ଓଡିଶା

odisha

Jawan Box Office Collection Day 21: ଜାରି ରହିଛି 'ଜବାନ୍'ର ଜଲୱା, 600 କୋଟିରୁ କିଛି ପାଦ ଦୂରରେ

By ETV Bharat Odisha Team

Published : Sep 27, 2023, 8:19 AM IST

ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ' ଏବେ ମଧ୍ୟ ନିଜର ରୋଜଗାରର ଗତି ବଜାୟ ରଖିଛି । 20 ଦିନ ମଧ୍ୟରେ ଜବାନ 530 କୋଟିରୁ ଅଧିକ ରୋଜଗାର କରିଛି । ଖୁବଶୀଘ୍ର ଏହା 600 କୋଟି ଟଙ୍କା ପାର୍‌ କରିବ । ଆସନ୍ତୁ ଜାଣିବା 21 ତମ ଦିନର ରୋଜଗାର...

ଫିଲ୍ମ ଜବାନ
ଫିଲ୍ମ ଜବାନ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜବାନ’ ବକ୍ସ ଅଫିସରେ ପ୍ରତିଦିନ ରୋଜଗାର ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । କେବଳ ଯେ ଭାରତରେ ତାହା ନୁହେଁ, ସାରା ବିଶ୍ବରେ ଜବାନ ଧୁମ୍ ମଚାଉଥିବା ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ର ସମସ୍ତ ଫିଲ୍ମର ରେକର୍ଡ ଭାଙ୍ଗି ଘରୋଇ ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରୁଛି । ଅଟଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ଲୋକମାନେ ପସନ୍ଦ କରୁଛନ୍ତି । ବର୍ତ୍ତମାନ ଏହି ଫିଲ୍ମ ସାରା ବିଶ୍ୱରେ 1000 କୋଟି ଟଙ୍କାର କ୍ଲବରେ ସାମିଲ ହୋଇସାରିଛି । 'ଜବାନ' ଭାରତରେ 'ପଠାନ'ର ବକ୍ସ ଅଫିସ କଲେକ୍ସନକୁ ବି ପଛରେ ପକାଇସାରିଛି ।

ବାଣିଜ୍ୟ ରିପୋର୍ଟ ଅନୁଯାୟୀ, 'ଜବାନ' 21ତମ ଦିନରେ ଅର୍ଥାତ୍ 27 ସେପ୍ଟେମ୍ବରରେ ଭାରତରେ 8.10 କୋଟି ଟଙ୍କା ରୋଜଗାର କରିପାରେ । ଏହା ସହିତ ଭାରତରେ ଫିଲ୍ମର ମୋଟ କଲେକ୍ସନ ପ୍ରାୟ 580 କୋଟି ଟଙ୍କା ହୋଇପାରେ । ଏହି ଫିଲ୍ମ ଖୁବ ଶୀଘ୍ର ଘରୋଇ ବକ୍ସ ଅଫିସ୍‌ରେ 600 କୋଟି ଟଙ୍କା ପାର୍‌ କରିବ । ଏହି ଚଳଚ୍ଚିତ୍ରଟି 'ପଠାନ'ର 543 କୋଟି ଟଙ୍କାର ଲାଇଫ୍‌ଟାଇମ୍‌ ନେଟ୍ କଲେକ୍ସନକୁ ମଧ୍ୟ ପଛରେ ପକାଇଛି ।

ଏହି ସମୟ ମଧ୍ୟରେ, 'ଜବାନ୍' ୱାର୍ଲ୍ଡୱାଇଡ୍‌ କଲେକ୍ସନରେ 1000 କୋଟି ଟଙ୍କା ପାର୍‌ କରିଛି । 19 ଦିନରେ ଏହା ମୋଟ 1004.92 କୋଟି ଟଙ୍କା ରୋଜଗାର କରିଛି । ତାମିଲ ଚଳଚ୍ଚିତ୍ର ନିର୍ମାତା ଅଟଲିଙ୍କ ନିର୍ଦ୍ଦେଶିତ 'ଜବାନ୍' ସେପ୍ଟେମ୍ବର 7ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିଲା। ନୟନତାରା ଏବଂ ବିଜୟ ସେଥୁପତିଙ୍କ ସହ ଦୀପିକା ପାଦୁକୋନ୍ ଏକ ସ୍ବତନ୍ତ୍ର କ୍ୟାମିଓ କରିଛନ୍ତି । ଏମାନଙ୍କ ବ୍ୟତୀତ ସାନ୍ୟା ମାଲହୋତ୍ରା, ପ୍ରିୟମଣି, ଗିରିଜା ଓକ, ସଞ୍ଜିତା ଭଟ୍ଟାଚାର୍ଯ୍ୟ, ଲହର ଖାନ, ଆଲିଆ କୁରେଶି, ରିଦ୍ଧି ଡୋଗ୍ରା, ସୁନୀଲ ଗ୍ରୋଭର ଏବଂ ମୁକେଶ ଛାବ୍ରା, ସଞ୍ଜୟ ଦତ୍ତ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ଅଟନ୍ତି।

ଏହା ମଧ୍ୟ ପଢନ୍ତୁ: ଟାଇମ ସ୍କୋୟାର ବିଲବୋର୍ଡରେ ଜବାନ ପ୍ରୋମୋ, ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଲେ ଶାହାରୁଖ

ଉଲ୍ଲେଖନୀୟ ଯେ, ‘ଜବାନ୍' 7 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​। 'ପଠାନ୍' ପରେ କିଙ୍ଗ ଖାନ୍‌ଙ୍କୁ ବଡ଼ ପରଦାରେ ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଥିଲେ । ପ୍ରଥମ ଦିନର ପ୍ରଥମ ସୋ’ ପାଇଁ ଅନେକ ପ୍ରଶଂସକ ଥିଏଟରରେ ପହଞ୍ଚି ତାଙ୍କ ଗୀତରେ ନାଚିଥିଲେ । ସମସ୍ତେ ଫିଲ୍ମ ସହ ଶାହାରୁଖ ଖାନଙ୍କ ଫ୍ୟାନ୍ସ ହୋଇଯାଇଛନ୍ତି । ଫ୍ୟାନ୍ସଙ୍କଠାରୁ ସେଲିବ୍ରିଟି ସମସ୍ତେ ଫିଲ୍ମ, ନିର୍ଦ୍ଦେଶକ ଏବଂ ତାରକାଙ୍କ ବେଶ ପ୍ରଶଂସା କରୁଛନ୍ତି । ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 129.06 କୋଟି ଟଙ୍କା ରୋଜଗାର କରି ହିନ୍ଦୀ ସିନେମା ପାଇଁ ଇତିହାସ ରଚିଛି ।

ABOUT THE AUTHOR

...view details