ଓଡିଶା

odisha

Jawan box office collection: 6 ଦିନରେ 600କୋଟି ଆୟ କରି ଇତିହାସ ରଚିଲା ଜବାନ

By ETV Bharat Odisha Team

Published : Sep 13, 2023, 1:55 PM IST

ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ଜବାନ ରିଲିଜ ଦିନ ଠାରୁ ରେକର୍ଡ ଭାଙ୍ଗୁଛି । 6 ଦିନରେ ଫିଲ୍ମ ବିଶ୍ବ ବକ୍ସ ଅଫିସରେ 600 କୋଟି ପାର୍ କରିଛି । ସେପଟେ 7ମ ଦିନର ଆୟ ଆକଳନ ଅନୁଯାୟୀ 20% ହ୍ରାସ ହେବାର ସମ୍ଭାବନା ରହିଥିବା ଜଣାପଡିଛି। ଅଧିକ ପଢନ୍ତୁ,

6 ଦିନରେ 600କୋଟି ଆୟ କରି ଇତିହାସ ରଚିଲା ଜବାନ, 7ମ ଦିନରେ ଏତିକି କରିପାରେ ଆୟ
6 ଦିନରେ 600କୋଟି ଆୟ କରି ଇତିହାସ ରଚିଲା ଜବାନ, 7ମ ଦିନରେ ଏତିକି କରିପାରେ ଆୟ

ହାଇଦ୍ରାବାଦ: ଇତିହାସ ରଚିଲା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ଜବାନ । ଦେଶ ତଥା ବିଦେଶରେ ଜବାନର ଜଲୱା ଦେଖିବାକୁ ମଳୁଛି । ଏହି ଫିଲ୍ମ ସେପ୍ଟେମ୍ବର 7ରେ ରିଲିଜ ହୋଇଥିବା ବେଳେ ଆଜକୁ ଏହା 7 ଦିନ ବିତିଗଲାଣି । ଫିଲ୍ମ 6 ଦିନର କଲେକ୍ସନରେ ବିଶ୍ବ ବକ୍ସ ଅଫିସରେ 600କୋଟି ପାର୍ କରି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ଭାରତରେ 350 କୋଟିରୁ ଅଧିକ ଆୟ କରିଥିବା ବେଳେ 7ମ ଦିନରେ 400 କୋଟି ଟଙ୍କାର କ୍ଲବରେ ସାମିଲ ହେବ ବୋଲି କୁହାଯାଉଛି ।

ସାକ୍ନିଲ୍କଙ୍କ ରିପୋର୍ଟ ଅନୁଯାୟୀ, କିଙ୍ଗ ଖାନ-ଷ୍ଟାରର ଫିଲ୍ମ ଭଳ ପ୍ରଦର୍ଶନ କରୁଛି । ଓପନିଂ ଦିନ ଭାରତରେ ସମସ୍ତ ଭାଷାରେ ଫିଲ୍ମ 75 କୋଟି ଟଙ୍କା ଆୟ କରି ସଫଳତା ହାସଲ କରିଥିଲା । ଚଳଚ୍ଚିତ୍ରଟି ଦ୍ୱିତୀୟ ଏବଂ ତୃତୀୟ ଦିନରେ ଯଥାକ୍ରମେ ବକ୍ସ ଅଫିସରେ 53.23 ଟଙ୍କା ଏବଂ 77.83 କୋଟି ଟଙ୍କା କଲେକ୍ସନ କରିଥିଲା । 4ର୍ଥ ଦିନରେ 80.1 କୋଟି ଟଙ୍କା ଆୟ କରିଥିବା ବେଳେ ପଞ୍ଚମ ଏବଂ ଷଷ୍ଠ ଦିନରେ ଏହି ସଂଖ୍ୟା ଯଥାକ୍ରମେ 30.5 କୋଟି ଏବଂ 27.22 କୋଟି ଟଙ୍କା କଲେକ୍ସନ କରିଛି । ସେହିପରି 7ମ ଦିନରେ ଫିଲ୍ମ (ଆନୁମାନିକ) 21.62 କୋଟି ଟଙ୍କା ଆୟ କରିପାରେ । ଏହି କ୍ରମରେ 7ମ ଦିନରେ ଫିଲ୍ମର ଆୟ ଅନ୍ୟ ଦିନ ତୁଳନାରେ 20.57% ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଯଦି ଏପରି ହୁଏ, ତେବେ ଫିଲ୍ମର ମୋଟ ଘରୋଇ ବକ୍ସ ଅଫିସ ଆୟ 367.92 କୋଟି ଟଙ୍କାକୁ ବୃଦ୍ଧି ପାଇବ । ସେପଟେ 6 ଦିନ ମଧ୍ୟରେ ବିଶ୍ବ ବକ୍ସ ଅଫିସରେ ଫିଲ୍ମ 628.04 କୋଟି ଟଙ୍କା କଲେକ୍ସନ କରି ଇତିହାସ ରଚିଛି ।

ଜବାନ ବିଶ୍ବ ବ୍ୟାପୀ କଲେକ୍ସନ

ପ୍ରଥମ ଦିନ: 129.60 କୋଟି

ଦ୍ବିତୀୟ ଦିନ: 110.87 କୋଟି

3ୟ ଦିନ: 144.22 କୋଟି

4ର୍ଥ ଦିନ: 136.10 କୋଟି

5ମ ଦିନ: 54.10 କୋଟି

6ଷ୍ଠ ଦିନ: 53.15 କୋଟି

ବିଶ୍ବ ବକ୍ସ ଅଫିସରେ ମୋଟ କଲେକ୍ସନ 628.04 କୋଟି ଟଙ୍କାକୁ ବୃଦ୍ଧି

ଏହା ମଧ୍ୟ ପଢନ୍ତୁ:ଶାହାରୁଖଙ୍କ ପରେ ଏହି 4 ଟପ୍‌ ଅଭିନେତାଙ୍କ ସହ ଧମାକା କରିବେ 'ଜବାନ' ନିର୍ଦ୍ଦେଶକ, ଚାଲିଛି ପ୍ରସ୍ତୁତି

ଜବାନ୍ ହିନ୍ଦୀ, ତାମିଲ ଏବଂ ତେଲୁଗୁ ସମେତ ଭାଷାରେ ସାରା ବିଶ୍ୱରେ ମୁକ୍ତିଲାଭ କରିଥିଲା । ଏହି ଆକ୍ସନ୍ ଥ୍ରୀଲର ଫିଲ୍ମରେ ଶାହାରୁଖ ଖାନ, ସାଉଥ ଅଭିନେତା ବିଜୟ ସେଥୁପଥୀ, ଅଭିନେତ୍ରୀ ନୟନତାରା, ସାନିଆ ମଲହୋତ୍ରା ଏବଂ ପ୍ରିୟମାଣି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ସଂଜୟ ଦତ୍ତ ମଧ୍ୟ ଫିଲ୍ମରେ କ୍ୟାମିଓ ରୋଲରେ ନଜର ଆସିଛନ୍ତି। ଏହି ଫିଲ୍ମର ସୁଟିଂ ପୁନେ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ରାଜସ୍ଥାନ ଏବଂ ଔରଙ୍ଗାବାଦରେ କରାଯାଇଥିଲା।

ABOUT THE AUTHOR

...view details