ଓଡିଶା

odisha

ETV Bharat / entertainment

Jawan Collection Day 5: ବକ୍ସ ଅଫିସରେ ଜବାନର ଦବଦବା, 300 କୋଟି କ୍ଲବରେ ସାମିଲ ହେବ ଫିଲ୍ମ

ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଜବାନ ରିଲିଜ ହେବା ପରଠାରୁ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି । ସୋମବାର ଦିନ ଅଟଲି କୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ 300 କୋଟି କ୍ଲବରେ ସାମିଲ ହୋଇ ଆଉ ଏକ ମାଇଲକୁଣ୍ଟ ଛୁଇଁବ । ଅଧିକ ପଢନ୍ତୁ,

By ETV Bharat Odisha Team

Published : Sep 11, 2023, 12:58 PM IST

ବକ୍ସ ଅଫିସରେ ଜବାନର ଦବଦବା, 300କୋଟି କ୍ଲବରେ ସାମିଲ ହେବ ଶାହାରୁଖଙ୍କ ଫିଲ୍ମ
ବକ୍ସ ଅଫିସରେ ଜବାନର ଦବଦବା, 300କୋଟି କ୍ଲବରେ ସାମିଲ ହେବ ଶାହାରୁଖଙ୍କ ଫିଲ୍ମ

ହାଇଦ୍ରାବାଦ: ଦେଶ ତଥା ବିଦେଶରେ ଭଲ ପ୍ରଦର୍ଶନ କରୁଛି ଶାହାରୁଖ ଖାନ ଏବଂ ନୟନତାରାଙ୍କ ଅଭିନୀତ ଫିଲ୍ମ ଜବାନ । ଏହି ଫିଲ୍ମ ଦମଦାର ଓପନିଂ କରିଥିବା ବେଳେ ଘରୋଇ ବକ୍ସ ଅଫିସରେ ଚତୁର୍ଥ ଦିନରେ ବି ବେଶ ସଫଳତା ହାସଲ କରିଛି । ପ୍ରଥମ ରବିବାର ଅର୍ଥାତ୍ ଚତୁର୍ଥ ଦିନରେ ଜବାନ୍ 80 କୋଟି ରୋଜଗାର କରି ହିନ୍ଦୀ ସିନେମା ଇତିହାସ ପାଇଁ ରେକର୍ଡ ସୃଷ୍ଟି କରିଛି । ଏହିପରି ଫିଲ୍ମ ଏବେ ଇଣ୍ଡଷ୍ଟ୍ରି ଟ୍ରାକର ସାକ୍ନିଲ୍କିଙ୍କ ଅନୁଯାୟୀ ଏହି ଚଳଚ୍ଚିତ୍ରଟି ପଞ୍ଚମ ଦିନରେ 300 କୋଟି କ୍ଲବରେ ସାମିଲ ହେବ ବୋଲି ଜଣାପଡିଛି ।

ସାକ୍ନିଲ୍କିଙ୍କ ରିପୋର୍ଟର ପ୍ରାରମ୍ଭିକ ଆକଳନ ଅନୁଯାୟୀ, 4ର୍ଥ ଦିନରେ ଫିଲ୍ମ 80.5 କୋଟି ଟଙ୍କା କଲେକ୍ସନ କରିବା ପରେ ଜବାନ 5ମ ଦିନରେ 30 କୋଟି ଟଙ୍କା ରୋଜଗାର କରିପାରେ କୁହାଯାଉଛି । କିନ୍ତୁ ପ୍ରଥମ ଦିନରେ 75 କୋଟିରେ ଓପନିଂ କରି ଏହି ଆକ୍ସନ ଥୀଲର ଫିଲ୍ମ ପ୍ରଥମ ହିନ୍ଦୀ ଫିଲ୍ମ ଭାବେ ଇତିହାସ ରଚିଥିଲା । ରିଲିଜର ଦ୍ୱିତୀୟ ଦିନରେ 53.23 କୋଟି, ତୃତୀୟ ଦିନରେ 77.83 କୋଟି ଏବଂ ଚତୁର୍ଥ ଦିନରେ 80.5 କୋଟି ଟଙ୍କା କଲେକ୍ସନ କରି ନିଜର ଦବଦବା ବଜାୟ ରଖିଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଯଦି 5ମ ଦିନରେ ଫିଲ୍ମ 30 କୋଟି ଟଙ୍କା ଆୟ କରେ ତେବେ ଏହି ଚଳଚ୍ଚିତ୍ରଟିର ମୋଟ ଭାରତୀୟ ବକ୍ସ ଅଫିସରେ 316.56 କୋଟି ଟଙ୍କାକୁ ବୃଦ୍ଧି ପାଇବ । ଏହା ସହ ପଠାନ ଏବଂ ଗଦର 2 ପରେ 2023ର 300 କୋଟି କ୍ଲବରେ ସାମିଲ ହୋଇଥିବା ତୃତୀୟ ହିନ୍ଦୀ ଚଳଚ୍ଚିତ୍ର ଭାବେ ଜବାନ ଏକ ରେକର୍ଡ ସୃଷ୍ଟି କରିବ ।

ଏହା ମଧ୍ୟ ପଢନ୍ତୁ:'ଜବାନ୍' ପରେ 'ମହାରାଜା'ରେ ବିଜୟ ସେଥୁପତି, 50ତମ ଫିଲ୍ମର ଖତରନାକ ପୋଷ୍ଟର ଜାରି

ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ 'ଜବାନ୍' ତାମିଲ ଚଳଚ୍ଚିତ୍ର ନିର୍ମାତା ଅଟଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି । 'ଜବାନ'ର କାହାଣୀ ବିଷୟରେ କହିବାକୁ ଗଲେ ଏହା ଏକ ପିତା ଏବଂ ପୁଅର କାହାଣୀ ଯାହା ସାମାଜିକ ତଥା ରାଜନୈତିକ ପ୍ରସଙ୍ଗ ଉପରେ ନିର୍ମିତ ହୋଇଛି । ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ଏହି ଚଳଚ୍ଚିତ୍ରରେ ଶାହାରୁକଙ୍କ ବ୍ୟତୀତ ସାଉଥ ଅଭିନେତ୍ରୀ ନୟନତାରା ଏବଂ ବିଜୟ ସେଥୁପଥୀଙ୍କ ନଜର ଆସିଛନ୍ତି । ଏହି ଫିଲ୍ମ ଜରିଆରେ ଅଟଲି ବଲିଉଡରେ ଡେବ୍ୟୁ କରିଥିବା ବେଳେ ଶାହାରୁଖଙ୍କ ସହ ଅଟଲି, ନୟନତାରା ଏବଂ ବିଜୟ ସେଥୁପଥୀ ପ୍ରଥମ ଥର ପାଇଁ କାମ କରିଛନ୍ତି । ଏଥିସହ ଫିଲ୍ମ ସଞ୍ଜୟ ଦତ୍ତ, ଦୀପିକା ପାଦୁକୋନ, ସାନିଆ ମାଲହୋତ୍ରା, ରିଦ୍ଧି ଡୋଗ୍ରା, ପ୍ରିୟମାନି, ସୁନୀଲ ଗ୍ରୋଭର ଏବଂ ଯୋଗୀ ବାବୁ ମଧ୍ୟ ଅଭିନୟ କରିଛନ୍ତି ।

ABOUT THE AUTHOR

...view details