ଓଡିଶା

odisha

ETV Bharat / entertainment

Jawan: ଆଡଭାନ୍ସ ବୁକିଂରେ 7.5ଲକ୍ଷ ଟିକେଟ୍ ବିକ୍ରି, ରିଲିଜ ପୂର୍ବରୁ ଫିଲ୍ମର ରେକର୍ଡ କଲେକ୍ସନ

ବଲିଉଡ ବାଦଶାହ ଶାହାରୁଖ ଖାନ ଜବାନ ରିଲିଜ ପୂର୍ବରୁ ହିଁ ଅନେକ ରେକର୍ଡ ଭାଙ୍ଗିଲାଣି। ଫିଲ୍ମର ଆଡବାନ୍ସ ବୁକିଂ ଆରମ୍ଭ ହୋଇଥିବା ବଳେ ବର୍ତ୍ତମାନ ସୁଦ୍ଧା ଫିଲ୍ମର 7ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଲାଣି। ଏଥିସହ ରିପୋର୍ଟ ଅନୁସାରେ, ଜବାନ ପ୍ରଥମ ଫିଲ୍ମ ଯାହା ହାଇଦ୍ରାବାଦରେ ସକାଳ 7.30 ମିନିଟରେ ରିଲିଜ ହେବ ବୋଲି ଜଣାପଡିଛି। ଅଧିକ ପଢନ୍ତୁୟୟ

By ETV Bharat Odisha Team

Published : Sep 5, 2023, 5:39 PM IST

Jawan: ଆଡଭାନ୍ସ ବୁକିଂରେ 7.5ଲକ୍ଷ ଟିକେଟ୍ ବିକ୍ରି, ରିଲିଜ ପୂର୍ବରୁ ଫିଲ୍ମ ଏତିକି କଲାଣି କଲେକ୍ସନ
Jawan: ଆଡଭାନ୍ସ ବୁକିଂରେ 7.5ଲକ୍ଷ ଟିକେଟ୍ ବିକ୍ରି, ରିଲିଜ ପୂର୍ବରୁ ଫିଲ୍ମ ଏତିକି କଲାଣି କଲେକ୍ସନ

ହାଇଦ୍ରାବାଦ: 4 ବର୍ଷ ପରେ ଶାହାରୁଖ ଖାନ ଦମଦାର ପିଲ୍ମ ସହ ବଡ଼ ପରଦାକୁ ଫେରିଛନ୍ତି। ଚଳିତବର୍ଷ କିଙ୍ଗଖାନ ଫିଲ୍ମ ପଠାନ ସହ ଧମାକା କରିଥିଲେ। ଏହି ଫିଲ୍ମ 1000କୋଟିରୁ ଅଧିକ ଆୟ କରି ଏହି ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଥିଲା। ବର୍ତ୍ତମାନ ଶାହାରୁଖ ଏହି ବର୍ଷ ଫିଲ୍ମ ଜବାନ ସହ ପୁଣି ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର 7ରେ ରିଲିଜ ହେବ। ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି। ରିଲିଜ ପୂର୍ବରୁ ଫିଲ୍ମ 7.5ଲକ୍ଷ ଟିକେଟ୍ ବିକ୍ରି ହୋଇସାରିଲାଣି। ତେବେ ଏହାକୁ ଦେଖି ଲାଗୁଛି ଜବାନ ସହ ପୁଣି ଆଉ ଏକ ମାଇଲକୁଣ୍ଟ ଅତିକ୍ରମ କରିବେ କିଙ୍ଗ ଖାନ।

