ଫିଲ୍ମର ଆୟ କମିବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ:ଆଉ ବଲିଉଡ ଫିଲ୍ମ କରିବେନି ନୟନତାରା ! କଣ୍ଟା ସାଜିଲେ ଦୀପିକା ପାଦୁକୋନ୍‌

ଅଟଲି କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଜବାନ୍ ସେପ୍ଟେମ୍ବର 7ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ କରିଥିଲା । ଆକ୍ସନ୍ ଥ୍ରୀଲରରେ ମୁଖ୍ୟ ଭୂମିକାରେ ସାଉଥ ଅଭିନେତା ବିଜୟ ସେଥୁପଥୀ ଏବଂ ନୟନତାରା ଏବଂ ବଲିଉଡ ଅଭିନେତା ଦୀପିକା ପାଦୁକୋନ୍ ଏବଂ ସଞ୍ଜୟ ଦତ୍ତ ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ନିର୍ମାତା ଅଟଲି, ଅଭିନେତା ବିଜୟ ଏବଂ ନୟନତାରାଙ୍କ ସହ ଶାହାରୁଖଙ୍କ ପ୍ରଥମ ଥର ପାଇଁ କାମ କରିଛନ୍ତି । ତେବେ 'ଜବାନ' ପରେ କିଙ୍ଗ ଖାନ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଡୁଙ୍କି'ରେ ନଜର ଆସିବେ । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ। 'ଡୁଙ୍କି' ଶାହାରୁଖ ଖାନଙ୍କ ଚଳିତ ବର୍ଷର ତୃତୀୟ ଚଳଚ୍ଚିତ୍ର ହେବ । ତାପସୀ ପନ୍ନୁ ଏହି ଫିଲ୍ମରେ ତାଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ ।

ABOUT THE AUTHOR

...view details