ଓଡିଶା

odisha

Jawan box office collection: ବିଶ୍ବରେ ଚାଲିଛି ଜବାନ ଯାଦୁ, 5ମ ଦିନରେ 500କୋଟି ପାର୍ କଲା ଫିଲ୍ମ

By ETV Bharat Odisha Team

Published : Sep 12, 2023, 2:00 PM IST

ଶାହାରୁଖ ଖାନଙ୍କ ଆକ୍ସନ୍-ପ୍ୟାକ୍ ଫିଲ୍ମ ଜବାନ ଭାରତରେ ତଥା ବିଶ୍ବରେ ଜବାନର କ୍ରେଜ ଦେଖିବାକୁ ମିଳୁଛି । ତେବେ ଫିଲ୍ମ ରିଲିଜ ହେବାର 5ଦିନ ମଧ୍ୟରେ ଭାରତରେ 300 କୋଟି ଟଙ୍କା ପାର୍ କରିଥିବା ବେଳେ ସାରା ବିଶ୍ବରେ 500କୋଟି କ୍ଲବରେ ସାମିଲ ହୋଇ ଇତିହାସ ରଚିଛି। ଅଧିକ ପଢ଼ନ୍ତୁ

ବିଶ୍ବରେ ଚାଲିଛି ଜବାନ ଯାଦୁ, 5ମ ଦିନରେ 500କୋଟି ପାର୍ କଲା ଫିଲ୍ମ
ବିଶ୍ବରେ ଚାଲିଛି ଜବାନ ଯାଦୁ, 5ମ ଦିନରେ 500କୋଟି ପାର୍ କଲା ଫିଲ୍ମ

ହାଇଦ୍ରାବାଦ:ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଜବାନ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରୁଛି । କେବଳ ଯେ ଭାରତରେ ନୁହେଁ ସାରା ବିଶ୍ବରେ ଜବାନର ଧୁମ୍ ମଚାଇଥିବା ଦେଖିବାକୁ ମିଳୁଛି । ସମସ୍ତେ ଫିଲ୍ମ ସହ ଶାହାରୁଖ ଖାନଙ୍କ ଫ୍ୟାନ୍ସ ହୋଇଛନ୍ତି । ଫ୍ୟାନ୍ସଙ୍କଠାରୁ ସେଲିବ୍ରିଟି ସମସ୍ତେ ଫିଲ୍ମ, ନିର୍ଦ୍ଦେଶକ ଏବଂ ତାରକାଙ୍କ ବେଶ ପ୍ରଶଂସା କରୁଛନ୍ତି। ଫିଲ୍ମ ରିଲିଜ ହେବାର ମାତ୍ର 5 ଦିନ ମଧ୍ୟରେ ବିଶ୍ବ ବକ୍ସ ଅଫିସରେ 500 କୋଟି ପାର୍ କରିଛି । ଭାରତୀୟ ବକ୍ସ ଅଫିସରେ 300 କୋଟି କ୍ଲବର ସାମିଲ ହୋଇ ହିନ୍ଦୀ ସିନେମା ପାଇଁ ଇତିହାସ ରଚିଛି ।

ସାକ୍‌ନିକ୍‌ଙ୍କ ରିପୋର୍ଟ ଅନୁସାରେ, ଜବାନ୍ ଏହାର ଓପନିଂ ଦିନରେ ଭାରତରେ 75 କୋଟି ଟଙ୍କା କଲେକ୍ସନ କରିଥିଲା । ଦ୍ୱିତୀୟ ଦିନରେ ଏହା ବକ୍ସ ଅଫିସ୍‌ରେ 53.23 କୋଟି ଆୟ କରିଥିବା ବେଳେ 3ୟ ଏବଂ 4ର୍ଥ ଦିନରେ 77.83 କୋଟି ଏବଂ 80.1 କଲେକ୍ସନ୍‌ କରିଛି । 5ମ ଦିନରେ ଫିଲ୍ମ 30.5 କୋଟି ଆୟ କରିଛି । ସେପଟେ 6ଷ୍ଠ ଦିନରେ ବି ଫିଲ୍ମ ମୋଟା ଅଙ୍କ ଆୟ କରିପାରେ ବୋଲି କୁହାଯାଉଛି । ପ୍ରାରମ୍ଭିକ ଆକଳନରୁ ଜଣାପଡିଛି ଯେ ଏହି ଚଳଚ୍ଚିତ୍ରଟି ଷଷ୍ଠ ଦିନରେ 27.56 କୋଟି ଟଙ୍କା ଆୟ କରିପାରେ । ଏହି କ୍ରମରେ ଫିଲ୍ମର ମୋଟ ଆୟ 344.22 କୋଟି ଟଙ୍କାକୁ ବୃଦ୍ଧି ପାଇବ ।

