ହାଇଦ୍ରାବାଦ: ଶାହାରୁଖ ଖାନଙ୍କ କ୍ୟାରିୟରର ଦ୍ୱିତୀୟ ଆକ୍ସନ୍ ପ୍ୟାକ୍ ଫିଲ୍ମ 'ଜବାନ'ର ଜଲଓ୍ୱା ସାରା ବିଶ୍ୱରେ ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ର ଗୋଟେ ସପ୍ତାହ ମଧ୍ୟରେ 600 କୋଟି (ବିଶ୍ବବ୍ୟାପୀ) ଟଙ୍କା ପାର୍ କରିଛି । ଫିଲ୍ମ ଜବାନ୍ ମାଧ୍ୟମରେ ପ୍ରଥମ ଥର ପାଇଁ ଦେଖାଯାଇଥିବା ଶାହାରୁଖ ଖାନ ଏବଂ ସାଉଥ୍ ଅଭିନେତ୍ରୀ ନୟନତାରାଙ୍କ ଯୋଡି ଏକ ହିଟ୍ ବୋଲି ପ୍ରମାଣିତ ହୋଇଛି । ଏହି ଚଳଚ୍ଚିତ୍ରରେ ଅନେକ ଟିଭି ଅଭିନେତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯାଇଛି । ଦକ୍ଷିଣ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଟଲି ତାଙ୍କ 10 ବର୍ଷର କ୍ୟାରିୟରରେ ପଞ୍ଚମ ଚଳଚ୍ଚିତ୍ର ଜବାନ ନିର୍ମାଣ କରିଛନ୍ତି, ଯାହା ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି । ଏହି ଚଳଚ୍ଚିତ୍ରଟି 7 ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା । ଆଜି (14 ସେପ୍ଟେମ୍ବର) ଫିଲ୍ମଟି ଅଷ୍ଟମ ଦିନରେ ପହଞ୍ଚିଛି । ତେବେ ଦେଖାଯାଉଛି ଯେ, ଫିଲ୍ମଟି ଓ୍ୱାର୍କିଂ ଡେ’ରେ କମ୍ ରୋଜଗାର କରୁଥିବାବେଳେ ଛୁଟି ଦିନରେ ଧମାଲ କରୁଛି । ତେବେ ଅଷ୍ଟମ ଦିନରେ ଫିଲ୍ମ ଜବାନ୍ କ’ଣ କମାଲ କରିବାକୁ ଯାଉଛି ଆସନ୍ତୁ ଜାଣିବା ।
ଅଷ୍ଟମ ଦିନର ରୋଜଗାର
ଯଦି ଜବାନର କଲେକ୍ସନ ଉପରେ ନଜର ପକାଇବା ତେବେ ଫିଲ୍ମଟି ଓ୍ୱାର୍କିଂ ଡେ’ରେ କମ୍ ରୋଜଗାର କରୁଥିବାବେଳେ ଛୁଟି ଦିନରେ ଧମାଲ କରୁଛି । ଅଣ-ଛୁଟିଦିନରେ ଜବାନ୍ 30 କୋଟି ଟଙ୍କା ଥରେ ବି ପାର୍ କରିପାରିନାହିଁ । ଏଥି ସହିତ ଓ୍ୱିକେଣ୍ଡରେ ଜବାନ 50 ରୁ 80 କୋଟି ଟଙ୍କା କଲେକ୍ସନ କରୁଛି । ଏହି ଚଳଚ୍ଚିତ୍ରର ରୋଜଗାର 75 କୋଟିରୁ ଆରମ୍ଭ ହୋଇ 8 ଦିନ ମଧ୍ୟରେ 20 କୋଟିରେ ପହଞ୍ଚିଛି । ଏହି ଚଳଚ୍ଚିତ୍ରଟି 14 ସେପ୍ଟେମ୍ବରରେ ଘରୋଇ ବକ୍ସ ଅଫିସରେ 19.36 କୋଟି ଟଙ୍କା ଆନୁମାନିକ ବ୍ୟବସାୟ କରିଛି । ସେହିପରି ଷଷ୍ଠ ଦିନରେ 27.50 କୋଟି ଏବଂ ସପ୍ତମ ଦିନରେ 21.62 କୋଟି ଟଙ୍କା ବ୍ୟବସାୟ କରିଛି ।
ଏହା ମଧ୍ୟ ପଢନ୍ତୁ: Jawan box office collection: 6 ଦିନରେ 600କୋଟି ଆୟ କରି ଇତିହାସ ରଚିଲା ଜବାନ
ଜବାନ କଲେକ୍ସନ ଡେ’ ଓ୍ୱାଇଜ୍ (ନ୍ୟାସନାଲ ଚେନ୍)
ଦିନ 1 - 75 କୋଟି
ଦିନ 2- 5.23 କୋଟି
ଦିନ 3 - 77.83 କୋଟି
ଦିନ 4 -80.1 କୋଟି
ଦିନ 5- 30.5 କୋଟି
ଦିନ 6 - 27.50 କୋଟି