ଜବାନ ରିଲିଜକୁ ମାତ୍ର ଆଉ 2 ଦିନ ବାକି ଅଚି। ଏହା ପୂର୍ବରୁ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଦମଦାର କ୍ରେଜ ଦେଖିବାକୁ ମିଳିଛି। ତେବେ ଫିଲ୍ମର ଆଡଭାନ୍ସ ବୁକିଂ ସେପ୍ଟେମ୍ବର 1ରୁ ଆରମ୍ଭ ହୋଇଥିବା ବେଳେ 4 ଦିନ ମଧ୍ୟରେ 7.5 ଲକ୍ଷ ଟିକେଟ୍ ବିକ୍ରି ହୋଇସାରିଲାଣି। ଏହି ଅନୁସାରେ ଫିଲ୍ମ ରିଲିଜ ପୂର୍ବରୁ 21.3 କୋଟି ଆୟ କରିସାରିଲାଣି। ଜବାନ ହିନ୍ଦୀ 2D ବଜାରରେ 6,75,725 ଟିକେଟ ବିକ୍ରି କରିବାରେ ସଫଳ ହୋଇଛି। ସେହିପରି ହିନ୍ଦୀ IMAX ରେ 13,268 ଟିକେଟ ବିକ୍ରି କରିଛି। ଏବଂ ତେଲୁଗୁ 2D ବଜାରରେ 24,010 ଟିକେଟ ବିକ୍ରି କରିଥିବା ବେଳେ ତାମିଲ 2D ବଜାରରେ 28, 945 ଟିକେଟ ବିକ୍ରି କରିସାରିଲାଣି।

ମିଡିଆ ରିପୋର୍ଟ ଅନୁସାରେ, ଜବାନ ପ୍ରଥମ ଫିଲ୍ମ ହେବ ଯାହା ବିଭିନ୍ନ ସ୍ଥାନର ଥିଏଟରରେ ସକାଳ ସମୟରେ ଏହାର ଶୋ' ପ୍ରଦର୍ଶିତ କରାଯିବ ବୋଲି ଜଣାପଡିଛି। ସେପଟେ ଶାହାରୁଖ ଫିଲ୍ମ ରିଲିଜ ପୂର୍ବରୁ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଥିଲେ। ଏବେ ଶାହାରୁଖଙ୍କୁ ଲାଡଲି ସୁହାନା ଖାନଙ୍କ ସହ ତିରୁପତି ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ସମୟରେ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ନୟନତାରା ତାଙ୍କ ସ୍ବାମୀ ବିଗ୍ନେଶଙ୍କ ସହ ମଧ୍ୟ ଶ୍ରୀଭେଙ୍କଟେଶ୍ୱର ମନ୍ଦିର ଦର୍ଶନ କରିଥିଲେ।

ଏହା ମଧ୍ୟ ପଢନ୍ତୁ:‘ଜବାନ’ ରିଲିଜ ପୂର୍ବରୁ ଝିଅ ସହ ତିରୁପତି ମନ୍ଦିର ଦର୍ଶନ କଲେ ଶାହରୁଖ, ଭିଡିଓ ଭାଇରାଲ

ଜବାନ୍ ଅଟଲିଙ୍କ ଦ୍ୱାରା ନିର୍ଦ୍ଦେଶିତ, ଗୌରୀ ଖାନଙ୍କ ଦ୍ବାରା ନିର୍ମିତ ଏବଂ ଗୌରବ ବର୍ମାଙ୍କ ଦ୍ବାରା ସହ ପ୍ରଯୋଜିତ । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସେପ୍ଟେମ୍ବର 7ରେ ମୁକ୍ତିଲାଭ କରିବ । ତେବେ ଏହି ଫିଲ୍ମରେ ଶାହାରୁଖ ଖାନଙ୍କ ସମେତ ସାଉଥ ଲୋକପ୍ରିୟ ଅଭିନେତ୍ରୀ ନୟନତାରା ଓ ବିଜୟ ସେତୁପତି ଏବଂ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସିବେ । ଦୀପିକା ପାଦୁକୋନ ଏଥିରେ କେମିଓ ରୋଲରେ ନଜର ଆସିବେ । ଏହା ଏକ ଆକ୍ସନ୍-ଡ୍ରାମା ଫିଲ୍ମ ।

ABOUT THE AUTHOR

...view details