ଜନ୍ମାଷ୍ଟମୀରେ (ସେପ୍ଟେମ୍ବର 7)ରେ ମୁକ୍ତିଲାଭ କରିଥିବା ଜବାନ ସାରା ବିଶ୍ବରେ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷାରେ ରିଲିଜ କରିଛି । ଏହି ଫିଲ୍ମ ପାଇଂ ସବୁଆଡୁ ଛୁଟୁଛି ପ୍ରଂଶସାର ସୁଅ । ତେବେ ବିଶ୍ବ ବକ୍ସ୍‌ ଅଫିସରେ ଫିଲ୍ମକୁ ପସନ୍ଦ କରୁଛନ୍ତି ଦର୍ଶକ । ଫିଲ୍ମ ରିଲିଜର ମାତ୍ର 5ମ ଦିନ ମଧ୍ୟରେ 550କୋଟି ଆୟ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଖୁବଶୀଘ୍ର 600କୋଟି କ୍ଲବରେ ସାମିଲ୍‌ ହେବାକୁ ଯାଉଛି । ସେପଟେ ଭାରତୀୟ ବକ୍ସ ଅଫିସରେ ଫିଲ୍ମ ଷଷ୍ଠ ଦିନର ଆୟ (27.56 କୋଟି) ଅନ୍ୟ ଦିନ ତୁଳାନରେ କମ ହୋଇଥିଲେ ସୁଦ୍ଧା ଫିଲ୍ମ ଖୁବଶୀଘ୍ର 400କୋଟି କ୍ଲବ ଆଡକୁ ମୁହାଁ ହେଉଛି ।

ଏହା ମଧ୍ୟ ପଢନ୍ତୁ:ଜବାନ ଦେଖି ଥିଏଟରରେ ସିଟି ମାରିଲେ ଅନୁପମ ଖେର, କହିଲେ- ମୁମ୍ବାଇ ଆସି ଶାହରୁଖଙ୍କୁ ହଗ୍‌ କରିବି

ସୂଚନା ଥାଉ କି, ଅଟଲିଙ୍କ ନିର୍ଦ୍ଦେଶିତ ପ୍ରଥମ ବଲିଉଡ ଫିଲ୍ମ ଜବାନରେ ଶାହାରୁଖ ଖାନ, ନୟନତାରା ଏବଂ ବିଜୟ ସେଥୁପଥୀ ଭଳି ତାରକା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ର ନିର୍ମାତା ଅଟଲି ଏବଂ ଅଭିନେତ୍ରୀ ନୟନତାରା ଏବଂ ବିଜୟ ସେଥୁପଥୀଙ୍କ ସହ କିଙ୍ଗ ଖାନଙ୍କ ପ୍ରଥମ ଥର କାମ କରିଛନ୍ତି। ଶାହାରୁଖ ଖାନ ଏବଂ ଗୌରୀ ଖାନଙ୍କ ରେଡ୍‌ ଚିଲିଜ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ବଲିଉଡ୍‌ ଅଭିନେତା ଦୀପିକା ପାଦୁକୋନ ଏବଂ ସଞ୍ଜୟ ଦତ୍ତ ମଧ୍ୟ କ୍ୟାମିଓ ରୋଲରେ ଅଭିନୟ କରିଛନ୍ତି । ଏଥିସହ ଏହି ଫିଲ୍ମରେ ସାନିଆ ମାଲହୋତ୍ରା, ପ୍ରିୟମଣି, ଗିରିଜା ଓକ୍, ସଞ୍ଜିତା ଭଟ୍ଟାଚାର୍ଯ୍ୟ, ଲେହର ଖାନ୍, ଆଲିଆ କୁରେଶି, ରିଦ୍ଧି ଡୋଗ୍ରା ଏବଂ ସୁନୀଲ ଗ୍ରୋଭର ମଧ୍ୟ ଅଭିନୟ କରିଛନ୍ତି ।

ABOUT THE AUTHOR

...view details